Posted inଖେଳ

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା ସରଣଦୀପ ସିଂ। ଅନ୍ୟପକ୍ଷରେ ଏହି ପୂର୍ବତନ ଅଲ୍‌ରାଉଣ୍ଡର ଯଦି ତାଙ୍କ କୋଟା ଓଭର ପୂରଣ ନ କରିପାରନ୍ତି ତେବେ ତାଙ୍କୁ ସୀମିତ ଓଭର ଫର୍ମାଟ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ୨୦୧୯ରେ ପିଠିରେ ଅସ୍ତ୍ରୋପଚାର ହେବାପରେ ଖେଳକୁ ପ୍ରତ୍ୟାବର୍ତ୍ତନ ପରେ ହାର୍ଦ୍ଦିକ ନିୟମିତ ବୋଲିଂ କରିନାହାନ୍ତି। ସେ ଜଣେ ଅଲ୍‌ରାଉଣ୍ଡର ହୋଇଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ମନୋନୀତ କରାଯାଇନାହିଁ। ଚଳିତବର୍ଷ ପ୍ରାରମ୍ଭରେ ଐତିହାସିକ ଅଷ୍ଟ୍ରେଲିଆ ଟୁର୍‌ ସହ ଚୟନକର୍ତ୍ତା ହିସାବରେ ସରଣଦୀପଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଇଂଲଣ୍ଡ ଟୁର୍‌ ପାଇଁ ପୃଥ୍ବୀ ଶ’ଙ୍କୁ ଭାରତୀୟ ଦଳରେ ସାମିଲ କରା ନ ଯିବା ନେଇ ସେ ଅଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କିଛି ନ ହେଲେ ଏହି ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ସ୍ଥାନ ଦିଆଯିବାର ଥିଲା। ଅସ୍ତ୍ରୋପଚାର ପରେ ହାର୍ଦ୍ଦିକ ନିୟମିତ ଭାବେ ବୋଲିଂ କରିନାହାନ୍ତି। ଚୟନକର୍ତ୍ତାମାନେ ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳରେ ନେଇନାହାନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ୧୦ ଓଭର ଏବଂ ଟି୨୦ରେ ୪ ଓଭର ବୋଲିଂ କରିପାରିଲେ ହାର୍ଦ୍ଦିକଙ୍କୁ ସୀମିତ ଓଭର କ୍ରିକେଟ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ଉଚିତ। ତାଙ୍କୁ କେବଳ ଜଣେ ବ୍ୟାଟ୍ସମ୍ୟାନ ହିସାବରେ ଦଳରେ ନେଇ ହେବନାହିଁ ବୋଲି ଭାରତର ପୂର୍ବତନ ସ୍ପିନର ସରଣଦୀପ କହିଛନ୍ତି। ଅସ୍ତ୍ରୋପଚାର ପରେ ପୂରା କୋଟା ବୋଲିଂ କରିପାରୁ ନ ଥିବା ହାର୍ଦ୍ଦିକଙ୍କୁ ଯଦି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଏ ତେବେ ଦଳର ସନ୍ତୁଳନ ରହିବ ନାହିଁ। କାରଣ ଏହାଦ୍ୱାରା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାଦ୍‌ ଦେବାକୁ ପଡ଼ିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ଦେଖିବାକୁ ମିଳିଛି ଯେ, ଆମେ ୫ ବୋଲରଙ୍କୁ ନେଇ ଖେଳିପାରିବା ନାହିଁ। ବର୍ତ୍ତମାନ ଆମ ପାଖରେ ବିକଳ୍ପ ସ୍ବରୂପ ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁରଙ୍କ ଭଳି ଅଲ୍‌ରାଉଣ୍ଡର ଅଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ଟୁର୍‌ ପାଇଁ ପୃଥ୍ବୀ ଶ’ଙ୍କୁ ଦଳରେ ସାମିଲ ସପକ୍ଷରେ ନିଜର ମତ ଉପସ୍ଥାପନ କରିବାକୁ ଯାଇ ସରଣଦୀପ କହିଛନ୍ତି ଭାରତ ପାଇଁ ସେହ୍ବାଗଙ୍କ ଭୂମିକା ତୁଲାଇବାର ସାମର୍ଥ୍ୟ ଏହି ବ୍ୟାଟ୍ସମ୍ୟାନଙ୍କ ନିକଟରେ ରହିଛି। ଅଷ୍ଟ୍ରେଲିଆ ଟୁର୍‌ ପରେ ଦଳରୁ ବାଦ୍‌ ପଡ଼ିବା ପରେ ଶ’ ଘରୋଇ କ୍ରିକେଟରେ ବହୁ ରନ ସଂଗ୍ରହ କରିଛନ୍ତି। ସେ ତାଙ୍କ ବୈଷୟିକ ତ୍ରୁଟିକୁ ସଜାଡ଼ି ପାରିଛନ୍ତି। ତାହାର ନମୁନା ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri