Posted inଖେଳ

ଘରର ଆର୍ଥିକ ସ୍ଥିତି ନ ଥିଲା ସ୍ବଚ୍ଛଳ; ବାପାଭାଇଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡ଼ି ନ ଥିଲେ; ଏବେ ଭାରତ ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର

କଲମ୍ବୋ,୨୩।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଶୁକ୍ରବାର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ୬ ପରିବର୍ତ୍ତନ କରାଯାଇଛି। ସେଥିରେ ୫ ଜଣ ଡେବ୍ୟୁ କରିଛନ୍ତି। ତେବେ ପାଞ୍ଚଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ହେଲେ ଚେତନ ସାକାରିଆ। ଏହି ଯୁବ ବାମହାତୀ ବୋଲରଙ୍କ ପାଇଁ ଡେବ୍ୟୁର ଯାତ୍ରା ସେତେଟା ସହଜ ନ ଥିଲା। ବିଶେଷକରି ତାଙ୍କ ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ଚଳିତ ବର୍ଷ ସେ ନିଜର ସାନ ଭାଇଙ୍କୁ ଓ ପରେ ନିଜର ବାପାଙ୍କୁ ହରାଇଥିଲେ। ହେଲେ ସାକାରିଆ ପ୍ରଥମେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଡେବ୍ୟୁ କରିଥିଲେ। ଏବେ ତାଙ୍କୁ ଭାରତୀୟ ଦିନିକିଆ ଟିମ୍‌ରେ ଖେଳିବାର ସୁଯୋଗ ମିଳିଛି।

ଆଇପିଏଲ୍‌ରେ ଖେଳି ଅନେକ ଖେଳାଳି ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି। ପ୍ରତି ସିଜନରେ କାହାକୁ ନା କାହାକୁ ସେଭଳି ସୁଯୋଗ ମିଳେ। ଚଳିତ ଥର ସାକାରିଆଙ୍କୁ ସେହି ସୁଯୋଗ ମିଳିଛି। ଚଳିତ ବର୍ଷ ଘରୋଇ କ୍ରିକେଟରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏଥିପାଇଁ ପ୍ରଥମେ ଆଇପିଏଲ୍‌ରୁ ତାଙ୍କୁ ଡାକରା ଆସିଥିଲେ। ସେଠାରେ ଭଲ ଖେଳିବା ପରେ ଏବେ ତାଙ୍କ ପାଇଁ ରାଷ୍ଟ୍ରୀୟ ଟିମ୍‌ର ଦ୍ୱାର ଖୋଲିଯାଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କର ଚୟନ କରାଯାଇଛି।

ସାକାରିଆ ଆଇପିଏଲ୍‌ ପୂର୍ବରୁ ନିଜର ସାନ ଭାଇଙ୍କୁ ହରାଇଥିଲେ। ଏହାପରେ ଭାରତୀୟ ଟିମ୍‌ରେ ଚୟନ ପୂର୍ବରୁ ତାଙ୍କର ବାପାଙ୍କ ନିଧନ ହୋଇଥିଲା। ଏହି କାରଣରୁ ସେ ଦଳରେ ସୁଯୋଗ ପାଇବାର ଖୁସିରେ ଉତ୍ସବ ପାଳନ କରି ନ ଥିଲେ। ଏପରିକି ଶ୍ରୀଲଙ୍କା ଗସ୍ତରେ ଯଦି ଭଲ କରନ୍ତି ତେବେ ତାଙ୍କ ବାପାଙ୍କୁ ଖୁସି ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri