Posted inଫୁରସତ

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌ !

ଶର୍ଟ ଭିଡିଓ ଷ୍ଟ୍ରିମିଂ ମୋବାଇଲ ଆପ୍‌ ‘ଟିକ୍‌ଟକ୍‌’ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ, ଏହା ନୂତନ ସୋସିଆଲ ମିଡିଆ ଏବଂ ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ପାଳନ କରିଛି, ଯେତେବେଳେ କି ଭାରତରେ ଏହି ଆପ୍‌ ଉପରେ ପ୍ରତିବନ୍ଧକ ଜାରି ରହିଛି।

ତେବେ ଏହି ବିଷୟରେ ଜ୍ଞାନ ଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, କମ୍ପାନୀ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏକ ଭଲ କଥା କିନ୍ତୁ ଏହି ପ୍ରତିବନ୍ଧକ ଉପରେ ପ୍ରଭାବ ପକାଇବାର ସମ୍ଭାବନା ନାହିଁ।

ଭାରତକୁ ଟିକ୍‌ଟକ୍‌ ଫେରିବା ନେଇ ଆଶା କରାଯାଉଛି। ଟିକ୍‌ଟକ୍‌ର ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ ସରକାରଙ୍କ ସହ ଜଡ଼ିତ ହୋଇ ଭାରତ ଫେରିବାକୁ ଅପେକ୍ଷା କରିଛି। ମୁଖପାତ୍ର କହିଛନ୍ତି, ଟିକ୍‌ଟକ୍‌ ଭାରତୀୟ ବଜାର ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ସବୁବେଳେ ଆଇନ ପାଳନ କରିବା ପାଇଁ କାର୍ଯ୍ୟ କରିଛୁ ଏବଂ ଭାରତକୁ ଫେରିବା ଏବଂ ଆମର ଲକ୍ଷ ଲକ୍ଷ ସୃଷ୍ଟିକର୍ତ୍ତା ଏବଂ ଉପଭୋକ୍ତାଙ୍କୁ ପୁଣି ଏକ ମଜାଦାର ପ୍ଲାଟଫର୍ମ ଦେବା ପାଇଁ ସରକାରଙ୍କ ସହ ଯୋଗଦେବାକୁ ଅପେକ୍ଷା କରିଛୁ।

ସୂଚନାଯୋଗ୍ୟ,ଗତ ବର୍ଷ ଜୁନ୍‌ ମାସରେ ଗଲ୍‌ଓ୍ବାନା ଉପତ୍ୟକାରେ ଚାଇନା ସହିତ ସଂଘର୍ଷ ପରେ ଭାରତ ଦ୍ୱାରା ନିଷିଦ୍ଧ ହୋଇଥିବା ୨୫୦ ଆପ୍‌ରେ ଟିକ୍‌ଟକ୍‌କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। କାରଣ ଏହା ଚାଇନାର ମୂଳ ଥିଲା। ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ବୋଲି ସରକାର ଏହି ଆପ୍‌ଗୁଡିକୁ ବାରଣ କରିଛନ୍ତି। ସରକାର କହିଥିଲେ, ଏହି ଆପଗୁଡ଼ିକ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା ଏବଂ ଜନସାଧାରଣଙ୍କ ପାଇଁ କ୍ଷତିକାରକ। ଟିକ୍‌ଟଗ୍‌ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ପ୍ରଥମ ପ୍ରତିବନ୍ଧକର ଏକ ଅଂଶ ଥିଲା। ଯେଉଁଥିରେ ୫୯ଟି ଆପ୍‌ ହଟାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri