ସ୍ଲରି ପାଇପ୍‌ ଲାଇନ୍‌ ପାଇଁ ଜଳକର

ଯାଜପୁର ଅଫିସ,୨୨।୧୦: ସ୍ଲରି ପାଇପ୍‌ ଲାଇନ୍‌ରେ ଖଣିଜ ପଦାର୍ଥ ପରିବହନ କରୁଥିବା କମ୍ପାନୀଗୁଡ଼ିକ ଉପରେ ଜଳକର କେତେ ନିର୍ଦ୍ଧାରଣ ହେବ ସେନେଇ ପ୍ରସ୍ତାବ ଦେବାକୁ ଶିଳ୍ପ ବିଭାଗ ସମେତ ଷ୍ଟିଲ ଓ ଖଣି ବିଭାଗର ଅତିରିକ୍ତ ସଚିବଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଏସ୍‌.କେ. ପଣ୍ଡା ନିର୍ଦ୍ଦେଶ ଜାରି କରିଛନ୍ତି। ସଚିବ ପଣ୍ଡା ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି, ୧୩ା୯ା୨୦୨୧ରେ ଅନୁଷ୍ଠିତ ବୈଠକରେ ସ୍ଲରିପାଇପ୍‌ ଲାଇନ୍‌ରେ ଖଣିଜ ପଦାର୍ଥ ପରିବହନ ସଂକ୍ରାନ୍ତରେ ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ ହୋଇଥିଲା। ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଜଳକର ପରିମାଣ ନିର୍ଦ୍ଧାରଣ ହେବ। ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଗାମୀ ବୈଠକରେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଗତ ବୈଠକରେ ଖଣି ଖାଦାନଠାରୁ ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଲରି ପାଇପ୍‌ ଲାଇନ୍‌ ବିଛାଯିବ ଏବଂ ଏଥିରେ ଖଣିଜ ପଦାର୍ଥ ଅଲଗା କରିବା ପରେ ପାଣିକୁ ଫେରାଇ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି।
ସହଜ ଏବଂ କମ୍‌ ଖର୍ଚ୍ଚରେ ଖଣିଜ ପଦାର୍ଥ ପରିବହନ କରିବାକୁ ଶିଳ୍ପ କମ୍ପାନୀଗୁଡ଼ିକ ଏବେ ସ୍ଲରିପାଇପ୍‌ ଲାଇନ ବିଛାଇବାକୁ ଲମ୍ବାଧାଡିରେ ରହିଛନ୍ତି। ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସ୍ଲରିପାଇପ୍‌ ଲାଇନରେ ରାସ୍ତା ପରିବହନଠାରୁ ୮୦ ପ୍ରତିଶତ ଏବଂ ରେଳ ପରିବହନଠାରୁ ୫୦ ପ୍ରତିଶତ କମ୍‌ ଖର୍ଚ୍ଚ ହେଉଛି। ଏହାସହ ସ୍ବଚ୍ଛ ପରିବେଶ ଏବଂ ଟ୍ରାଫିକ ସମସ୍ୟା ରହୁ ନାହିଁ। ୯ା୧୦ା୨୦୨୦ରେ ୯୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲୁସିଏ) ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସ୍ଲରି ପାଇପ୍‌ଲାଇନରେ ବ୍ୟବହାର ହେଉଥିବା ଜଳ ଉପରେ ରାଜସ୍ବ ଆଦାୟ କରିବାକୁ ନୀତି ନିର୍ଦ୍ଧାରଣ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା। ଏହାସହ ଜଳସମ୍ପଦ ବିଭାଗ, ଶିଳ୍ପ ବିଭାଗର ଇପିକଲ ଓ ଇଡ୍‌କୋ ଏବଂ ପୂର୍ତ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଆନ୍ତଃବିଭାଗ କମିଟି ଗଠନ ହୋଇଥିଲା। ଏହି କମିଟି ଜରିଆରେ ସ୍ଲରି ପାଇପ୍‌ଲାଇନ ପ୍ରକଳ୍ପଗୁଡିକୁ ଜଳ ବଣ୍ଟନ କରିବାକୁ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଛି। ଏଥିରେ ଓଡ଼ିଶା ଇରିଗେଶନ ଆକ୍ଟ ୧୯୫୯, ଓଡ଼ିଶା ଇରିଗେଶନ ରୁଲସ୍‌ ୧୯୬୧ ଏବଂ ଷ୍ଟେଟ ୱାଟର ପଲିସି ଅନୁସାରେ ପାଣି ବ୍ୟବହାର ହେବ। ସ୍ଲରିପାଇପ୍‌ ଲାଇନ ପ୍ରକଳ୍ପକୁ ମଞ୍ଜୁର କରିବା ପୂର୍ବରୁ ନଦୀନାଳ ଉତ୍ସର ଜଳ ପରିମାଣକୁ ଅବଲୋକନ କରାଯିବ। ସମ୍ପୃକ୍ତ କମ୍ପାନୀ ଜଳଭଣ୍ଡାର ନିର୍ମାଣ ଏବଂ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର (ଆଇଏସ୍‌ଏସ୍‌)କୁ ପ୍ରୋତ୍ସାହନ କରିବ। ସ୍ଲରି ପାଇପ୍‌ ଲାଇନର ଜଳକୁ ବିଶୋଧନ କରି ପୁନଃ ବ୍ୟବହାର କରିବ। ସ୍ଲରି ପାଇପ୍‌ ଲାଇନଠାରୁ ଖଣିଜ ପଦାର୍ଥ ଅଲଗା କରିବା ପରେ ପାଣିକୁ ଫେରାଇବାକୁ ଦ୍ୱିତୀୟ ପାଇପ୍‌ ଲାଇନ୍‌ ବିଛାଇବା ଆଦି ବ୍ୟବସ୍ଥା କରିବାକୁ ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଛି। ତେବେ ଏଥିଯୋଗୁ କର୍ମନିଯୁକ୍ତି ହ୍ରାସ ପାଇବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ଓ ଇପିକଲ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା।ଏସାର ମିନମେଣ୍ଟ ଲିମିଟେଡ୍‌ କେନ୍ଦୁଝର ଓ ପାରାଦୀପଠାରେ ବାର୍ଷିକ ୧୪ ମେଟ୍ରିକ୍ ଲେଖାଏ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରିବାକୁ ଆବେଦନ କରିଛି। ଏଥିପାଇଁ ୬,୬୫୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। କେତେକାଂଶରେ ପାଇପ୍‌ ବିଛା କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି। ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ସଂପ୍ରସାରଣ ସହ ଅନୁଗୋଳକୁ ବାର୍ଷିକ ୩୬ ମେଟ୍ରିକ ଟନ୍‌ ସ୍ଲରି ପାଇପ୍‌ ଲାଇନ ଦୁଇଟି ପର୍ଯ୍ୟାୟରେ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛି। ଏଥିପାଇଁ ୭୬,୦୧୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ତ୍ରିବେଣୀ ଆର୍ଥମୁଭର୍ସ ପ୍ରା.ଲି. କେନ୍ଦୁଝର ଜିଲାର ବଡ଼ବିଲ, ଦେଓଝର ନିକଟରୁ ଜଗତସିଂହପୁର ଜିଲା ପାରାଦୀପ ନିକଟସ୍ଥ ଭିତରଗଡ଼କୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ସ୍ଲରିପାଇପ୍‌ ଲାଇନ ବିଛାଇବାକୁ ଆବେଦନ କରିଛି। ଏହି ସ୍ଲରି ପାଇପ୍‌ ଲାଇନର ଦୂରତା ୨୯୮ କିମି ଏବଂ ୯୪୮.୯୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଜେଏସ୍‌ଡବ୍ଲ୍ୟୁ କେନ୍ଦୁଝର ଜିଲା ସାରଦା ମାଇନ୍ସରୁ ପାରାଦୀପ ପର୍ଯ୍ୟନ୍ତ ବାର୍ଷିକ ୩୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏକ ସ୍ଲରି ପାଇପ୍‌ ସ୍ଥାପନ କରିବ। ପୂର୍ବରୁ ବିଆରପିଏଲର କେନ୍ଦୁଝର ଜିଲା ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରି ସ୍ଥାନାନ୍ତରଣ ପାଇପ୍‌ ଲାଇନ କାର୍ଯ୍ୟକାରୀ ହେଉଛି। ତେବେ ଏହାର ଦ୍ୱିତୀୟ ପାଇପ୍‌ ଲାଇନ ନ ଥିବାରୁ ଜଳ ପ୍ରଦୂଷଣ ଉପରେ ଏନ୍‌ଜିଟିରେ ମାମଲା ବିଚାରାଧୀନ ରହିଛି। ଏହି ସବୁ ସ୍ଲରି ପାଇପ୍‌ ଲାଇନରେ ଲୁହାପଥର ପରିବହନ ପାଇଁ ପ୍ରାୟ ୧୦୦ କ୍ୟୁସେକରୁ ଊର୍ଦ୍ଧ୍ୱ ନଦୀଜଳ ବ୍ୟବହାର କରାଯିବ। ଅଧିକାଂଶ ପାଣି ବୈତରଣୀ ନଦୀରୁ ବ୍ୟବହାର ହେବ ବୋଲି ଜଣାପଡିଛି। ବଡ଼ବିଲ, ରିମୁଳି, କେନ୍ଦୁଝର, ଆନନ୍ଦପୁର, ଯାଜପୁରରୋଡ, କଳିଙ୍ଗନଗର, ପାଣିକୋଇଲି, ଚଣ୍ଡିଖୋଲ ଦେଇ ପାରାଦୀପକୁ ପାଇପ ବିଛା ହେବ ବୋଲି ପ୍ରସ୍ତାବ ରହିଛି। ଅନ୍ୟପକ୍ଷେ ବଡବିଲ ଅଞ୍ଚଳରୁ ପାରାଦୀପ ଯାଏ ବ୍ରାହ୍ମଣୀ, ବୈତରଣୀ, ଗେଙ୍ଗୁଟି, ବିରୂପା, ଗୋବରୀ, ଲୁଣା, ଚିତ୍ରୋପତ୍ଳା, ମହାନଦୀ ଆଦି ନଦୀ ସହ ୫୦ରୁ ଊର୍ଦ୍ଧ୍ୱ ନାଳଦେଇ ଏହି ପ୍ରକଳ୍ପ ଯାଉଥିବାରୁ ଜୈବବିବିଧତା ପ୍ରତି ବିପଦ ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri