ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…

ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ ମା’ ଏବେ ଥାନାରେ ପହଞ୍ଚିଛନ୍ତି। ଏଭଳି ଅଭାବନୀୟ ଘଟଣା ପଞ୍ଜାବ ଅମୃତସରରେ ଘଟିଛି। ଦୁଇ ମା’ ଶିଶୁକନ୍ୟାକୁ ନିଜଠାରୁ ଅଲଗା କରିବାକୁ ନାରାଜ। ତେବେ ମା’ଙ୍କର ବିବାଦରେ ପୋଲିସ କୌଣସି ନିଷ୍ପତ୍ତି ଗ୍ରହଣ କରି ପାରୁ ନାହିଁ। ଦୁହିଁଙ୍କୁ ବୁଝାଶୁଝା କରି ପୋଲିସ ନୟାନ୍ତ ହେଲାଣି। ଜନ୍ମ ଦେଇଥିବା ମା’ଙ୍କ ନାମ ବେବି। ତାଙ୍କର ପୂର୍ବରୁ ଦୁଇ ଝିଅ ଅଛନ୍ତି। ତୃତୀୟ ଝିଅ ଜନ୍ମ ହେବା ପରେ ବେବି ପଡ଼ୋଶୀ ତାନିଆଙ୍କୁ ପାଳନ ଦାୟିତ୍ୱ ଦେଇଥିଲେ।

ମାତ୍ର ତାନିଆ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପୂର୍ବରୁ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏବେ ବେବି ନିଜ ଶିଶୁକନ୍ୟାଙ୍କୁ ମାଗୁଛନ୍ତି। କିନ୍ତୁ ଜନ୍ମରୁ ଏକ ମାସ ଶିଶୁକନ୍ୟାଙ୍କୁ ପାଖରେ ରଖିଥିବା ତାନିଆ ଦେବାକୁ ଅମଙ୍ଗ ହେଉଛନ୍ତି। ତାନିଆ ଶିଶୁକନ୍ୟାଙ୍କୁ ଫେରାଇବା ଲାଗି ୩୫ ହଜାର ଟଙ୍କା ଦାବି କରୁଥିବା ବେବି ଥାନାରେ ଅଭିଯୋଗ କରିଛନ୍ତି। ଜନ୍ମ ପରେ ଶିଶୁକନ୍ୟାଙ୍କୁ ପୋଷ୍ୟଭାବେ ନେବା ଲାଗି ତାନିଆଙ୍କ ସ୍ବାମୀ କର୍ନ ବେବିଙ୍କ ଘରକୁ ବାରମ୍ବାର ଆସୁଥିବା ଅଭିଯୋଗ ହୋଇଛି। କିଛି ଦିନ ଶିଶୁକନ୍ୟାଙ୍କୁ ଲାଳନ ପାଳନ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ।

ଶେଷରେ ବେବି ତାଙ୍କୁ ଶିଶୁକନ୍ୟାଙ୍କୁ ଦେଇଥିଲେ। ୧୦ ଦିନ ପରେ ଶିଶୁକନ୍ୟାଙ୍କୁ ଫେରାଇ ଆଣିବା ଲାଗି ବେବି ତାନିଆଙ୍କ ଘରେ ପହଞ୍ଚିଥିଲେ। ମାତ୍ର ତାନିଆ ଶିଶୁକନ୍ୟାଙ୍କୁ ଫେରାଇବାକୁ ମନା କରିଥିବା ବେବି ଅଭିଯୋଗ କରିଛନ୍ତି। ଦୁଇ ମା’ଙ୍କୁ ବୁଝାଶୁଝା ଜାରି ରହିଥିବା ଏସ୍‌ଆଇ ଗୁରଜୀତ୍‌ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri