ଗାଁକୁ ମାଡ଼ି ଆସିଲା ସମୁଦ୍ର ଜୁଆର

ଗୋପାଳପୁର,୧୧।୭: ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ୩ଟି ଘର ଭାଙ୍ଗିଯାଇଥିଲା। ରବିବାର ପୁଣି ଜୁଆର ମାଡ଼ରେ ଆର୍‌.ଚନ୍ଦ୍ରମ୍ମା, ଆର୍‌.ତ୍ରିନାଥ ଓ ଏଲ୍‌.ହେମାବତୀଙ୍କ ୩ଟି ଘର ଭାଙ୍ଗିଯାଇଛି। ଆହୁରି ଅନେକ ଘର ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ଚିକିଟି ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ସରକାରଙ୍କଠାରେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିଙ୍କ ଇଚ୍ଛାଶକ୍ତି ଅଭାବରୁ ତାହା ସମ୍ଭବ ହୋଇପାରୁନାହିଁ। ଗତ ୩ ତାରିଖରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ଘଟଣାସ୍ଥଳ ପରିଦର୍ଶନ କରି ୧୦ ଦିନ ମଧ୍ୟରେ ଟେଣ୍ଡର ଡକାଯାଇ ଗାର୍ଡ ଓ୍ବାଲ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଦ୍ୟାବଧି କାମ ଆରମ୍ଭ ହୋଇନାହିଁ। ଫଳରେ ସମୁଦ୍ର କୂଳ ଲଙ୍ଘୁଛି। ତେବେ ଏହାର ସ୍ଥାୟୀ ପ୍ରତିକାର କରା ନ ଗଲେ ଆଗାମୀ ଦିନରେ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ, ରାମେୟାପାଟଣା ଗ୍ରାମର ୬୫୦ ପରିବାର ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି। ୨୦୧୬ରେ ବାହୁଦା ନଦୀ ମୁହାଣରେ ବାଲି ଭର୍ତ୍ତି ହେବା ଫଳରେ ଦକ୍ଷିଣା ପବନ ବହିବା ଯୋଗୁ ସମୁଦ୍ର ଦିଗ ପରିବର୍ତ୍ତନ କରି ରାମେୟାପାଟଣା ଗ୍ରାମ ଭିତରେ ଜୁଆର ପାଣି ପଶି ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିଲା। ସେହି ସମୟରେ ଏକ ସାହି ମଧ୍ୟ ସମୁଦ୍ରରେ ଲୀନ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା...

ବାଦ୍‌ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା

ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

୨୯୨ ଆପତ୍ତିଜନକ ପୋଷ୍ଟ୍‌ ବ୍ଲକ୍‌ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୩ା୫(ସତ୍ୟଜିତ୍‌ ରାଉତ):ଚଳିତ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ପ୍ରଚାର ପାଇଁ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri