କଲାମଙ୍କ ନାମରେ ହେବ ପାର୍କ

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ୱାରା ସ୍ଥାନୀୟ କଳିଙ୍ଗନଗର କେ-୮ ଅଞ୍ଚଳରେ ନିର୍ମାଣ ହେଉଥିବା ପାର୍କକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ନାମରେ ନାମିତ କରାଯିବ। ଏନେଇ ବିଡିଏ ପକ୍ଷରୁ ଟୁଇଟ୍‌ କରି ଜଣାଯାଇଛି। କଳିଙ୍ଗ ନଗରଠାରେ ୧୨ ଏକର ପରିମିତ ଅଞ୍ଚଳରେ ତିଆରି ହେଉଥିବା ପାର୍କର ନିର୍ମାଣ କାର୍ଯ୍ୟ ଆସନ୍ତା ମାସକ ମଧ୍ୟରେ ଶେଷ ହେବ ବୋଲି ଆଶା ରଖାଯାଇଛି। ଭାରତର ମିଶାଇଲ ମ୍ୟାନ ବୋଲି କୁହାଯାଉଥିବା କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ତାଙ୍କ ନାମରେ ପାର୍କର ନାମକରଣ କରାଯିବାକୁ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପାର୍କ କେବଳ ସହରର ସାୈନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହେବ ତାହା ନୁହେଁ ବରଂ କଲାମଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବିଷୟରେ ଯୁବଗୋଷ୍ଠୀ ଅଧିକରୁ ଅଧିକ ଜାଣିବାକୁ ଉତ୍ସାହିତ ହେବେ। ଭୁବନେଶ୍ୱରରେ ଏହା ହେଉଛି ପ୍ରଥମ ପାର୍କ, ଯାହାକି କଲାମଙ୍କ ନାମରେ ନାମିତ ହେବାକୁ ଯାଉଛି ବୋଲି ବିଡିଏର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ଜୁନ୍‌ରେ ବିଡିଏ ପକ୍ଷରୁ ସହରରେ ୩ଟି ପାର୍କ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ସେଥିମଧ୍ୟରେ ଗୋଟିଏ କଳିଙ୍ଗନଗରରେ ନିର୍ମାଣ ହେଉଥିବାବେଳେ ଅନ୍ୟ ୨ଟି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀ ଓ ଲକ୍ଷ୍ମୀସାଗର ଅଞ୍ଚଳରେ ନିର୍ମାଣ ହେଉଛି। କଳିଙ୍ଗନଗର ପାର୍କ ପାଇଁ ୧୫.୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଡୁମୁଡୁମା ଏବଂ ଲକ୍ଷ୍ମୀସାଗର ପାର୍କ ପାଇଁ ଯଥାକ୍ରମେ ୨୯.୨୭ ଏବଂ ୪୨.୭୧ଲକ୍ଷ ଟଙ୍କା ଅଟକଳ କରାଯାଇଛି। ଉକ୍ତ ପାର୍କଗୁଡ଼ିକରେ ଶାରୀରିକ ଅଭ୍ୟାସ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିବ। ଏପରି କି ଖୋଲା ଜିମ୍ନାସିୟମ, ଜଗିଂ ଟ୍ରାକ୍‌ ଏବଂ ବର୍ଷାଜଳ ଅମଳ ବ୍ୟବସ୍ଥା ଆଦି ରହିବ।
ବର୍ତ୍ତମାନ ରାଜଧାନୀରେ ୧୨୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପାର୍କ ରହିଛି। ସେଥିମଧ୍ୟରୁ ୫୭ଟି ବିଡିଏ ଏବଂ ୬୩ଟି ବିଏମ୍‌ସି ଦ୍ୱାରା ପରିଚାଳିତ ହେଉଛି। ବିଜୁ ପଟ୍ଟନାୟକ ପାର୍କ, ଇନ୍ଦିରା ଗାନ୍ଧୀ ଏବଂ ମଧୁସୂଦନ ଦାସ ଭଳି ୧୦ଟି ବଡ଼ ପାର୍କ ବିଡିଏ ଦ୍ୱାରା ସିଧାସଳଖ ପରିଚାଳିତ ହେଉଥିବାବେଳେ ବିଏମ୍‌ସି ଛୋଟ ଛୋଟ ପାର୍କର ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri