ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଗହଣା ଦୋକାନରୁ ନେଇଥିଲେ ଲକ୍ଷାଧିକ ଟଙ୍କାର ଗହଣା

ଭୁବନେଶ୍ୱର,୨୮।୯(ବ୍ୟୁରୋ):ଗହଣା ଦୋକନୀଙ୍କୁ ଚୂନ ଲଗାଇ ଠକୁଥିଲେ ଯୁବକ। ରାଜଧାନୀରେ ସୁନା ଦୋକାନୀଙ୍କୁ ଟ୍ରାଞ୍ଜାକ୍ସନର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଠକିଥିବା ଜଣେ ଯୁବକଙ୍କୁ କମିଶନରେଟ ପୋଲିସ କୋଲକାତାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ମୁମ୍ବାଇରେ ରହୁଥିବା ରାଜିବ ପ୍ରଭାସ ଗୁପ୍ତା(୩୭)। ତାଙ୍କଠୁ ୨ ଲକ୍ଷ ଟଙ୍କାର ଚୋରି ଅଳଙ୍କାର ସମେତ ଗୋଟିଏ ମୋବାଇ, ୩ଟି ଏଟିଏମ କାର୍ଡ ଜବତ କରିଛି ପୋଲିସ।

ସୂଚନାନୁସାରେ, ସେପ୍ଟେମ୍ବର ୧୫ରେ ଅଭିଯୁକ୍ତ ରାଜିବ ଭୁବନେଶ୍ୱର ଡିଏନ୍‌ ରେଙ୍ଗାଲିଆ ମଲ ଭିତରେ ଥିବା ନିମନ୍ତ୍ରଣ ଜୁଏଲର୍ସକୁ ଆସି ଏକ ଲକ୍ଷ ଟଙ୍କାର ଅଳଙ୍କାର କିଣିଥିଲେ। ୧ ଲକ୍ଷ ଟଙ୍କା ସେ ଅନଲାଇନ ଜରିଆରେ ଦେବା ପାଇଁ ଦୋକାନୀଙ୍କୁ କହିଥିଲେ। ସେ ପ୍ରଥମେ କ୍ୟୁଆର୍‌ କୋର୍ଡ ସ୍କାନ୍‌ କରି ୧୦ ଟଙ୍କା ପଠାଇଥିଲେ। ଉକ୍ତ ଟ୍ରାଞ୍ଜାକ୍ସନ ସଫଳ ହେବା ପରେ ସେ ଦ୍ୱିତୀୟ ଥର ଏକ ଲକ୍ଷ ଟଙ୍କାର ଏକ ଫେକ୍‌ ଟ୍ରାଞ୍ଜାକ୍ସନର ସ୍କ୍ରିନଶଟ୍‌ ଦେଖାଇ ଟଙ୍କା ପଠାଇଦେଇଥିବା କହିଥିଲେ। ହେଲେ ଏକ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସି ନ ଥିବା ଦୋକାନୀ କହିବାରୁ ସେହି ସମୟରେ ନେଟ୍‌ ସମସ୍ୟା ପାଇଁ ହୁଏତ ମେସେଜ୍‌ ଆସୁନାହିଁ, କିଛିସମୟ ପରେ ଟଙ୍କା ଆସିଯିବ ବୋଲି କହି ରାଜିବ ସେଠାରୁ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଠକାମୀର ସିକାର ହୋଇଥିବା ଜାଣି ଦୋକାନୀ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପାଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….

ଭୁବନେଶ୍ବର, ୨/୧:  ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri