‘ଭାଗ ମିଲଖା ଭାଗ’ ପାଇଁ ସୋନମ କପୁର ନେଇଥିଲେ ମାତ୍ର ୧୧ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲେ ବି ବେଳେବେଳେ କାମ କରିବାକୁ ମନା କରି ଦେଇଥାଆନ୍ତି । ଆଉ ଏହା ପଛର କାରଣ ଥାଏ ପାରିଶ୍ରମିକ ତାଙ୍କର ପସନ୍ଦ ହୋଇ ନ ଥାଏ । ହେଲେ ଆଉ କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲା ପରେ ପାରିଶ୍ରମିକ ଉପରେ ଆଉ ଏତେଟା ଧ୍ୟାନ ଦେଇ ନ ଥାଆନ୍ତି । ଏମିତିକି ଫ୍ରି ରେ ବି କାମ କରିବାକୁ ରାଜି ହୋଇଥାଆନ୍ତି । ଫିଲ୍ମ ମେକର ରାକେଶ ଓମ ପ୍ରକାଶ ମେହେରା ନିଜର ଅଟୋବାୟୋଗ୍ରାଫି ‘ଦ ଷ୍ଟ୍ରେଞ୍ଜର ଇନ୍ ଦ ମିରର’ରେ ଚମକାଇବା ଭଳି ଏକ ତଥ୍ୟ ଦେଇଛନ୍ତି । ଏଥିରେ ସେ ତାଙ୍କ ଫିଲ୍ମ ‘ଭାଗ ମିଲଖା ଭାଗ’ ରେ ସୋନମ କପୁର ନେଇଥିବା ଫିଜ୍ ବିଷୟରେ ଚର୍ଚ୍ଚା କରିଛନ୍ତି । ଏହି ଫିଲ୍ମରେ ସୋନମ କପୁରଙ୍କର ବେଶି ରୋଲ୍ ନ ଥିଲେ ବି ଏଥିରେ ସେ ଅଭିନୟ କରିବାକୁ ମାତ୍ର ୧୧ ଟଙ୍କା ପାରିଶ୍ରମିକ ନେଇଥିବା ରାକେଶ କହିଛନ୍ତି । ଏହା ପଛର କାରଣ ହେଉଛି ଫିଲ୍ମଟି ତାଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସେଥିରେ ସେ ନିଜର ଯୋଗଦାନ ଦେବାକୁ ଚାହିଁଥିଲେ । ଆତ୍ର ୭ ଦିନରେ ସୋନମ ଏହାର ଶୁଟିଂ ସାରିଥିଲେ । ନିକଟରେ ରାକେଶ ଓମ ପ୍ରକାଶ ମେହେରାଙ୍କ ଫିଲ୍ମ ତୁଫାନ ରିଲିଜ ହୋଇଥିଲା । ଆଗକୁ ମଧ୍ୟ ତାଙ୍କର ଆଉ ଏକ ପ୍ରୋଜେକ୍ଟର କାମ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri