Posted inଫୁରସତ

ଏହି ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ଚାଲିଯାଏ ଜୀବନ ! କୁହାଯାଏ ‘ମୃତ୍ୟୁର ସେଓ’

ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏଭଳି କିଛି ଜିନିଷ ବିଷୟରେ ଜଣାପଡେ, ଯେଉଁ କଥା ଶୁଣି ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଚକିତ ହୋଇପାରନ୍ତି। କାରଣ, ଏହା ଏକ ସାଧାରଣ ଗଛ ନୁହେଁ, ବରଂ ଦୁନିଆର ସବୁଠାରୁ ବିଷାକ୍ତ ଗଛ। ଏହାର ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ମୃତ୍ୟୁ ହେବା ସୁନିଶ୍ଚିତ।
ଏହି ବିଶାକ୍ତ ଗଛର ନାମ ହେଉଛି ମଞ୍ଚିନିଲ୍‌। ଫ୍ଲୋରିଡା ଏବଂ କାରିବିଆନ ସମୁଦ୍ର କୂଳରେ ଏହାକୁ ଦେଖିବାକୁ ମିଳେ। ଗଛର ଉଚ୍ଚତା ୫୦ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ଏହାର ପତ୍ରଗୁଡ଼ିକ ଅତ୍ୟନ୍ତ ଚକଚକିଆ ଏବଂ ଗୋଲାକୃତିର। ଏହି ଗଛ ଏତେ ବିଷାକ୍ତ ଯେ ଯଦି କେହି ଏହାର ସଂସ୍ପର୍ଶରେ ଆସନ୍ତି, ତେବେ ଏହା ଶରୀର ଫୁଲି ଯାଇଥାଏ। ଗଛର ପ୍ରତ୍ୟେକ ଅଂଶଠାରୁ ଫଳ ଅଧିକ ବିଷାକ୍ତ। ଫଳର ଗୋଟିଏ ଖଣ୍ଡ ଖାଇବା ଦ୍ୱାରା ମଣିଷର ମୃତ୍ୟୁ ହୋଇଯାଇପାରେ। ଏହି ଗଛ ଏବଂ ଫଳ ବିଷୟରେ ଅନେକ ଗବେଷଣା ମଧ୍ୟ କରାଯାଇଛି। ଦେଖିବାକୁ ଗଲେ ଏହି ଫଳ ସେଓ ପରି । ଖ୍ରୀଷ୍ଟୋଫର୍‌ କଲମ୍ବସ ଏହି ଫଳକୁ ମୃତ୍ୟୁର ଛୋଟ ସେଓ ବୋଲି କହିଛନ୍ତି।
କେବଳ ଏତିକି ନୁହେଁ, ଯଦି ଗଛର କିଛି ଅଂଶ କୌଣସି ବ୍ୟକ୍ତିଙ୍କ ଆଖି ସଂସ୍ପର୍ଶରେ ଆସେ ତେବେ ସେ ଅନ୍ଧ ହୋଇଯାଇପାରନ୍ତି। ଏହି ଗଛ ଏତେ ବିପଜ୍ଜନକ ଯେ ଲୋକଙ୍କୁ ଏହାର ଆଖପାଖରେ ବୁଲିବାକୁ ଦିଆଯାଇ ନ ଥାଏ। ଗଛ ଚାରିପାଖରେ ସତର୍କତା ବୋର୍ଡ ମଧ୍ୟ ଲଗାଯିବା ସହ ଏଥିରୁ ଦୂରେଇ ରହିବାକୁ ଲୋକଙ୍କୁ ଚେତାବନୀ ଦିଆଯାଇଛି। ନିକୋଲା ଏଚ୍‌ ଷ୍ଟ୍ରିକଲ୍ୟାଣ୍ଡ ନାମକ ଜଣେ ବୈଜ୍ଞାନିକ କହିଛନ୍ତି ଯେ ଥରେ ସେ ଏବଂ ତାଙ୍କର କିଛି ବନ୍ଧୁ ଟୋବାଗୋ କାରିବିଆନ ଦ୍ୱୀପ କୂଳରେ ଥିଲେ। ସେମାନେ ଭୁଲରେ ଉକ୍ତ ଫଳ ଖାଇଥିଲେ। ଫଳ ଖାଇବାର ଅଳ୍ପ ସମୟ ପରେ ସେମାନଙ୍କ ଶରୀର ଜଳାପୋଡା ହେବା ସହ ଫୁଲିବା ଆରମ୍ଭ କରିଥିଲା। ତେବେ ତୁରନ୍ତ ଚିକିତ୍ସା ପାଇବା ଯୋଗୁ ସେମାନେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri