ମଞ୍ଚାରେ ଶୋଇଥିଲେ ଯୁବକ, ରାତିରେ ଆସିିଲା ହାତୀ…

ଝୁମ୍ପୁରା/କେନ୍ଦୁଝର,୨୭।୯(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାଲିବନ୍ଧ ବନାଞ୍ଚଳ ଅଧୀନ ଜଙ୍ଗଲ ପାର୍ଶ୍ୱ ଗ୍ରାମ ପୁରୁଣାପାଣିରେ ସୋମବାର ଭୋରରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚାମରା ମୁଣ୍ଡା।

ସୂଚନା ଅନୁଯାୟୀ, ପୁରୁଣାପାଣି ଜଙ୍ଗଲରେ ୧୧ଟି ହାତୀ ଘୂରି ବୁଲୁଛନ୍ତି। ଜଙ୍ଗଲ ପାର୍ଶ୍ୱ ଫସଲ ଉଜାଡ଼ିବା ସହ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଚାମରା ଫସଲ ଜଗିବା ପାଇଁ ରବିବାର ରାତିରେ ଯାଇଥିଲେ। ସେ ଗଛ ଉପରେ ବାନ୍ଧିଥିବା ମଞ୍ଚାରୁ ଭୋରରେ ଓହ୍ଲାଇ ଘରକୁ ଆସୁଥିଲେ। ହେଲେ କୁହୁଡ଼ି ଯୋଗୁ ପଛପଟୁ ଆସୁଥିବା ହାତୀକୁ ସେ ଦେଖି ନ ପାରି ହାବୁଡରେ ପଡିଥିଲେ। ହାତୀ ଶୁଣ୍ଢରେ ତାଙ୍କୁ କଚାଡ଼ି ଦେବା ସହ ଗୋଇଠା ମାରିବାରୁ ସେ ଗୁରୁତର ହୋଇପଡିଥିଲେ। ହାତୀ ଚାଲିଯିବା ପରେ ପାଖରେ ଥିବା ଚାଷୀମାନେ ତାଙ୍କୁ ଉଦ୍ଧାର କରି ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସରକାରଙ୍କ ନିୟମ ଅନୁଯାୟୀ ମୃତ ଚାମରା ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ତେବେ ପ୍ରାଥମିକ ସହାୟତା ୪୦ ହଜାର ଟଙ୍କା ଦିଆଯାଇଥିବା ଚମ୍ପୁଆ ରେଞ୍ଜର ସଞ୍ଜୀବ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମଧ୍ୟରେ ଆସୁଛି ଲଘୁଚାପ: ନୂଆବର୍ଷରେ ହେବ ଘନୀଭୂତ

ଭୁବନେଶ୍ୱର,୨୬।୧୨: ଆସନ୍ତା ଡିସେମ୍ବର ୩୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ବାଲେଶ୍ୱର ଦେଶର ସବୁଠୁ ପ୍ରଦୂଷିତ ସହର: ଓଡ଼ିଶାର ୩ ସହରର ବାୟୁ ଗୁଣବତ୍ତା ଅତି ଖରାପ

ଭୁବନେଶ୍ୱର,୨୬।୧୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ପ୍ରକାଶିତ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁସାରେ ଓଡ଼ିଶାର ତିନୋଟି ସହରାଞ୍ଚଳର ବାୟୁକୁ ‘ଅତି ଖରାପ’...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri