ବାପାଙ୍କଠୁ ହାରିଗଲେ ବ୍ରିଟ୍‌ନି

ଲସ୍‌ ଏଞ୍ଜେଲ୍‌ସ, ୨ା୭:ନିଜ ଜୀବନରେ ବାପାଙ୍କ ହସ୍ତକ୍ଷେପଠାରୁ ମୁକ୍ତି ଚାହୁଁଥିବା ଆମେରିକାର ପପ୍‌ ସିଙ୍ଗର୍‌, ଡ୍ୟାନ୍ସର ତଥା ଅଭିନେତ୍ରୀ ବ୍ରିଟ୍‌ନି ସ୍ପିୟର୍ସ ଆଇନଗତ ଲଢ଼େଇରେ ହାରିଯାଇଛନ୍ତି। ୧୩ ବର୍ଷ ଧରି ଏକପ୍ରକାର ବନ୍ଦୀ ଜୀବନ ବିତାଉଥିବା ବ୍ରିଟ୍‌ନି ପୂର୍ବଭଳି ପିତା ଜେମ୍ସ ‘ଜେମି’ ପରନେଲ୍‌ ସ୍ପିୟର୍ସଙ୍କ ‘କଞ୍ଜରଭେଟରଶିପ୍‌’ରେ ରହିବେ ବୋଲି ଲସ୍‌ ଏଞ୍ଜେଲ୍‌ସର ଏକ କୋର୍ଟ ରାୟ ଦେଇଛନ୍ତି। ଫଳରେ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଚାହୁଁଥିବା ୩୯ ବର୍ଷୀୟା ବ୍ରିଟ୍‌ନିଙ୍କ ଆଶା ଏବେ ମଉଳିଯାଇଛି।
୨୦୦୮ରେ ସ୍ବାମୀ କେଭିନ ଫେଡର୍‌ଲାଇନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ବ୍ରିଟ୍‌ନିଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ତାଙ୍କ ସମ୍ପତ୍ତି ଉପରେ ବାପା ଜେମି ସ୍ପିୟର୍ସ ଆଇନଗତ ଅଧିକାର ଜମାଇଆସିଛନ୍ତି। ଏହା ବିରୋଧରେ ବ୍ରିଟନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଜୀବନ ଓ ସମ୍ପତ୍ତି ଜଡ଼ିତ ସମସ୍ତ ନିଷ୍ପତ୍ତି ସେ ନିଜେ ନେବାକୁ ଚାହାନ୍ତି ବୋଲି ଅଦାଲତଙ୍କୁ କହିଥିଲେ। ଏହା ସତ୍ତ୍ୱେ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଜୁନ୍‌ ୨୩ରେ ଅଦାଲତଙ୍କୁ ବ୍ରିଟ୍‌ନି କହିଥିଲେ, ଇଚ୍ଛା ବିରୋଧରେ ତାଙ୍କୁ କାମ ପାଇଁ ଯିବାକୁ ବାପା ଜେମି ବାଧ୍ୟ କରୁଛନ୍ତି। ତାଙ୍କୁ ଜବରଦସ୍ତି କିଛି ଔଷଧ ଖାଇବାକୁ ଦିଆଯାଉଛି। ଏପରି କି ପୁନଃ ବିବାହ କିମ୍ବା ସନ୍ତାନ ଜନ୍ମ ଇଚ୍ଛା ପୂରଣ କରିବାକୁ ଦିଆଯାଉନାହିଁ। ତେଣୁ ତାଙ୍କୁ ମୁକ୍ତ କରି ସ୍ବାଧୀନ ସାମାଜିକ ଜୀବନ ବଞ୍ଚିବା ଏବଂ ନିଜ ଅର୍ଜିତ ଅର୍ଥ ଇଚ୍ଛା ଅନୁସାରେ ବ୍ୟୟ କରିବା ଅଧିକାର ଦେବାକୁ ସେ ଏକ ଭିଡିଓ ମାଧ୍ୟମରେ ଅଦାଲତଙ୍କୁ ଗୁହାରି କରିଥିଲେ। ବ୍ରିଟ୍‌ନିଙ୍କ ବାପା ମଧ୍ୟ ଜଣେ ପପ୍‌ ସେନ୍‌ସେସନ୍‌। ତାଙ୍କ ସଂରକ୍ଷଣରୁ ମୁକ୍ତି ନ ପାଇବା ପର୍ଯ୍ୟନ୍ତ ସେ କୌଣସି କାର୍ଯ୍ୟକ୍ରମ କରିବେ ନାହିଁ ବୋଲି ବ୍ରିଟ୍‌ନି ୨୦୧୯ରେ ଘୋଷଣା କରିଥିଲେ।

କ’ଣ ଘଟିଥିଲା
୨୦୦୮ରେ ବ୍ରିଟ୍‌ନି ୨୭ ବର୍ଷର ହୋଇଥିବାବେଳେ ସ୍ବାମୀ କେଭିନ ଫେଡର୍‌ଲାଇନ୍‌ଙ୍କଠାରୁ ଅଲଗା ହୋଇଯାଇଥିଲେ। କେଭିନଙ୍କୁ ନିଜ ସନ୍ତାନଙ୍କୁ ହସ୍ତାନ୍ତର କରିବାକୁ ମନା କରିବା ପରେ ବ୍ରିଟ୍‌ନି ମାନସିକ ରୋଗରେ ପୀଡ଼ିତ ଥିବା କହି ତାଙ୍କୁ ରାତିଅଧରେ ହସ୍ପିଟାଲ ନିଆଯାଇଥିଲା। ବ୍ରିଟନିଙ୍କ ମାନସିକ ସ୍ଥିତି ଭଲ ନ ଥିବା ଏବଂ ସେ ଡ୍ରଗ୍ସ ବ୍ୟବହାର କରୁଥିବା ନେଇ ପୋଲିସ କହିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିଯୋଗୁ ସେ ନିଜ ୨ ପିଲାଙ୍କ ଦାୟିତ୍ୱ ନେବାରୁ ବଞ୍ଚିତ ହୋଇଥିଲେ। ପରେ ବାପା ଜେମି ସାମୟିକ ଭାବେ ତାଙ୍କ କଞ୍ଜରଭେଟର ହେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି ଘଟଣା ପରେ ବ୍ରିଟ୍‌ନି କାମକୁ ଫେରିଥିଲେ ହେଁ ପୁଣି ହସ୍ପିଟାଲ ଯାଇଥିଲେ। ବ୍ରିଟ୍‌ନି ମେଡିସିନ ଖାଇବାକୁ ମନା କରୁଥିବା ଦର୍ଶାଇ ବାପା ଜେମି କୋର୍ଟକୁ ଯାଇଥିଲେ। ୨୦୨୦ ନଭେମ୍ବରରେ କୋର୍ଟ ବେସେମେର୍‌ ଟ୍ରଷ୍ଟକୁ ବ୍ରିଟ୍‌ନିଙ୍କ କୋ-କଞ୍ଜରଭେଟର ଦାୟିତ୍ୱ ଦେଇଥିଲେ। କଞ୍ଜରଭେଟର ହେବା ପରେ ଜେମି ତାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ରିଟ୍‌ନି ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri