ଜାଲ୍‌ ପଟ୍ଟାରେ ୧୦ ଲକ୍ଷ ଠକେଇ: ୩ ଗିରଫ

କଟକ ଅଫିସ,୩।୯: ଜାଲ୍‌ ଜମିପଟ୍ଟାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଲାଲବାଗ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ବାଖରାବାଦ ଅଞ୍ଚଳର ଅଳକା ସେନ୍‌ଗୁପ୍ତା ଓରଫ ମୋନାଲିସା ଭଗତ, ଗଣେଶଘାଟର ଚଗୁଲି ଓରଫ ଜଗନ୍ନାଥ ସାମଲ ଓ ମଙ୍ଗଳାବାଗ ଘାସିଆ ସାହିରେ ରହୁଥିବା ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର କାର ଚାଳକ ତାରା ଓରଫ ତାରାକ ଘୋଷ। ସେମାନଙ୍କଠାରୁ ଜାଲ୍‌ ଆଧାର କାର୍ଡ, ଜାଲ୍‌ ଜମିପଟ୍ଟା ଓ ଏଗ୍ରିମେଣ୍ଟ ଆଦି ପୋଲିସ ଜବତ କରିଛି।
ପୋଲିସ ସୂଚନା ମୁତାବକ, କିଛିଦିନ ପୂର୍ବରୁ ସାହେବଜାଦା ବଜାରର ରବୀନ୍ଦ୍ର ସାହୁଙ୍କ ସହିତ ଚଗୁଲିଙ୍କ ଭେଟ ହୋଇଥିଲା। ଜଣେ ମହିଳା କମ୍‌ ଦାମ୍‌ରେ ଭଲ ଜମି ବିକିବେ ବୋଲି ଚଗୁଲି ସେଠାରେ ରବୀନ୍ଦ୍ରଙ୍କୁ କହିଥିଲେ। ଏଥିରେ ରବୀନ୍ଦ୍ର ରାଜିହୋଇଥିଲେ। ଦିନେ ଚଗୁଲି କାରରେ ରବୀନ୍ଦ୍ରଙ୍କୁ ନେଇ ଏକ ଜମି ପାଖରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଜମି ମାଲିକ ଭାବେ ମୋନାଲିସା ଉପସ୍ଥିତ ଥିଲେ। ତେବେ ମୋନାଲିସା ନିଜର ଅସଲ ପରିଚୟ ଲୁଚାଇ ଜମିର ପ୍ରକୃତ ମାଲିକ ଅଳକା ସେନ୍‌ଗୁପ୍ତା ଭାବେ ପରିଚୟ ଦେଲେ। ରବୀନ୍ଦ୍ରଙ୍କର ଜମି ପସନ୍ଦ ହେବା ପରେ ୧୦ ଲକ୍ଷ ଟଙ୍କା ଅଗ୍ରିମ ଦେଇ ଏଗ୍ରିମେଣ୍ଟ କରିବାକୁ କୁହାଗଲା। ଏହାପରେ ମୋନାଲିସା ଜମିର ପ୍ରକୃତ ମାଲିକ ଅଳକାଙ୍କ ନଁାରେ ଏକ ଜାଲ୍‌ ଜମି କବଲା, ଜାଲ୍‌ ଆଧାର କାର୍ଡ ଆଣି ୧୦ ଲକ୍ଷ ଟଙ୍କା ନେଇ କୋର୍ଟ କାଗଜରେ ଏଗ୍ରିମେଣ୍ଟ କରିଦେଲେ। କିଛି ମାସ ପରେ ବାକି ଅର୍ଥ ପଇଠ କରି ଜମି ପଞ୍ଜୀକରଣ କରିବାକୁ ରବୀନ୍ଦ୍ର ଚାହିଁବାରୁ ମୋନାଲିସା ଓ ଚଗଲି ଧରାଛୁଅଁା ଦେଲେନାହିଁି। ରବୀନ୍ଦ୍ରଙ୍କର ସନ୍ଦେହ ହେବାରୁ ସେ ସବୁ କାଗଜପତ୍ର ପୁନଃ ଯାଞ୍ଚ କରିବାରୁ ସେଗୁଡିକ ଜାଲ୍‌ ବୋଲି ଜଣାପଡିଲା। ଏ ନେଇ ସେ ଗତ ଏପ୍ରିଲରେ ଲାଲବାଗ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri