ଏମିତି ଝିଅଙ୍କୁ ବିବାହ କରିବେ ନୀରଜ ଚୋପ୍ରା: କଲେ ଖୁଲାସା

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଭାରତର ନୀରଜ ଚୋପ୍ରା। ଜାଭେଲିନ୍‌ ଥ୍ରୋରେ ସେ ପଦକ ଜିତି ଚହଳ ପକାିଥିଲେ। ଏହାପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢିଯାଇଛି। ଏପରିକି ଫ୍ୟାନ୍‌ ଫଲୋଇଙ୍ଗ୍‌ ବୃଦ୍ଧି ପାଇଛି। ଏହି କାରଣରୁ ତାଙ୍କୁ ଅନେକ ବିଜ୍ଞାପନରେ ମଧ୍ୟ ସୁଯୋଗ ମିଳିଛି। ଏବେ ଜଣେ ସେଲିବ୍ରିଟି ଭାବରେ ସେ ନିଜ ଜୀବନ ବିତାଉଛନ୍ତି। ପ୍ରଶଂସକଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ଏବଂ ବିବାହକୁ ନେଇ ଗୁଗଲ ସର୍ଚ୍ଚ କରୁଛନ୍ତି। ମାତ୍ର ୨୩ ବର୍ଷୀୟ ନୀରଜ କେବେ ବିବାହ କରିବେ ସେନେଇ ଖୁଲାସା କରିଛନ୍ତି। ନିକଟରେ ସେ ଡ୍ୟାନ୍ସ ପ୍ଲସ୍‌ ୬ ଶୋ’ରେ ନଜର ଆସିବେ। ଏହାର ପ୍ରୋମୋ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଶୋ’କୁ ହୋଷ୍ଟ କରୁଥିବା ରାଘବ ଜୁୟାଲ ନୀରଙ୍କୁ ବିବାହ ପ୍ରଶ୍ନ ପଚାରିଛନ୍ତି। ନୀରଜ ଚୋପାଙ୍କ ସହ ଜାତକ କେମିତି ପଡିବ ମହିଳା ପ୍ରଶଂସକଙ୍କ ପକ୍ଷରୁ ରାଘବ ନୀରଜଙ୍କୁ ପଚାରିଛନ୍ତି। ଏହି ପ୍ରଶ୍ନ ଶୁଣି ନୀରଜ ଲାଜେଇ ଯିବା ସହ କଥା ଏଡାଇ ସେ ଜାଣି ନ ଥିବା କହିଥିଲେ। କଥା ଏତିକିରେ ସରି ନ ଥିଲା ଶୋ’ର ଜଜ୍‌ ପୁନୀତ ପାଠକ ନୀରଜଙ୍କୁ କହିଥିଲେ, ସବୁ ଝିଅଙ୍କ ପକ୍ଷରୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି, ଆପଣଙ୍କୁ କେମିତି ଝିଅ ପସନ୍ଦ। ଏହି ପ୍ରଶ୍ନର ଉତ୍ତରରେ ନୀରଜ କହିଥିଲେ ଜଣେ ଖେଳାଳି ହୋଇଥିବାରୁ, ମୁଁ ଚାହେଁ ସେ ବି ଜଣେ ଖେଳାଳି ହୋଇଥାନ୍ତୁ। ନିଜ କାମରେ ଫୋକସ ରଖିଥାନ୍ତୁ ଏବଂ ଅନ୍ୟଙ୍କୁ ସମ୍ମାନ ଦେବା ସହ ପରିବାରକୁ ମଧ୍ୟ ସମ୍ମାନ ଦେଉଥିବା ଆବଶ୍ୟକ ବୋଲି ନୀରଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri