୯ଶହ ବୀମାଧାରୀଙ୍କ ମଧ୍ୟରେ ୨୧ଜଣ ପରୀକ୍ଷାର୍ଥୀ: ସରିଲା ରିମାଣ୍ଡ, ଜେଲ ଫେରିଲେ କୋଟିପତି ବିରଞ୍ଚି

ଭୁବନେଶ୍ୱର,୭।୮(ବ୍ୟୁରୋ): ବହୁ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନାରାୟଣ ସାହୁଙ୍କ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହୋଇଛି। ଭିଜିଲାନ୍ସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଏହି ମାମଲାରେ ଓଏସ୍‌ଏସ୍‌ସି ନିଯୁକ୍ତି ଲିଙ୍କ୍‌ ରହିଥିବା ନେଇ ଅଭିଯୋଗ ଉଠୁଥିବାବେଳେ ଜେରାବେଳେ ବିପୁଳ ସମ୍ପତ୍ତି ଠୁଳ ପଛରେ ଆଉଏକ ଖିଅ ମିଳିଛି। ତେବେ ଜେରା ସଂକ୍ରାନ୍ତରେ ଭିଜିଲାନ୍ସ ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କହିଛି ଯେ, ଚାକିରି ବ୍ୟତୀତ ବିରଞ୍ଚତ୍ ୨୦୦୯ରୁ ତାଙ୍କ ସ୍ତ୍ରୀଙ୍କ ନାମରେ ଇନ୍‌ସ୍ୟୁରାନ୍ସ ବ୍ୟବସାୟ ଚଲାଉଥିଲେ। ଯେଉଁଥିରେ ସେ ଏପର୍ଯ୍ୟନ୍ତ ୯ଶହ ଜଣଙ୍କୁ ଜୀବନବୀମା କରାଇଛନ୍ତି। ଯେଉଁମାନେ ଜୀବନ ବୀମା କରିଛନ୍ତି ସେମାନେ ଓଏସ୍‌ଏସିସିର ବିଭିନ୍ନ ପରୀକ୍ଷା ଦେଇଥିବା ସନ୍ଦେହ କରାଯାଉଛି। ବିରଞ୍ଚତ୍ ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜୀବନ ବୀମା କରାଇଥିବା ଜେରା ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଛି। ବୀମା କରିଥିବା ୯ଶହ ଜଣଙ୍କ ମଧ୍ୟରୁ ୨୧ଜଣ ପରିକ୍ଷାର୍ଥୀ ଥିବା ଜଣାପଡିଛି। ଅନ୍ୟ ବୀମାଧାରୀଙ୍କ ସମ୍ବନ୍ଧରେ ଖୋଳତାଡ କରାଯାଉଛି। ତେବେ ସେ କରିଥିବା ଇନ୍‌ସ୍ୟୁରାନ୍ସ ପଲିସିରେ କେତେ କମିଶନ ପାଇଛନ୍ତି, ଟ୍ୟାକ୍ସ ଦେଉଥିଲେ କି ନାହିଁ ସେନେଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର୍‌. ପ୍ରକାଶ ଗଣମାଧ୍ୟକୁ କହିଛନ୍ତି। ସେପଟେ ବେଆଇନ ଅର୍ଥ କରାବାରରେ ଚେର ଖୋଜିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ବିରଞ୍ଚତ୍ଙ୍କ ଘରେ ଚଢାଉ ସମୟରେ ୧୧୪ଟି ଆଡ୍‌ମିଟ୍‌ କାର୍ଡ ଭିଜିଲାନ୍ସ ଜବତ କରିଥିଲା। ଜବତ ଆଡ୍‌ମିଟ୍‌ କାର୍ଡ ମଧ୍ୟରୁ ୧୦୭ଜଣ ଚାକିରି ପାଇ ନ ଥିବା ଜଣାପଡିଛି। ତେବେ ବାକି ଆଡ୍‌ମିଟ୍‌ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଭିଜିଲାନ୍ସ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୩୦ରେ ତୃତୀୟଶ୍ରେଣୀ କର୍ମଚାରୀ ବିରଞ୍ଚତ୍ଙ୍କ ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ ବାସଭବନ, କଟକରେ ଥିବା ଶ୍ୱଶୁରଘର ସମେତ ୬ ସ୍ଥାନରେ ଭିଜିଲାନ୍ସର ୩ ଟିମ୍‌ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା। ନୀଳାଦ୍ରି ବିହାରସ୍ଥିତ ଦୁଇମହଲା ଘରୁ ଦେଢ କେ.ଜି.ର ସୁନା ଅଳଙ୍କାର, ନଗଦ ୧୨ଲକ୍ଷ ଟଙ୍କା, ୫୬ଲକ୍ଷ ଟଙ୍କାର ବୀମା, ବ୍ୟାଙ୍କ ଜମା, ଟଙ୍କା କାରବାର ରସିଦ୍‌, ବିଦେଶୀ ଟଙ୍କା, ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ, କାର୍‌, ବାଇକ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଏଥିସହିତ ବିଭିନ୍ନ ସ୍ଥାନରେ ଥିବା ୧୪ଟି ପ୍ଲଟ୍‌, ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘରକୁ ଭିଜିଲାନ୍ସ ଟିମ୍‌ ଠାବ କରିଥିଲା। ସେହିପରି ତାଙ୍କ ସମ୍ପର୍କୀୟଙ୍କ ଘରୁ ମଧ୍ୟ ନଗଦ ୧୩ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଯାଞ୍ଚ ପରେ ବିରଞ୍ଚତ୍ ନିଜ ଆୟତର ୨୬୮% ଅର୍ଥାତ୍‌ ମୋଟ ୩ କୋଟି ୫୧ଲକ୍ଷ ଓ ୫୧ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିଲା। ପରେ ବିରଞ୍ଚତ୍ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ବାଧ୍ୟତାମୂଳକ ଅବସର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri