ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହନ ଦିଅ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ମିଠାମକା, ବାଜରା, ଚଣା, ହରଡ଼ ଆଦି ଲଘୁଶସ୍ୟ, ତୈଳବୀଜ, ଫଳଚାଷ, ବ୍ୟବସାୟଭିତ୍ତିକ ପନିପରିବା ଚାଷ ଆଦିକୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କ୍ଷେତ୍ରସ୍ତରୀୟ ପ୍ରଦର୍ଶନ, କୌଶଳ ବିକାଶ ଏବଂ କୃଷକ ଅନୁପ୍ରେରଣା କାର୍ଯ୍ୟକ୍ରମ ଆଦି ନିୟମିତ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରେଙ୍ଗାଲି ପ୍ରକଳ୍ପର ଜାଇକା ସହାୟତା ଅଂଶ ପ୍ରକଳ୍ପର ସମୀକ୍ଷା କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ସଂଘମାନଙ୍କୁ ନୂତନ କୃଷିଭିତ୍ତିକ ଜୀବିକା ନିର୍ବାହ ପନ୍ଥା ବିଷୟରେ ଅନୁପ୍ରେରଣା ଓ ତାଲିମ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଦୀପ୍ତିରଞ୍ଜନ ପଣ୍ଡା ବୈଠକରେ ଯୋଗ ଦେଇ ସୂଚନା ଦେଇଥିଲେ ଯେ ବାମପାର୍ଶ୍ୱ କେନାଲ ଦୈର୍ଘ୍ୟ ୧୪୧ କି.ମି. ଏବଂ ଏହା ସମଲ ବ୍ୟାରେଜଠାରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୧ ଲକ୍ଷ ୧୪ ହଜାର ୩୦୦ ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ୭୧ କି.ମି. ପର୍ଯ୍ୟନ୍ତ କେନାଲ କାମ ଶେଷ ହୋଇ ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇଛି।
ବର୍ତ୍ତମାନ ଜାଇକା ସହାୟତାରେ କେନାଲ ୨ୟ ପର୍ଯ୍ୟାୟ ଅନ୍ତର୍ଗତ ୭୧ କି.ମି.ରୁ ୧୨୩ କି.ମି. ପର୍ଯ୍ୟନ୍ତ ମୁଖ୍ୟ କେନାଲ ସହ ୪ଟି ଶାଖା କେନାଲ ଏବଂ ବଣ୍ଟନ କେନାଲ ନିର୍ମାଣାଧୀନ ଅଛି। ଜାଇକା ସହାୟତାରେ ନିର୍ମାଣ ହେଉଥିବା ପ୍ରାୟ ୫୨ କି.ମି. ମୁଖ୍ୟ କେନାଲ ମାଧ୍ୟମରେ ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ। ଏହି ଅଂଶର ନିର୍ମାଣ ପାଇଁ ୨୨୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେଥିରୁ ଜାଇକା ଋଣ ୧୭୮୭ କୋଟି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅଂଶ ୪୬୮ କୋଟି। ନିର୍ମାଣାଧୀନ ଏହି ୫୨ କି.ମି.ରୁ ନିର୍ମାଣ ଶେଷ ହୋଇଥିବା ୨୫ କି.ମି. ମୁଖ୍ୟ କେନାଲ ଓ ୨ଟି ଶାଖା କେନାଲ ମାଧ୍ୟମରେ ଚଳିତ ଖରିଫ ଋତୁ ପାଇଁ ଢେଙ୍କାନାଳ ଜିଲା ଅନ୍ତର୍ଗତ କଙ୍କଡ଼ାହାଡ ଓ ଭୁବନ ବ୍ଲକର ୫୮୪୬ ହେକ୍ଟର ଏବଂ ଯାଜପୁର ଜିଲା ଅନ୍ତର୍ଗତ ସୁକିନ୍ଦା ବ୍ଲକର ୩୭୧୨ ହେକ୍ଟର ମୋଟ ୯୫୫୮ ହେକ୍ଟର ଜମିକୁ କେନାଲରୁ ପାଣି ଯୋଗାଇ ଦିଆଯାଇଛି। ୨ୟ ପର୍ଯ୍ୟାୟ ପ୍ରକଳ୍ପର ଅବଶିଷ୍ଟ କେନାଲ କାର୍ଯ୍ୟ ତ୍ୱରାନ୍ବିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସମୟ ଧାର୍ଯ୍ୟ କରିଛନ୍ତି। ୨୦୨୨ ଜୁଲାଇ ସୁଦ୍ଧା ୧୮,୫୫୮ ହେକ୍ଟର, ୨୦୨୩ ଜୁଲାଇ ସୁଦ୍ଧା ୨୩,୫୫୮ ହେକ୍ଟର ଏବଂ ୨୦୨୪ ଜୁଲାଇ ସୁଦ୍ଧା ସମୁଦାୟ ୪୦ ହଜାର ହେକ୍ଟର ଜମିକୁ କେନାଲ ପାଣି ଯୋଗାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ଏହି ବୈଠକରେ ଯୋଗ ଦେଇ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଚଳିତ ଖରିଫ ଋତୁ ପାଇଁ ବାମପାର୍ଶ୍ୱ କେନାଲ ବ୍ୟବସ୍ଥାରେ ୯୫୦୦ ହେକ୍ଟର ଚାଷ ଜମିକୁ ଯାଜପୁର କେନାଲରେ ପାଣି ଯୋଗାଇ ଦିଆଯାଇଛି। ରେଙ୍ଗାଲି ଡ୍ୟାମ୍‌ରୁ ମିଳିଥିବା ଏହି କେନାଲ ପାଣି ଚାଷୀମାନଙ୍କ ମନରେ ଖୁସି ଓ ନୂଆ ଭରସା ଆଣିଛି। ନୂଆ ଜଳସେଚନ ଯୋଗାଯାଉଥିବା ଅଞ୍ଚଳର ଚାଷୀମାନଙ୍କୁ ଅଣଧାନ ଅର୍ଥକରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହିତ କରିବା ସକାଶେ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତୀକରଣ ଉଦ୍ୟାନ ଚାଷ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଣଧାନ କୃଷି ଉତ୍ପାଦିତ ଦ୍ରବ୍ୟ ହିଁ କୃଷକଙ୍କୁ ଅଧିକ ଲାଭ ଦେବ। ଏହା ଦ୍ୱାରା ସେମାନଙ୍କର ରୋଜଗାର ବଢ଼ିବ। ଜଳସେଚିତ ଅଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ କୃଷି ବିପଣୀ ବୃଦ୍ଧି ପାଇବ। କୃଷକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ହେଲେ ହିଁ ଡ୍ୟାମ୍‌ ନିର୍ମାଣରେ ବିନିଯୋଗ ହୋଇଥିବା ଅର୍ଥରୁ ପ୍ରକୃତ ଲାଭ ମିଳିବ। ସମୟାନୁବନ୍ଧିତ କାର୍ଯ୍ୟାନ୍ବୟନ ନିମନ୍ତେ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରି ନିୟମିତ ତଦାରଖ ନିମନ୍ତେ ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗ ସଚିବଙ୍କୁ ପରାମର୍ଶ ଦେଇଥିଲେ। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri