ଗୁମୁରି କାନ୍ଦୁଛି ଘୁମୁରା

କାମାକ୍ଷାନଗର, ୨୩।୮:  ଘୁମୁରା ବାଜିଲେ ଉଠୁଥିଲା, ପଡୁଥିଲା ଆଦିବାସୀ ଗାଁ। ବେଶଧାରୀଙ୍କ ନୃତ୍ୟଗୀତରେ ମସ୍‌ଗୁଲ ହୋଇଯାଉଥିଲେ ଶବର ସମ୍ପ୍ରଦାୟର ଆବାଳବୃଦ୍ଧବନିତା। କେବେ ରଣବାଦ୍ୟ ତ କେବେ ଗଣବାଦ୍ୟ, କେବେ ଶକ୍ତି ଉପାସନା ତ ଆଉ କେବେ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା ଏହି ପାରମ୍ପରିକ ଲୋକନୃତ୍ୟ। ହେଲେ ପ୍ରୋତ୍ସାହନ ଅଭାବରୁ ଶବରପଡ଼ାର ପୂଜା ଘର ଚାରିକାନ୍ଥ ଭିତରେ ସୀମିତ ହୋଇ ରହିଯାଇଛି ବୀରବାଦ୍ୟର ପ୍ରତୀକ ଘୁମୁରା। ଏବଂ ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା କଳାକାରଙ୍କ ଭବିଷ୍ୟତ ମଧ୍ୟ ହୋଇପଡ଼ିଛି ସନ୍ଦିହାନ।

‘ଘୁମୁରା’କୁ ବାଦ୍‌ଦେଲେ ଅସମ୍ପୂର୍ଣ୍ଣ ଶବର ସଂସ୍କୃତି। ପ୍ରକୃତିର ଉପାସକ ଆଦିବାସୀଙ୍କ ପରମ୍ପରା, ଧର୍ମ ଏବଂ ମନୋରଞ୍ଜନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପାରମ୍ପରିକ ଲୋକନୃତ୍ୟ ଏବେ ଶବରପଡ଼ାରେ ଶେଷନିଃଶ୍ୱାସ ନେଉଛି। ଏହାର ସଂରକ୍ଷଣ ଦିଗରେ ପ୍ରୟାସ କରା ନ ଗଲେ ଆଦିବାସୀ ଜନଜୀବନର ଗହନ କଥାକୁ ଲୋକଲୋଚନକୁ ଆଣୁଥିବା ‘ଘୁମୁରା’ ଭଳି ଲୋକପ୍ରିୟ ଲୋକନୃତ୍ୟ ଇତିହାସ ପାଲଟିଯିବ ବୋଲି ସଂସ୍କୃତି ବିଶାରଦମାନେ ମତ ଦେଇଛନ୍ତି।
ଲୋକନୃତ୍ୟ, ଲୋକସଙ୍ଗୀତକୁ ନେଇ ରାଜ୍ୟରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲା। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନର ପୃଷ୍ଠପୋଷକତାରେ ପୁନର୍ଜିବୀତ ହୋଇଛି ପାଲା, ଦାସକାଠିଆ, ଦଣ୍ଡ, ଖଞ୍ଜଣି ବାଦନ ଭଳି ୧୦ରୁ ଊର୍ଦ୍ଧ୍ୱ ଲୋକକଳା। ହେଲେ ଅନ୍ୟ ଲୋକକଳା ଭଳି ‘ଘୁମୁରା’କୁ ସେତେଟା ପ୍ରାଧାନ୍ୟ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। କଳାକାରଙ୍କୁ ଉପଯୁକ୍ତ ମାନ୍ୟତା, ସମ୍ମାନ ଦିଆଯାଉ ନ ଥିବାବେଳେ ସୀମିତ ମଞ୍ଚରେ କଳା ପ୍ରଦର୍ଶନର ସୁଯୋଗ ମଧ୍ୟ ମିଳୁନାହିଁ। ଫଳରେ ଏଭଳି ଏକ ପ୍ରାଚୀନ ଲୋକନୃତ୍ୟର ପରିସର କେବଳ ଶବରପଡ଼ାର ଗାଁଗଣ୍ଡାରେ ସୀମିତ ହୋଇ ରହିଯାଇଛି।
କାମାକ୍ଷାନଗର ଉପଖଣ୍ଡର କାଦୁଆ, ବାଇସିଙ୍ଗା, ବାଙ୍ଗୁରା, ମୋଟା, ବାଉଁଶପାଳ, ପଞ୍ଚାୟତ, ଭୁବନ, ପରଜଙ୍ଗ ଏବଂ କଙ୍କଡ଼ାହାଡ଼ ବ୍ଲକରେ ବହୁ ଶବର ସମ୍ପ୍ରଦାୟର ପରିବାର ବାସ କରୁଛନ୍ତି। ଆଜି ବି ସମ୍ପୃକ୍ତ ଗ୍ରାମରେ ଘୁମୁରା ବାଦନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ପୁରୁଖା କଳାକାର। ବିଶେଷକରି ରାଖୀ ପୂର୍ଣ୍ଣିମାଠାରୁ ଜନ୍ମାଷ୍ଟମୀ ଯାଏ ଶବର ବହୁଳ ଗ୍ରାମରେ ଆରମ୍ଭ ହୁଏ ଘୁମୁରା ନୃତ୍ୟ। ପିଠାପଣାରେ ମହକି ଉଠେ ଘର। ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରି କମଡ଼େଇ ଠାକୁରାଣୀଙ୍କୁ ପୂଜା କରିବା ସହ ଘୁମୁରା ବାଦ୍ୟର ତାଳେ ତାଳେ ମସ୍‌ଗୁଲ ହୋଇଥାଆନ୍ତି ସମସ୍ତେ। ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଏବଂ ମୂଲମଜୁରିରୁ ସାମୟିକ ବିରତି ନେଇ ୧୫ଦିନ ଯାଏ ଚାଲିଥାଏ ମହୋତ୍ସବ। ପୁରୁଷମାନେ ଶବର, ଶବରୁଣୀ ବେଶରେ ଢଗଢମାଳି, କୃଷି ସମ୍ପର୍କିତ ଗୀତ ଗାଇ ବୁଲିବା ସହ ଭୋଜିଭାତରେ ସମୟ ବିତାଇଥାଆନ୍ତି। ହେଲେ ଆଧୁନିକତାର ଚାପରେ ଯୁବଗୋଷ୍ଠୀ ମହିଳା ବେଶରେ ଘୁମୁରା ନୃତ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ସାହିରେ ଆଖଡ଼ା ହେଉନି। ଘୁମୁରା କଳାକାର ଗହ୍ମା ପୂର୍ଣ୍ଣିମାରେ ଏହି ବାଦ୍ୟଯନ୍ତ୍ର ବାହାର କରି ପୂଜାର୍ଚ୍ଚନା କରିବା ସହ ପୁଣିଥରେ ସାଇତି ରଖିଦେଉଛନ୍ତି। ପାଲା, ଦାସକାଠିଆ, ଖଞ୍ଜଣି ବଜାଉଥିବା କଳାକାରଙ୍କୁ ସରକାରୀ ଜନସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଥିବାବେଳେ ଏଥିରେ ଘୁମୁରାକୁ ସାମିଲ କରାଗଲେ ଶତାଧିକ କଳାକାର ଉପକୃତ ହୋଇପାରନ୍ତେ। ଘୁମୁରା ଲୋକନୃତ୍ୟ, ବାଦ୍ୟକାର ଏବଂ ଏହାକୁ ବଞ୍ଚାଇ ରଖିଥିବା କଳାପ୍ରେମୀଙ୍କ ମର୍ଯ୍ୟାଦା ବଢ଼ନ୍ତା ବୋଲି ମତପ୍ରକାଶ ପାଇଛି।

ପ୍ରଶାସନ ଚାହିଁଲେ କଳା ବଞ୍ଚିତ
ପାର୍ବଣ ସମୟରେ ଶବର ସମ୍ପ୍ରଦାୟର ଲୋକେ ଘୁମୁରା ନୃତ୍ୟ କରି ଦୁଇ ପଇସା ରୋଜଗାର କରୁଥିଲେ। ଜିଲା ମହୋତ୍ସବରେ ମଧ୍ୟ ଘୁମୁରା ପ୍ରଦର୍ଶିତ ହେଉଥିଲା। ଘୁମୁରାକୁ ପ୍ରୋତ୍ସାହନ ଲୋଡ଼ା। ପ୍ରଶାସନ ଚାହିଁଲେ କଳା ବଞ୍ଚତ୍ବ।
-ସୁଦାମ ଦେହୁରୀ, ବରିଷ୍ଠ ନାଗରିକ, ବାଇସିଙ୍ଗା

ଆବଶ୍ୟକ ଗୁରୁତ୍ୱ ମିଳୁନି
ମାନ୍ୟତା ଏବଂ ପ୍ରୋତ୍ସାହନ ମିଳିଲେ ଘୁମୁରା ନୃତ୍ୟର ଗୌରବ ଫେରିପାରନ୍ତା। ନୂଆ କଳାକାର ସୃଷ୍ଟି ହୁଅନ୍ତେ। ହେଲେ ଅନ୍ୟ ଲୋକନୃତ୍ୟ ଭଳି ସରକାର ଘୁମୁରାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି।
-ବିଜୟ ଦେହୁରୀ, ବାଇସିଙ୍ଗା

ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି
କାମାକ୍ଷାନଗର ଉପଖଣ୍ଡର ୧୫ ହଜାରରୁ ଊର୍ଦ୍ଧ୍ୱ କଳାକାର ପଞ୍ଜୀକୃତ ହୋଇଛନ୍ତି। ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ଲାଗି ରାଜ୍ୟ କଳା ଓ ସଂସ୍କୃତି ସଂଘ ପକ୍ଷରୁ ଉଦ୍ୟମ କରାଯାଉଛି।
-ଅବନୀ କୁମାର ମିଶ୍ର,
ରାଜ୍ୟ କଳା ଓ ସଂସ୍କୃତି ସଂଘ ଉପସଭାପତି

କଳା, ସଂସ୍କୃତି ସଂଘ ସହ ଆଲୋଚନା କରାଯିବ
ଘୁମୁରା ଏକ ଲୋକପ୍ରିୟ ନୃତ୍ୟ। କାମାକ୍ଷାନଗର ଅଞ୍ଚଳରେ ଏଭଳି ପୁରାତନ ଲୋକକଳା ଥିବା ଜଣା ନ ଥିଲା। ଏହାର ବିକାଶ ଲାଗି ଖୁବ୍‌ଶୀଘ୍ର ବ୍ଲକ କଳା, ସଂସ୍କୃତି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ।
– ବିକାଶ କୁମାର ମହାନ୍ତି, କାମାକ୍ଷାନଗର ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

୮୦ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ଢାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ନଭେମ୍ବର...

ଖୁସିଖବର: କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୦।୧୨(ସୌମ୍ୟରଞ୍ଜନ ରାଉତ):ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri