ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏହି ରାଜିନାମା ସ୍ବାକ୍ଷର କରିଥିଲେ। ବିଭିନ୍ନ ଦେଶ ମଧ୍ୟରେ ଅସ୍ତ୍ର ବ୍ୟବସାୟକୁ ନିୟନ୍ତ୍ରଣ କରିବା ଥିଲା ଏହି ଚୁକ୍ତିନାମାର ଉଦ୍ଦେଶ୍ୟ। ତେବେ ଏହାକୁ ଭୁଲ୍‌ ଢଙ୍ଗରେ ପରିଚାଳନା କରାଯାଉଥିବା ଟ୍ରମ୍ପ ନ୍ୟାଶନାଲ୍‌ ରାଇଫଲ ଆସୋସିଏଶନ୍‌ (ଏନ୍‌ଆର୍‌ଏ)ର ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସେ ବନ୍ଧୁକ ଅଧିକାର ଲାଗି ସଂଘର୍ଷ କରିବେ ବୋଲି ପ୍ରତିଜ୍ଞା କରିବା ସହ ତାଙ୍କର ପୁନଃ ନିର୍ବାଚନ ଦୌଡ଼ରେ ସହଯୋଗ ଲାଗି ଦେଶର ବନ୍ଧୁକ ସପକ୍ଷବାଦୀ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।
ଅନ୍ତର୍ଜାତୀୟ ବନ୍ଧୁକ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ଥିବାବେଳେ ଅସ୍ତ୍ର ଧାରଣ ଅଧିକାର ସମ୍ପର୍କିତ ଦ୍ୱିତୀୟ ସଂଶୋଧନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏନ୍‌ଆର୍‌ଏ ପକ୍ଷରୁ କୁହାଯାଇଛି। ଏହି ରାଜିନାମାକୁ ମଞ୍ଜୁର ନ କରିବା ଲାଗି ଆମେରିକା ସିନେଟକୁ କହିବେ ବୋଲି ଟ୍ରମ୍ପ ଏନ୍‌ଆରଏକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ବିଶ୍ୱର ସର୍ବବୃହତ ଅସ୍ତ୍ର ରପ୍ତାନିକାରୀ ହୋଇଥିବାବେଳେ ଏହା ପଛକୁ ରହିଛି ରୁଷିଆ। ତେବେ ରୁଷିଆଠାରୁ ଆମେରିକାର ଅସ୍ତ୍ର ବିକ୍ରି ୫୮ ପ୍ରତିଶତ ଅଧିକ। ତାଙ୍କ ପ୍ରଶାସନରେ ଆମେରିକାର ସାର୍ବଭୌମତ୍ୱକୁ କାହା ନିକଟରେ ନଇଁବାକୁ କଦାପି ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ଉକ୍ତ ଚୁକ୍ତିନାମା ଦାୟିତ୍ୱହୀନ ଅସ୍ତ୍ର ହସ୍ତାନ୍ତର ସମସ୍ୟାର ସମାଧାନ କରିବାରେ ବାସ୍ତବରେ ବିଫଳ ହୋଇଥିବା ହ୍ବାଇଟ୍‌ହାଉସ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କାରଣ ରୁଷିଆ, ଚାଇନା ଭଳି ବଡ଼ ଅସ୍ତ୍ର ବ୍ୟବସାୟୀମାନେ ଏହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ଘୋଷଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାନବାଧିକାର ସଂଗଠନ ଏହାକୁ ନିନ୍ଦା କରିଛି। ଟ୍ରମ୍ପ୍‌ ମୁକ୍ତ ବିଶ୍ୱର ନେତା ନୁହନ୍ତି, ଏହା ତାଙ୍କ ବିବୃତିରୁ ସ୍ପଷ୍ଟ ହୋଇଯାଇଛି ବୋଲି ବ୍ରିଟେନର ଛାୟା ବୈଦେଶିକ ସଚିବ ଏମିଲି ଥର୍ନବେରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Appleର ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

ଚାଇନା ଯୁବତୀଙ୍କ ପ୍ରେମରେ ପଡିଲେ ଝାଡ଼ଖଣ୍ଡ ଯୁବକ, ଦେଶୀ ଷ୍ଟାଇଲରେ କଲେ ବିବାହ

ସାହିବଗଞ୍ଜ,୮।୧୨: ଏହି କାହାଣୀଟି କୌଣସି ବଲିଉଡ ଫିଲ୍ମଠାରୁ କମ ନୁହେଁ। ସେମାନେ ପ୍ରଥମେ ଚାଇନାରେ ଭେଟ ହୋଇଥିଲେ, ତା’ପରେ ଲଣ୍ଡନରେ ପାଠପଢ଼ା ସମୟରେ ବନ୍ଧୁତା ଗଢ଼ି...

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ଚେର୍ନୋବିଲରେ ପରମାଣୁ ଲିକେଜର ବିପଦ ଅଛି କି? ଚମକାଇବା ଭଳି ରିପୋର୍ଟ ଦେଲା UN

କ୍ୱିଭ,୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri