ସୀମା ଉଲ୍ଲଂଘନ କରି ତଦନ୍ତ କରୁଛନ୍ତି ଡିଆଇଜି

ପ୍ରଶ୍ନ-୧: ଗିରଫ ଲୋକଙ୍କୁ ଥାନାରେ ରଖାଯାଏ। ପୋଲିସ ବାରାକ କେବଳ କର୍ମଚାରୀଙ୍କ ରହିବା ପାଇଁ ଉର୍ଦ୍ଦିଷ୍ଟ। ଅପରାଧୀଙ୍କୁ ହାତକଡି ପଡିଲାନି କିମ୍ବା ହାଜତରେ ରଖାଗଲାନି। ପୋଲିସ ବାବୁମାନେ ସସମ୍ମାନେ ଅପରାଧୀଙ୍କୁ ନିଜ ଘରେ ନେଇ ରଖିଲେ। ଏହା ସମ୍ପୂର୍ଣ୍ଣ ଭାବେ ପୋଲିସ ମାନୁଆଲ ରୁଲ୍‌ର ଭଙ୍ଗ କରୁଛି। ତେଣୁ ଏହି ନିଷ୍ପତ୍ତି ଯେଉଁ କନଷ୍ଟେବଳମାନେ ନିଲମ୍ବିତ ହୋଇଛନ୍ତି ସେମାନେ ନେଇଥିଲେ ନା ଉପରିସ୍ଥ କର୍ମଚାରୀ ନେଇଥିଲେ। ଅନୁଭବୀ ପୋଲିସ ଅଫିସରମାନେ କହୁଛନ୍ତି ଏଭଳି ନିଷ୍ପତ୍ତି ତଳ କର୍ମଚାରୀ ନେବା ଅସମ୍ଭବ। ତେଣୁ ଏହି ନିଷ୍ପତ୍ତି ନେଇଥିଲା କିଏ ?
ଡିଆଇଜି: ପ୍ରଥମେ ସିନ୍ଧେକେଲା ଥାନାରେ ମମିତା ଅପହରଣ ମାମଲା ରୁଜୁ ହୋଇଥିଲା। ଏହି ମାମଲା ରୁଜୁହେବା ପରେ ତଦନ୍ତ ଆରମ୍ଭ କରାଗଲା। ବଲାଙ୍ଗୀର ପୋଲିସ ଏହି ଅଭିଯୋଗର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣି ଅଟକ ରଖିଥିଲା। ସେତେବେଳେ ତାଙ୍କୁ ଗିରଫ କରାଯାଇ ନ ଥିଲା। ସିନ୍ଧେକେଲା ଥାନା ଟିଟିଲାଗଡ ଏସ୍‌ଡିପିଓଙ୍କ ଅଧୀନରେ ଆସୁଥିବାରୁ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ଟିଟିଲାଗଡ ଥାନାକୁ ନିଆଯାଇଥିଲା। ଏସ୍‌ପିଙ୍କ ଲିଖିତ ନିର୍ଦ୍ଦେଶ ବଳରେ ଅଭିଯୁକ୍ତ ଗୋବିନ୍ଦକୁ ସିନ୍ଧେକେଲା ଥାନାରୁ ଟିଟିଲାଗଡ ଥାନାକୁ ନିଆଯାଇଥିଲା। ଏସ୍‌ଡିପିଓଙ୍କ ନିରୀକ୍ଷଣରେ ପଚରାଉଚରା ହୋଇଥିଲା। ସେଠାରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତିନିଜଣ କନଷ୍ଟେବଳଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଟିଟିଲାଗଡ଼ ଥାନାରୁ ବାରାକକୁ ଖାଇବା ପାଇଁ ଅଭିଯୁକ୍ତଙ୍କୁ ନିଆଯାଇଥିଲା। ସେଠାରୁ ସେ ହାତଧୋଇ ଆସୁଛି କହି ଫେରାର ହୋଇଯାଇଥିଲା। ସୁରକ୍ଷାଜନିତ କର୍ତ୍ତବ୍ୟ ଅବହେଳା କରିଥିବାରୁ ତିନିଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା।
ପ୍ରଶ୍ନ-୨: ଗୋବିନ୍ଦଙ୍କୁ ଅତିଥି ଓ ଭିଆଇପି ଭଳି ସମ୍ମାନ ଦେବାକୁ କିଏ କହିଥିଲା?
ଡିଆଇଜି: ଅଭିଯୁକ୍ତ ଗୋବିନ୍ଦଙ୍କୁ ଅଧିକ ପଚରାଉଚରା ପାଇଁ ଟିଟିଲାଗଡ ଥାନାକୁ ନିଆଯାଇଥିଲା।
ପ୍ରଶ୍ନ-୩: ଗିରଫ ପରେ ଅପରାଧୀଙ୍କ ‘ଆରେଷ୍ଟ ମେମୋ’ ତିଆରି ହୁଏ ଓ ଗିରଫ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଜଣାଯାଏ। ଆରେଷ୍ଟ ମେମୋରେ ଗିରଫର ସ୍ଥାନ, ସମୟ ଓ କାରଣ ଲେଖାଯାଏ। ଏବେ ଯେହେତୁ ସବୁ କାଗଜ କାମ କମ୍ପ୍ୟୁଟରରେ ହେଉଛି, ପ୍ରଶ୍ନ ହେଲା ଗୋବିନ୍ଦକୁ କେବେ ଓ କିଏ ଗିରଫ କରିଥିଲା? ଗିରଫ ପରେ କିଏ ଘରେ ନେଇ ରଖିଥିଲା ? କାହିଁକି ?
ଡିଆଇଜି: ପ୍ରଥମରୁ କହିଛି ଯେ, ସିନ୍ଧେକେଲା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗୋବିନ୍ଦକୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। ସେତେବେଳ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ପ୍ରାଇମାଫେସି ନ ଥିଲା। ଟିଟିଲାଗଡ଼ ବାରାକ୍‌ରୁ ଫେରାର ମାରିବା ପରେ ପୂର୍ବ ମାମଲା ସହ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରାଗଲା ଏବଂ ପରେ ବଙ୍ଗୋମୁଣ୍ଡା ନିକଟରୁ ତାଙ୍କୁ ଗିରଫ କରାଗଲା।
ପ୍ରଶ୍ନ-୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତର ସବୁ ଥାନା ହାଜତରେ ସିସିି କ୍ୟାମେରା ଲାଗିଛି। କ୍ୟାମେରାରେ ଗୋବିନ୍ଦଙ୍କ ଫଟୋ ନ ଆସୁ ସେଥିପାଇଁ ତାଙ୍କୁ କନଷ୍ଟେବଳମାନଙ୍କ ସାଥିରେ ରହିବାକୁ ଦିଆଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ମୂଳରୁ ଗୋବିନ୍ଦଙ୍କୁ ଭିଆଇପି ଭଳି ଅତିଥି ସତ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦ୍ୱିତୀୟରେ, ଯଦି ତାଙ୍କୁ ବାରାକ୍‌ରେ ଅଟକ ରଖାଯାଇଥିଲା ତାହା ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୪୨ ଅନୁସାରେ ଏକ ଧର୍ତ୍ତବ୍ୟ ଅପରାଧ ନୁହେଁ କି? ଏସବୁ ଏସ୍‌ଡିପିଓ ଏବଂ ଏସ୍‌ପିଙ୍କ ଅଜାଣତରେ ହେବା ସମ୍ଭବପର ନୁହେଁ । ପ୍ରତ୍ୟେକ ଦିନ କେଉଁ ଥାନାରେ କିଏ ଗିରଫ ହେଲେ ତାହାର ବିବରଣୀ ଏସ୍‌ପିଙ୍କୁ ଦିଆଯାଏ। ଏହାଛଡା କମ୍ପ୍ୟୁଟରରେ ଆରେଷ୍ଟ ମେମୋ ତିଆରି ହେବା ଯୋଗୁଁ ଯେକେହି ଚାହିଁଲେ ସେମାନଙ୍କ ନାମ, ଠିକଣା ଓ ଗିରଫର କାରଣ ଓଡ଼ିଶା ପୋଲିସର ନାଗରିକ ସେବା ୱେବ୍‌ସାଇଟ୍‌ରୁ ମଧ୍ୟ ପାଇପାରିବ।
ଡିଆଇଜି: ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଯିବା କାମ ଚାଲିଛି। ଏହି କାମ ଗୋଟିଏ ସଂସ୍ଥାକୁ ଦିଆଯାଇଛି। ସେ କାମ କରୁଛନ୍ତି। ପର୍ଯ୍ୟାୟକ୍ରମେ ସବୁ ଥାନାରେ ସିସିଟିଭି ଲାଗିବ। ଏହା ସହିତ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୨ କଥା ଯେଉଁ ପଚାରୁଛନ୍ତି, ଅଭିଯୋଗ ହେଲା ପରେ ଆମ ପୋଲିସ ଯାଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପାଇଁ ଆଣି ଅଟକ ରଖିଥିଲେ। ତାଙ୍କ ବିରୋଧରେ ପ୍ରାଇମାଫେସି ନ ଥିବାରୁ ଆମେ ତାଙ୍କୁ ଆରେଷ୍ଟ କରି ନ ଥିଲୁ। ପରେ ସେ ବାରାକ୍‌ରୁ ଫେରାର ହେଲେ ଓ ପରେ ଗିରଫ ହୋଇଛନ୍ତି।
ପ୍ରଶ୍ନ-୫: ଗୋଟିଏ ମିଛକୁ ଲୁଚେଇବାକୁ ଯାଇ ଏତେ ମିଛ କୁହାଗଲାଣି ଯେ ଏବେ ଆଉ ପ୍ରମାଣ ମିଳିବାକୁ ଅସୁବିଧା ହେବନି। ଏ ସଂକ୍ରାନ୍ତରେ ସତ୍ୟ ସ୍ବୀକାର କରାଗଲେ ସରକାରଙ୍କ ଉପରେ ଉଠିଥିତ୍ବା ସନ୍ଦେହ ବରଂ କମିପାରେ କି?
ଡିଆଇଜି: ଏହି ମାମଲାର ତଦନ୍ତ ସିଆର୍‌ପିସି ଆଧାରରେ କରୁଛୁ। ସାଇଣ୍ଟିଫିକାଲି, ଟେକ୍‌ନିକାଲି ଏହାର ତଦନ୍ତ କରାଯାଉଛି। ତଦନ୍ତରୁ ଦୁଇଜଣ ଅଭିଯୁକ୍ତଙ୍କୁ ଧରାଯାଇ ସାରିଛି। ଅନ୍ୟମାନଙ୍କ ଉପରେ ଯାହା ସନ୍ଦେହ ଥିଲା ତାଙ୍କୁ ପଚରାଉଚରା କରାଯାଇ ଛାଡ଼ି ଦିଆଯାଇଛି। ଏହି ମାମଲାରେ ଅନ୍ୟ କୌଣସି ଲୋକଙ୍କ ବିରୋଧରେ ଅଭିଯୋଗ ନାହିଁ। ଅପରାଧ ପୂରାପୂରି ବ୍ୟକ୍ତିଗତ କାରଣରୁ ଘଟିଛି। ଶୁଣାକଥାର ଅଭିଯୋଗ ସ୍ବୀକୃତିପ୍ରାପ୍ତ ନୁହେଁ।
ପ୍ରଶ୍ନ-୬: ଦକ୍ଷିଣାଞ୍ଚଳ ଡିଆଇଜି ଅଧୀନ କଳାହାଣ୍ଡି ଜିଲାରେ ଅଭିଯୁକ୍ତ ଅପରାଧ ଘଟାଇ ଥିବାବେଳେ ଉତ୍ତରାଞ୍ଚଳ ଡିଆଇଜିଙ୍କ ସୀମା ଅନ୍ତର୍ଗତ ବଲାଙ୍ଗୀର ପୋଲିସ କାହିଁକି ତଦନ୍ତ କରୁଛି। ପରବର୍ତ୍ତୀ ସମୟରେ ଏହି କାରଣକୁ ନେଇ ଏହି ମାମଲା କୋର୍ଟରେ ଗୁରୁତ୍ୱ ହରାଇବନି ତ?
ଡିଆଇଜି: ଅଭିଯୁକ୍ତ ଯେଉଁ ସ୍ଥାନରୁ ଅପରାଧ କରି ଯେଉଁ ଯେଉଁ ସ୍ଥାନକୁ ଯାଇଥିବେ ସେ ସମସ୍ତ ସ୍ଥାନରେ ମାମଲା ରୁଜୁ ହୋଇପାରିବ। ପୀଡ଼ିତ ପରିବାର ଅଭିଯୋଗ କରିବାକୁ କଳାହାଣ୍ଡି ଜିଲା କେଗଁା ଥାନାକୁ ଯାଇଥିଲେ। ସେଠାରେ ଅଭିଯୋଗ ରଖିଲେ ନାହିଁ। ତେଣୁ ସେଠାକାର ଥାନାଧିକାରୀ ନିଲମ୍ବିତ ହୋଇଛନ୍ତି। ପୀଡ଼ିତ ପରିବାର ଯେତେବେଳେ ବଲାଙ୍ଗୀର ଜିଲାର ସିନ୍ଧେକେଲା ଥାନାକୁ ଆସିଲେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କୁ ଏ ସମ୍ପର୍କରେ ଖବର ମିଳିବା ପରେ ତତ୍‌କ୍ଷଣାତ୍‌ ଅଭିଯୋଗ ରଖି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣିଥିଲେ।

ଡିଆଇଜିଙ୍କ ଉପରୋକ୍ତ ଉତ୍ତରଗୁଡିକରୁ ଜଣାପଡୁଛି ଯେ, ପୋଲିସ ତାହାର କାର୍ଯ୍ୟରେ ଆରମ୍ଭରୁ ଅସ୍ପଷ୍ଟ ରହିଛି। ଏହାଦ୍ୱାରା ମାମଲାଟି ଦୁର୍ବଳ ହୋଇଯିବ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri