ବିଜେଡି, ଭାଜପାର ଭୋଟ ହାର ବଢ଼ିଲା, କଂଗ୍ରେସ ଖସିଲା

ଭୁବନେଶ୍ୱର,୫। ୧୦(ବ୍ୟୁରୋ):ପିପିଲି ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ। ଉପନିର୍ବାଚନରେ ବିଜେଡି ଓ ଭାଜପାର ଭୋଟ ପ୍ରତିଶତ ଗତ ନିର୍ବାଚନ ତୁଳନାରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଅମାନତ ହରାଇଛି। ବିଜେଡି ଉପଯୁକ୍ତ ରଣନୀତି ଏବଂ ଦଳୀୟ ନେତାଙ୍କୁ ପଞ୍ଚାୟତଓ୍ବାରୀ ଦାୟିତ୍ୱ ବାଣ୍ଟିବା ସହ ତାହାର ହିସାବ ଠିକ୍‌ରେ ନେବା ଦ୍ୱାରା ସରକାରୀ ବିରୋଧୀ ପ୍ରଚାରକୁ ପ୍ରତିହତ କରିବାରେ ସଫଳ ହୋଇଛି। ଗତ ନିର୍ବାଚନ ତୁଳନାରେ ବିଜେଡି ନିଜର ୩ ପ୍ରତିଶତ ଭୋଟ ବଢାଇବାରେ ସକ୍ଷମ ହୋଇଛି। ସେହିପରି ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ନିଜ ପୂର୍ବ ଭୋଟ ସୁରକ୍ଷିତ ରଖିବା ସହ କିଛି ମାତ୍ରାରେ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ପଞ୍ଚାୟତ ଭୋଟ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରେ ବିଜେଡିକୁ ୫୦.୬୬ ପ୍ରତିଶତ ଭୋଟ ମିଳିଥିଲା। ୨୦୨୧ ଉପନିର୍ବାଚନରେ ବିଜେଡି ଅଧିକ ୨.୯୪ ପ୍ରତିଶତ ଅର୍ଥାତ୍‌ ୫୩.୬ ପ୍ରତିଶତ ଭୋଟ ପାଇଛି। ସେହିପରି ଭାଜପା ୨୦୧୯ରେ ୪୧.୬୭ ପ୍ରତିଶତ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ୪୨.୦୪ ପ୍ରତିଶତ (୦.୪୨% ଅଧିକ) ଭୋଟ ପାଇଛି। ୨୦୧୯ରେ ୫.୬୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଏଥର ୨.୩୬ ପ୍ରତିଶତ ଭୋଟ ପାଇଛି। କଂଗ୍ରେସକୁ ଗତଥର ଅପେକ୍ଷା ୩.୨୭ ପ୍ରତିଶତ କମ୍‌ ଭୋଟ ମିଳିଛି। ୨୦୧୯ ତୁଳନାରେ ବିଜେଡିକୁ ୮,୪୫୪ ଏବଂ ଭାଜପାକୁ ୩,୩୨୫ ଖଣ୍ଡ ଅଧିକ ଭୋଟ ମିଳିଛି। କଂଗ୍ରେସ କିନ୍ତୁ ଗତଥର ଅପେକ୍ଷା ୫,୫୬୯ ଖଣ୍ଡ କମ୍‌ ଭୋଟ ପାଇଛି। କଂଗ୍ରେସ ଭୋଟ ସ୍ଥାନାନ୍ତର ହେବା ଯୋଗୁ ଉଭୟ ବିଜେଡି ଓ ଭାଜପା ଭୋଟ ବଢୁଥିବା ଆଲୋଚନା ହେଉଛି।
ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଭାଜପା ଭୋଟ ହାର ବଢିବା ସହିତ ଏଥର ୭୬ ହଜାର ଭୋଟ୍‌ରେ ପହଞ୍ଚିଛୁ। ଯେହେତୁ ସେମାନେ ସରକାରୀ ଦଳରେ ଅଛନ୍ତି, ତେଣୁ କଂଗ୍ରେସ ଭୋଟ ନେବା ପାଇଁ ସେମାନେ ବିଭିନ୍ନ କଳବଳ ବ୍ୟବହାର କରିଦେଲେ। ସେଥିଲାଗି ସେମାନେ ବିଜୟୀ ହେଲେ ବୋଲି ଆଶ୍ରିତ କହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, କଂଗ୍ରେସ ଭୋଟ ବିଜେଡିକୁ ଆସିବା କଥା ଜାଣିନି। ବିଜେଡି ଭୋଟ ଆଗ ଅପେକ୍ଷା ବଢିଛି, ଦଳ ଏଠାରେ ମଜଭୁତ ରହିଥିବା ଜଣାପଡିଛି। ବହୁତ କାମ କରିବାର ଅଛି। ଆଗକୁ ପିପିଲି ଭୋଟ ଏବଂ ଉନ୍ନତୀକରଣ ନେଇ ସମୀକ୍ଷା କରିବେ ବୋଲି ରୁଦ୍ର କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସ ଯେଉଁ ଭୋଟ ପାଇଛି ତାହା ସ୍ବାଭିମାନୀ ଲୋକ ଦେଇଛନ୍ତି। ଆମେ ବିଜେଡି, ଭାଜପା ଭଳି ପଇସା ବାଣ୍ଟି ଭୋଟ ନେଇନୁ। ଦଳର ଯେଉଁ ସ୍ଥିତି ଅଛି ସେନେଇ ଆମେ ଚିନ୍ତା କରିବୁ ବୋଲି ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri