ସୁନାମି ଭୟରେ ଓଡ଼ିଶାର ୩୨୬ ଗାଁ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହି ଗ୍ରାମଗୁଡ଼ିକର ଲୋକଙ୍କୁ ସୁନାମିରୁ କିପରି ରକ୍ଷା କରାଯାଇପାରିବ ସେନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ଉପକୂଳବର୍ତ୍ତୀ ୬ ଜିଲା ସମେତ ପୁରୀ, କୋଣାର୍କ, ପାରାଦୀପ, ଗୋପାଳପୁର ଏବଂ ଗଞ୍ଜାମ ଏନ୍‌ଏସିରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ନିକଟରେ ୟୁନେସ୍କୋର ଇଣ୍ଟର ଗଭର୍ନମେଣ୍ଟାଲ ଓସେନୋଗ୍ରାଫିକ କମିଶନ (ଆଇଓସି) ଏବଂ ଭାରତ ସରକାରଙ୍କ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସନ ଇନ୍‌ଫରମିଂ ସିଷ୍ଟମ (ଆଇଏନ୍‌ସିଓଆଇଏସ୍‌) ପକ୍ଷରୁ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବକ୍ସିପାଲି (ଭେଙ୍କଟରାୟପୁର) ଏବଂ ଜଗତ୍‌ସିଂହପୁର ଜିଲା ନୋଳିଆସାହିକୁ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଏହି ୨ ଗ୍ରାମରେ
ତାଲିମ କାର୍ଯ୍ୟ ଶେଷ ହୋଇଛି। ୟୁନେସ୍କୋ ପକ୍ଷରୁ ଉକ୍ତ ଦୁଇ ଗ୍ରାମକୁ ସୁନାମି ପ୍ରସ୍ତୁତି (ସୁନାମି ରେଡି) ଗ୍ରାମ ଭାବେ ଘୋଷଣା କରାଯାଇଛି। ଉକ୍ତ ଦୁଇ ଗ୍ରାମ ଭଳି ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକୁ ସୁନାମି ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି।

ସୁନାମିରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କ ସହ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୧୨୨ ଗ୍ରାମରେ ଥିବା ଶିକ୍ଷକ, ବିଡିଓ, ଭିଏଲ୍‌ଡବ୍ଲ୍ୟୁ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଗ୍ରାମବାସୀ, ଓ୍ବାର୍ଡମେମ୍ବର, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଆଦିଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ସରକାର ୭.୧୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଶିକ୍ଷକମାନଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଓଏସ୍‌ଡିଏମ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ମୋବାଇଲ ଏସ୍‌ଏମ୍‌ଏସ୍‌, ଡିଜିଟାଲ ରେଡିଓ ଏବଂ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସୁନାମି ଆସିବା ପୂର୍ବରୁ ସତର୍କ ସୂଚନା ଦିଆଯିବ। ଏହି ଖବର ପାଇବା ମାତ୍ରେ ଲୋକମାନେ କେଉଁ ସ୍ଥାନକୁ ଯିବେ ସେ ନେଇ ତାଲିମ ଦିଆଯାଇଛି। ଆଇଏନ୍‌ସିଓଆଇଏସ୍‌ ସୁନାମି ସୂଚନା ଦେବା ମାତ୍ରେ ସମୁଦ୍ରକୂଳ ଟାଓ୍ବାରଗୁଡ଼ିକରେ ଥିବା ସାଇରନ ବାଜିଉଠିବ। ଏହାର ଶବ୍ଦ ପ୍ରାୟ ଦେଢ଼ କିଲୋମିଟର ଯାଏ ଶୁଣାଯିବ। ଏହି ଶଦ୍ଦ ଶୁଣିବା ମାତ୍ରେ ତାଲିମପ୍ରାପ୍ତ ଲୋକମାନେ ଅନ୍ୟ ଲୋକମାନଙ୍କୁ ସତର୍କ କରାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବେ। ଲୋକମାନଙ୍କୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ତୁରନ୍ତ ସ୍ଥାନାନ୍ତର କରାଯିବ। ଆଇଏନ୍‌ସିଓଆଇଏସ୍‌କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ରାଜ୍ୟ ଆଇଏମ୍‌ଡି ଆଞ୍ଚଳିକ ଶାଖା କାର୍ଯ୍ୟାଳୟକୁ ସୂଚନା ଆସିବ। ରାଜ୍ୟ ସରକାରଙ୍କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ସୁନାମିପ୍ରବଣ ଜିଲା, ବ୍ଲକ, ପଞ୍ଚାୟତଗୁଡ଼ିକୁ ତତ୍‌କ୍ଷଣାତ ଜଣାଇ ଦିଆଯିବ। ଏହା ଏକ ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡ଼ିବ। ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ଏଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri