ଏଇ ଭାରତରେ

ବୟସ ୧୭, କିନ୍ତୁ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ମଦ ଦୋକାନ ବନ୍ଦ କରୁଛନ୍ତି ମଧ୍ୟପ୍ରଦେଶର ସୁରଜିତ ଲୋଧି। ସ୍ଥାନୀୟ ଲୋକଙ୍କ ଧମକକୁ ଖାତିର ନ କରି ସେ ଏହି ସାହସିକ କାର୍ଯ୍ୟ କରିଛନ୍ତି। ଲୋଧି କଲେଜର ପ୍ରଥମ ବର୍ଷ ଛାତ୍ର। ନିଜ ଗାଁ ବ୍ୟତୀତ ସେ ବିଦିଶା ଜିଲାରେ ବହୁ ମଦ ଦୋକାନ ବନ୍ଦ କରିସାରିଲେଣି। ସେ ମଧ୍ୟ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ ଚଳାଇଛନ୍ତି। ପଢ଼ା ଛାଡ଼ି ଦେଉଥିବା ପିଲାମାନଙ୍କୁ ପୁଣି ସ୍କୁଲରେ ନାମ ଲେଖାଉଛନ୍ତି। କୈଳାସ ସତ୍ୟାର୍ଥୀ ଚିଲ୍‌ଡ୍ରେନ୍‌ସ ଫାଉଣ୍ଡେଶନ ଦ୍ୱାରା ଆରମ୍ଭ କରାଯାଇଥିତ୍ବା ‘ବାଲ୍‌ ମିତ୍ର ଗ୍ରାମ’ ପ୍ରୋଗ୍ରାମରେ ଯୋଗ ଦେଇ ମାତ୍ର ୧୩ ବର୍ଷ ବୟସରେ ଲୋଧି ମଦ ଓ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ପରିବାରରେ ୧୦ ଜଣ ସଦସ୍ୟ ଥିଲେ। ଲୋଧିଙ୍କ ପିତା ଦିନମଜୁରିଆ ଥିତ୍ଲେ ଏବଂ ଅତ୍ୟଧିକ ମଦ ପିଉଥିତ୍ଲେ। ଏଣୁ ସେ ବହୁ କଷ୍ଟରେ ପଢ଼ା ଜାରି ରଖିତ୍ବା ସହ ମଦ ବିରୋଧୀ ଆନ୍ଦୋଳନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାସ୍ଥ୍ୟ,ପରିବାର, ଜୀବନଶୈଳୀରେ ମଦର ପ୍ରଭାବ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରି ଅଭିଯାନରେ ସାମିଲ କରୁଛନ୍ତି। ଏବେ ତାଙ୍କ ଟିମ୍‌ରେ ୯୦ ଜଣ ପିଲା ଯୋଡି ହୋଇ କାର୍ଯ୍ୟ କରୁଛନ୍ତି। ମଦ ଦୋକାନ ବନ୍ଦ ହେବା ପରେ ଦୋକାନୀମାନେ ଜୀବିକା ହରାଇବାରୁ ସେମାନଙ୍କୁ ସରକାରୀ ଅଧିକାରୀମାନଙ୍କ ସହାୟତାରେ କାମ ଯୋଗାଇ ଦେବାର ବ୍ୟବସ୍ଥା ବି କରୁଛନ୍ତି ଲୋଧିତ୍। ପିଲା ଯୋଡି ହୋଇ କାର୍ଯ୍ୟ କରୁଛନ୍ତି। ମଦ ଦେକାନ ବନ୍ଦ ହେବା ପରେ ଦୋକାନିମାନେ ଜୀବିକା ହରାଇବା ପରେ ସେମାନଙ୍କୁ ସରକାରୀ ଅଧିକାରୀମାନଙ୍କ ସହାୟତାରେ କାମ ଯୋଗାଇ ଦେବାର ବ୍ୟବସ୍ଥା ବି କରୁଛନ୍ତି ଲୋଧିତ୍।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri