ବଢ଼ିଲା ପିଲାଙ୍କ ଚିନ୍ତା

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଏବେ ଶିଶୁଙ୍କ ଉପରେ କରୋନାର ଆଖି ପଡ଼ିଲାଣି। ଫଳରେ ଚିନ୍ତା ବଢିଛି। ଗତ ଦୁଇଦିନରେ ୧୮ବର୍ଷରୁ କମ୍‌ ବୟସ ବର୍ଗରେ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମିତଙ୍କ ମଧ୍ୟରେ ୧୦ ପ୍ରତିଶତରୁ ଊର୍ଦ୍ଧ୍ୱ ପିଲା ରହିଛନ୍ତି। ୧୫ ତାରିଖରେ ସ୍ବାସ୍ଥ୍ୟ ବିଭାଗ ସୂଚନାନୁଯାୟୀ, ରାଜ୍ୟରେ ମୋଟ ୧,୦୫୮ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୩ ପ୍ରତିଶତ ଅର୍ଥାତ୍‌ ୧୩୮ଜଣ କେବଳ ପିଲା ରହିଛନ୍ତି। ସେହିଭଳି ୧୬ତାରିଖରେ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୮୬୮ କରୋନା ଆକ୍ରାନ୍ତ
ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୨ ପ୍ରତିଶତ ଅର୍ଥାତ୍‌ ୧୦୪ ଜଣ କେବଳ ପିଲା ରହିଛନ୍ତି। ରାଜ୍ୟ ସରକାର ପ୍ରଥମ ଥର ପାଇଁ ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ ସଂକ୍ରମିତ ତଥ୍ୟ ଦେଇଛନ୍ତି। ଦେଢ଼ବର୍ଷ ପରେ ହଠାତ୍‌ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ ସମସ୍ତଙ୍କ ମନରେ ଆଶଙ୍କା ବଢ଼ିଯାଇଛି।
ରାଜ୍ୟରେ ଶିଶୁ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଶିଶୁଙ୍କ ସଂକ୍ରମଣ ବିଶ୍ଳେଷଣ ପାଇଁ ଏବେଠାରୁ ତଥ୍ୟ ଉପରେ ନଜର ରଖାଯାଉଛି। ଦୁଇ ଦିନରେ ତଥ୍ୟକୁ ନେଇ ଶିଶୁ ଆକ୍ରାନ୍ତ ବଢ଼ିଛି ବୋଲି କୁହାଯାଇପାରିବ ନାହିଁ। କିଛିଦିନର ବିଶ୍ଳେଷଣ ପରେ ଆକ୍ରାନ୍ତ ହାର ଜଣାପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସବୁ ଲକ୍ଷଣଯୁକ୍ତ ପିଲାଙ୍କ କରୋନା ପରୀକ୍ଷା ପାଇଁ କୁହାଯାଇଛି। ଶିଶୁଙ୍କ କ୍ଷେତ୍ରରେ ଟେଷ୍ଟ ଅନୁସାରେ ପଜିଟିଭିଟି ରେଟ୍‌ କେତେ ଜଣାପଡ଼ିବ। ସରକାରଙ୍କ ପକ୍ଷରୁ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ପିଲାଙ୍କ ସଂକ୍ରମିତ ସଂଖ୍ୟା ତଥ୍ୟ ଦେବା ପରେ ରାଜ୍ୟରେ ତୃତୀୟ ଲହର ବୋଧହୁଏ ପ୍ରବେଶ କଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଏଥିରେ ଛୋଟ ପିଲା ଅଧିକ ସଂକ୍ରମିତ ହେବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେଣୁ ସମସ୍ତଙ୍କ ମନରେ ଭୟ ଖେଳିଗଲାଣି। ଏ ନେଇ ଡିଏମ୍‌ଇଟି ସି.ବି.କେ. ମହାନ୍ତି କହିଛନ୍ତି, ଜୁଲାଇ ୨୧ର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି। ପ୍ରଥମ ଲହରରେ ଶିଶୁ ସଂକ୍ରମଣ ଯେଉଁ ଟ୍ରେଣ୍ଡରେ ଥିଲା ଦ୍ୱିତୀୟ ଲହରରେ ବି ସେହି ଟ୍ରେଣ୍ଡ ରହିଛି। ହେଲେ ଶିଶୁମାନେ ଧରା ପଡ଼ୁନାହାନ୍ତି। କାରଣ ଅନେକ ଶିଶୁ ଲକ୍ଷଣ ବିହୀନ ରହୁଛନ୍ତି ଓ ଶିଶୁଙ୍କ ସିଭିଅରିଟି କମ୍‌ ରହିଛି। ଏଥିସହ ମୃତ୍ୟୁ ହାର ବି କମ୍‌ ରହିଛି। ତେବେ ସଂକ୍ରମଣ ଉପରମୁହାଁ ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। କିନ୍ତୁ ରାଜ୍ୟରେ ଏବେ ସେମିତି ଅବସ୍ଥା ହୋଇନାହିଁ। ସେ ଆହୁରି କହିଛନ୍ତି, ୧୮ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଆଗକୁ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ସଂକ୍ରମଣ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବିଶେଷ କରି ୯ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅଧିକ ଭୟ ରହୁଛି। ପିଲାଙ୍କ ପାଇଁ ଟିକା ଆସିନାହିଁ। ତେଣୁ ଶିଶୁ ଓ କିଶୋରଙ୍କୁ ସୁରକ୍ଷିତ ପରିବେଶରେ ରଖିବାକୁ ପଡ଼ିବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ହେବା ଆବଶ୍ୟକ ବୋଲି ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ହଜାରେ ତଳକୁ ଖସିଛି। ପୂର୍ବରୁ ହଜାରେ ତଳକୁ ଯାଇଥିଲେ ମଧ୍ୟ ଗତ କିଛିଦିନ ହେବ ପୁଣି ଏକ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟାନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭ ଜିଲାରୁ ୮୬୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୭ କ୍ୱାରାଣ୍ଟାଇନରୁ ଥିବାବେଳେ ୩୬୧ଜଣ ସ୍ଥାନୀୟ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୦୪ଜଣ ଶୂନରୁ ୧୮ବର୍ଷ ବୟସର ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୬ଜଣ ଥିବାବେଳେ କଟକରୁ ୧୫୪ଜଣ ରହିଛନ୍ତି। ବାକି ସବୁ ଜିଲାରେ ସଂକ୍ରମିତ ସଂଖ୍ୟା ଶହେ ତଳକୁ ରହିଛି। ଫଳରେ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୯,୬୫,୪୩୩ ହୋଇଛି। ଏଥିସହ ଆଉ ୬୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ତେବେ ଏମାନଙ୍କ ମୃତ୍ୟୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ହୋଇ ନ ଥିବା ବିଭାଗ ସ୍ପଷ୍ଟ କରିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୯୫୩କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri