Posted inଜାତୀୟ

ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି। ଗୁରୁବାର ବେଙ୍ଗାଲୁରୁ ସ୍ଥିତି ଅଫିସ ବାହାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ତେବେ ତାଙ୍କ ହତ୍ୟା ପଛରେ ପୂର୍ବ ଶତୃତା ରହିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି।

ପୂର୍ବରୁ ରେଖାଙ୍କ ସ୍ବାମୀ ଏସ୍‌. କାଦିରେଶଙ୍କୁ ୨୦୧୮ ଫେବୃୟାରୀ ୭ରେ ହତ୍ୟା କରାଯାଇଥିଲା। ସେ କଟନପେଟ୍‌ ଅଞ୍ଚଳରେ ଜଣେ ରାଉଡୀ ନେତା ଭାବେ ଜଣାଶୁଣା ଥିଲେ। ତାଙ୍କ ନାମରେ ହତ୍ୟା, ଅପହରଣ ଭଳି ୧୪ଟି ସଙ୍ଗୀନ ମାମଲା ଥିଲା। ଉକ୍ତ ଅଞ୍ଚଳରେ ସକ୍ରିୟ ଥିବା ବିରୋଧୀ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା।

୪୫ ବର୍ଷୀୟା ରେଖାଙ୍କ ହତ୍ୟା ଘଟଣା ସମ୍ପର୍କରେ ଅତିରିିକ୍ତ ପୋଲିସ କମିଶନର ଏସ୍‌. ମୁରୁଗାନ କହିଛନ୍ତି, ଚାଲାଭାଦିପାଲୟାର ଭାଜପା କାଉନ୍‌ସିଲର ସକାଳ ୧୦ଟା ୩୦ରେ ଅଞ୍ଚଳରେ ଚାଲିଥିବା ରିଲିଫ୍‌ ବଣ୍ଟନ କାର୍ଯ୍ୟର ତଦାରଖ କରୁଥିଲେ। ଏହି ସମୟରେ ବାଇକ୍‌ ଯୋଗେ ଆସିଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ରେଖାଙ୍କ ଅଫିସର କେହି ସମୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଅଫିସ ବାହାରେ ଲାଗିଥିବା ସିସିଟିଭି ଘଟଣା ସମୟରେ ସୁଇଚ୍‌ ଅଫ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ବେଙ୍ଗାଲୁରୁ,୩୦।୪: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା...

୩ କୋଟି ମହିଳାଙ୍କୁ କରିବି ଲକ୍ଷପତି ଦିଦି…୬୦ ବର୍ଷ ବନାମ ୧୦ ବର୍ଷ: କଂଗ୍ରେସ ଉପରେ ବର୍ଷିଲେ ମୋଦି

ମୁମ୍ବାଇ,୩୦।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri