ବୋଟ୍‌ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ ଅଫିସ,୨୪।୯: ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଶୁକ୍ରବାର ଜଣେ ରିପୋର୍ଟର ପ୍ରାଣ ହରାଇଛନ୍ତି। ସେ ହେଲେ ବୈଦୁତିକ ଗଣମାଧ୍ୟମ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ। ଏନେଇ କଟକ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଭୋର୍‌ରୁ ମୁଣ୍ଡୁଳିଠାରେ ମହାନଦୀରେ ଏକ ହାତୀ ଫସି ରହିଥିଲା। ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ, ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏକ ରବର ବୋଟ୍‌ରେ ଅପରେଶନ୍‌ରେ ଓଡ୍ରାଫ ଟିମ୍‌ଙ୍କ ସହ ଉକ୍ତ ଗଣମାଧ୍ୟମର ୨ଜଣ ପ୍ରତିନିଧି ଥିଲେ। ହେଲେ ବ୍ୟାରେଜ୍‌ ନିକଟରେ ପାଣିର ସୁଅ ଜୋର୍‌ ଥିବା ଯୋଗୁ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ରିପୋର୍ଟର ଅରିନ୍ଦମଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ କ୍ୟାମେରାମ୍ୟାନ୍‌ ପ୍ରଭାତ ଗୁରୁତର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri