ଗାଜା ଆକ୍ରମଣ: ନିହତ ହେଲେଣି ୯୦

ଗାଜା ସିଟି,୧୪ା୫:ଇସ୍ରାଏଲ୍‌ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିଛି। ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୭ ଶିଶୁ ଓ ୭ ମହିଳାଙ୍କ ସମେତ ୮୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୭ ଜଣ ନିହତ ହେଲେଣି। ଏଥିସହ ୪୮୭ ଜଣ ଆହତ ହୋଇଥିବା ଗାଜାସ୍ଥିତ ହମାସ୍‌ ନିୟନ୍ତ୍ରଣାଧୀନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଛି ଯେ, ସୋମବାର ସନ୍ଧ୍ୟା ପରଠାରୁ ଗାଜା ଉପରେ ଆକାଶମାର୍ଗରୁ ୬୦୦ରୁ ଅଧିକ ଥର ରକେଟ ମାଡ଼ କରାଯାଇଛି। ଅନ୍ୟପକ୍ଷେ ହମାସ୍‌ ଚରମପନ୍ଥୀମାନେ ଇସ୍ରାଏଲ୍‌କୁ ଟାର୍ଗେଟ କରି ୧,୬୦୦ ରକେଟ ଆକ୍ରମଣ କରିଛନ୍ତି। ଫଳରେ ଗାଜା ଷ୍ଟ୍ରିପ୍‌ ଏକ ଯୁଦ୍ଧଭୂଇଁରେ ପରିଣତ ହୋଇଛି। ଉଭୟ ପକ୍ଷଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଏହି ସଂଘର୍ଷକୁ ଏକ ସମ୍ପୂର୍ଣ୍ଣ ଯୁଦ୍ଧ ଆଡ଼କୁ ଟାଣିନେଇଛି ବୋଲି ଜାତିସଂଘ ପକ୍ଷରୁ ସତର୍କ କରାଯାଇଛି। ଉଭୟ ପକ୍ଷଙ୍କୁ ନେଇ ଇଜିପ୍ଟ ପକ୍ଷରୁ ଶାନ୍ତି ପାଇଁ ଆଲୋଚନା ଆରମ୍ଭ ହୋଇଥିଲେ ହେଁ ତାହାର ସୁଫଳ ମିଳିନାହିଁ। ପୂର୍ବରୁ ଇସ୍ରାଏଲ୍‌ ଓ ଗାଜାର ହମାସ୍‌ ଶାସକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଓ ୨୦୧୪ର ଯୁଦ୍ଧ ପାଲେଷ୍ଟାଇନ୍‌ ଭୂଖଣ୍ଡ ଏବଂ ଇସ୍ରାଏଲ୍‌ ସୀମାନ୍ତରେ ସୀମିତ ଥିଲା। କିନ୍ତୁ ଏଥର ଯୁଦ୍ଧ ଅଧିକ ବ୍ୟାପକ ହେବାରେ ଲାଗିଛି। ଜାତିସଂଘରେ ମଧ୍ୟପ୍ରାଚ୍ୟ ପାଇଁ ସ୍ବତନ୍ତ୍ର କୋ-ଅର୍ଡିନେଟର ଥିବା ଟୋର ଓ୍ବେନେସ୍‌ଲାଣ୍ଡ ଦୁଇ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ଆହ୍ବାନ ଦେଇଛନ୍ତି। ଗୁଳିବର୍ଷା ଓ ରକେଟ ମାଡ଼ ତୁରନ୍ତ ବନ୍ଦ କର। ଗାଜାରେ ବିଧ୍ୱଂସ୍ତକାରୀ ଯୁଦ୍ଧର ମୂଲ୍ୟ ସାଧାରଣ ଲୋକଙ୍କୁ ଦେବାକୁ ପଡ଼ୁଛି। ଶାନ୍ତି ପାଇଁ ଜାତିସଂଘ ଉଦ୍ୟମ ଚଳାଇଛି ବୋଲି ଓ୍ବେନେସ୍‌ଲାଣ୍ଡ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri