ଜାମିନ୍‌ରେ ମୁକୁଳି କରନ୍‌ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…

ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା ହେଉଛୁ ‘ୟେ ରିସ୍ତା କ୍ୟା କହଲାତା ହୈ’ର ଅଭିନେତା କରନ୍‌ ମେହେରାଙ୍କ କଥା। ସ୍ତ୍ରୀ ନିଶାଙ୍କ ସହ ତାଙ୍କର ବୈବାହିକ ଜୀବନ ସୁରୁଖୁରୁରେ ଚାଲୁ ନ ଥିବା ନେଇ କୁହାଯାଉଥିଲା। ଗତକାଲି ସେ କରନ୍‌ଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏନେଇ ପୋଲିସଷ୍ଟେଶନରେ ଅଭିଯୋଗ କରିବା ପରେ କରନ୍‌ଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଜାମିନରେ ମୁକୁଳି ସ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।

ଏକ ସାକ୍ଷାତକାରରେ କରନ୍‌ କହିଛନ୍ତି, ନିଶା ଓ ତାଙ୍କ ଭାଇ ରୋହିତ ସେଠିୟା ଗତ ରାତିରେ ଉଭୟଙ୍କ ଝଗଡ଼ା ସମାଧାନ କରିବାକୁ ଆସିଥିଲେ। ଅଲଗା ହେବାକୁ ଅଧିକ ଟଙ୍କା ଦାବି କରିବାରୁ କରନ୍‌ ଅରାଜି ହୋଇଥିଲେ। ଏହାପରେ ନିଶାଙ୍କ ଭାଇ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ। ପରେ କରନ୍‌ ନିଜ ମା’ଙ୍କ ସହ କଥା ହେଉଥିଲେ। ଏହି ସମୟରେ ନିଶା ତାଙ୍କ ମା’, ସେ ଏବଂ ତାଙ୍କ ଭାଇଙ୍କୁ ଗାଳି ଦେବାରେ ଲାଗିଥିଲେ। ପରେ ସେ ନିଶାଙ୍କୁ ବାହାରକୁ ଚାଲିଯିବାକୁ କହିଥିଲେ। ହେଲେ ସେ ଆଗକୁ ମୁଁ କ’ଣ କରୁଛି ବୋଲି କହି ଧମକ ଦେଇଥିଲେ। କେବଳ ସେତିକି ନୁହେଁ ନିଶା ନିଜ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ସମସ୍ତଙ୍କୁ ପରେ ମୁଁ ତାଙ୍କର ଏଭଳି ଅବସ୍ଥା କରିଛି ବୋଲି କହିଥିଲେ। ହେଲେ ନିଶାଙ୍କ ଭାଇ ତାଙ୍କୁ ଚାପୁଡ଼ା ସହ ଛାତିକୁ ମାରିଥିବା କରନ୍‌ କହିଛନ୍ତି। ଯଦି ସେ କେସ୍‌ କରନ୍ତି ତେବେ ସହଜରେ ସତ ସମ୍ମୁଖକୁ ଆସିଯିବ ବୋଲି କରନ୍‌ କହିଛନ୍ତି।

ତେବେ ୫ ବର୍ଷ କାଳ ନିଶାଙ୍କୁ ଡେଟ୍‌ କରିବା ପରେ ୨୦୧୨ ନଭେମ୍ବର ୨୪ରେ ବିବାହ କରିଥିଲେ କରନ୍‌। ସ୍ବଭାବରେ ଲାଜକୁଳା ଥିବା ଅଭିନେତା ମିଡିଆ ସମ୍ମୁଖରେ ପ୍ରପୋଜ କରିଥିଲେ। ଉଭୟ ୨୦୧୭ରେ ମାତାପିତା ହୋଇଛନ୍ତି। ଏବେ ସେମାନଙ୍କର ଏକ ଶିଶୁପୁତ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri