Posted inଜାତୀୟ

ଦିଲ୍ଲୀ ସରକାରଙ୍କୁ ୧୦ ବର୍ଷରେ ୭୦୨ କୋଟି ଦେଇଛନ୍ତି ଟ୍ରାଫିିକ୍‌ ପୋଲିସ…

ନୂଆଦିଲ୍ଲୀ,୩।୭: ଜରିମାନା ଆଦାୟ କରି ଦିଲ୍ଲୀ ସରକାରଙ୍କ ରାଜସ୍ବ ସଂଗ୍ରହରେ ଟ୍ରାଫିକ ପୋଲିସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଟ୍ରାଫିକ୍‌ ପୋଲିସ ଦିଲ୍ଲୀ ସରକାରଙ୍କୁ ୭୦୨ କୋଟି ଟଙ୍କା ଜରିମାନା ବାବଦରେ ଲୋକଙ୍କଠାରୁ ଆଦୟ କରି ପ୍ରଦାନ କରିଛନ୍ତି। ସରକାରଙ୍କ ରୋଜଗାରିଆ ପୁଅ ଭାବେ ଦିଲ୍ଳୀ ଟ୍ରାଫିକ ପୋଲିସ ଏବେ ଆଗ ଧାଡ଼ିରେ ରହିଛନ୍ତି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଭଳି ରିପୋର୍ଟ ପ୍ରଦାନ କରାଯାଇଛି। ଆଦାୟ ହୋଇଥିବା ଜରିମାନା ଟଙ୍କା ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ଖର୍ଚ୍ଚର ୨୦ ପ୍ରତିଶତ। ପ୍ରତିବର୍ଷ ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ଖର୍ଚ୍ଚ ୩୦୬ରୁ ୫୨୫ କୋଟି ଟଙ୍କା ମଧ୍ୟରେ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯-୨୦ରେ ଏହା ୫୨୬.୭୭ କୋଟି ଥିଲା। ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ପିଆଇଓ ମନ୍ଦୀପ୍‌ ସିଂ ରନ୍ଧଓ୍ବାଙ୍କ ଅନୁସାରେ ୨୦୧୮-୧୯ରେ ଟ୍ରାଫିକ୍‌ ପୋଲିସ ଫାଇନ୍‌ ମାଧ୍ୟମରେ ୧୨୧.୫ କୋଟି ଟଙ୍କା ଆଦାୟ କରିଥିଲେ। ଯାହାକି ସର୍ବାଧିକ। ୨୦୧୭-୧୮ରେ ଜରିମାନା ବାବଦରେ ମୋଟ ୧୦୨.୨ କୋଟି ଟଙ୍କା ଆଦାୟ କରାଯାଇଥିବା ସେ କହିଛନ୍ତି। ୨୦୧୮-୧୯ରେ ଟ୍ରାଫିକ୍‌ ପୋଲିସ ନିଜ ଦରମାର ୨୮ ପ୍ରତିଶତ ଜରିମାନାରୁ ଆଦାୟ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସି ପାରିବେନି ହେମନ୍ତ ସୋରେନ

ନୂଆଦିଲ୍ଲୀ,,୨୯।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି।...

ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂ

ଲକ୍ଷ୍ନୌ,୨୯ା୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri