Posted inଜାତୀୟ

‘ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର’

ନୂଆଦିଲ୍ଲୀ,୬।୧୦:ଲଖିମ୍‌ପୁର ଖେରି ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଏହି ଘଟଣାକୂ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି ଯେ, ଏତେ ଭିଡ଼ ସାମନାରେ କେହି ଏତେ ଲୋକଙ୍କୁ କାର୍‌ ଚଢାଇଦେଇ ଚାଲିଯିବା ଏବଂ ସେହି ହତ୍ୟାକାରୀକୁ ବଞ୍ଚାଇବାରେ ପୁରା ସିଷ୍ଟମ ଜଡିତ ହେବା..ଏପର୍ଯ୍ୟନ୍ତ ଆମେ ଏହାକୁ ଫିଲ୍ମରେ ଦେଖୁଥିଲୁ। କିନ୍ତୁ ଏବେ ଦେଶରେ ଏହାର ବାସ୍ତବତା ଦେଖିବାକୁ ମିଳିଛି।
ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର। ଏଥିସହିତ କୃଷକମାନେ କ’ଣ ଭୁଲ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କୃଷକମାନଙ୍କୁ କାହିଁକି ହତ୍ୟା କରାଯାଉଛି? ପ୍ରତ୍ୟେକ ଦେଶବାସୀ ନ୍ୟାୟ ଦାବି କରୁଛନ୍ତି। ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଅଟକ ରଖାଯିବାର ୩୦ ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସି ପାରିବେନି ହେମନ୍ତ ସୋରେନ

ନୂଆଦିଲ୍ଲୀ,,୨୯।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି।...

ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂ

ଲକ୍ଷ୍ନୌ,୨୯ା୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି...

ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ, ସିଜେଆଇ କହିଲେ ଇମଲେ କର

ନୂଆଦିଲ୍ଲୀ,୨୯।୪: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଅପରେସନ ଚାଲିଛି। ସେପଟେ ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ପିଟିସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri