ଗୁଣିଗାରେଡି, ପୂର୍ବ ରାଗରୁ ୩ ଜଣଙ୍କୁ ହତ୍ୟା

ଖମାର,୨ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡା ବ୍ଲକ ଖମାର ଥାନା କୁଞ୍ଜାମ ପଞ୍ଚାୟତର ୩ ଜଣଙ୍କୁ ଗୁଣିଗାରେଡି ସନ୍ଦେହ ଓ ପୂର୍ବ ରାଗ ରଖି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ମୃତଦେହକୁ ରଶିରେ ବାନ୍ଧି ଘୋଷାରି ନେଇ ସମାକୋଇ ନଦୀରେ ଫିଙ୍ଗାଯାଇଥିବା ସ୍ପଷ୍ଟ କରିଛି ଖମାର ପୋଲିସ। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଶଙ୍କର ପୂର୍ତ୍ତି, ନିରଞ୍ଜନ ଚାମ୍ପିଆ, ଚନ୍ଦ୍ର ଡଙ୍ଗ, ଟିଟୁ ଡଙ୍ଗ ଓ ଅନ୍ୟ ୨ ନାବାଳକଙ୍କ ସହ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଶଙ୍କର ମୃତ ମୁନି ଚାତରଙ୍କ ପୁଅ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ଗତ ଶୁକ୍ରବାର ସଂଘବଦ୍ଧ ଭାବେ ୩ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ପୋଲିସ କହିଛି। ରବିବାର ନଦୀରୁ ନିଖୋଜ ଜିତମୁଣ୍ଡା କୋଲହ ସାହିର ବୁଧୁ ଚାତର(୫୫)ଙ୍କ ମୃତଦେହ ଜବତ ହୋଇଥିବା ବେଳେ ସୋମବାର କୁଞ୍ଜାମ ଢିପା ସାହିର ମତେଇ ଗାଗରାଇ (୪୮)ଙ୍କ ମୃତଦେହ ମିଳିଛି। ଅନ୍ୟ ନିଖୋଜ ବୁଧୁଙ୍କ ସ୍ତ୍ରୀ ମୁନି ଚାତରଙ୍କ ମୃତଦେହ ଏଯାଏ ଜବତ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ଭୁବନେଶ୍ୱର,୩।୫: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଜମିଜମା ମାମଲାର...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା...

ବାଦ୍‌ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା

ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri