Posted inଜାତୀୟ

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ ରାତିରୁ ସହରରେ ୧୪ ଦିନ ପାଇଁ କିଛି ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ ସାଧାରଣ ସଭା ଏବଂ ଭିଡ଼ ଜମାଇବା ଉପରେ ରୋକ ଲଗାଯାଇଛି।

ତେବେ ପୁଣେର ପୋଲିସ କମିଶନର ଅମିତେଶ କୁମାର ସ୍ପଷ୍ଟ କରିଛନ୍ତି ଯେ ସହରରେ କୌଣସି ’ଲକ୍‌ଡାଉନ’ ଲଗାଯାଇ ନାହିଁ। କେବଳ ପାର୍ୱଣ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପୋଲିସର ନିର୍ଦ୍ଦେଶ ଅନୁଯାୟୀ, ଏହି ସମୟ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ, ରାଲି, ମାର୍ଚ୍ଚ ଏବଂ ସାଧାରଣ ସଭା ପାଇଁ ଅନୁମତି ମିଳିବ ନାହିଁ। ନିୟମ ଉଲ୍ଲଂଘନ କାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

କେଉଁ ସବୁ କଟକଣା ଲାଗୁ କରାଯାଇଛି?
* ସାଧାରଣ ସ୍ଥାନରେ ଏକାଠି ହେବା ଉପରେ କଟକଣା
* ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ
* ମାର୍ଚ୍ଚ ଏବଂ ରାଲି କରିବା ମନା
* ସାଧାରଣ ବୈଠକ କିମ୍ୱା ସେହିଭଳି କୌଣସି ଜନସମାବେଶ ଆୟୋଜନ କରିବା ନିଷେଧ
* ଜଳନଶୀଳ କିମ୍ୱା ବିସ୍ଫୋରକ ସାମଗ୍ରୀ ପରିବହନ ଉପରେ ରୋକ
* ହିଂସା ପାଇଁ ବ୍ୟବହୃତ ହୋଇପାରୁଥିବା ପଥର, ଅସ୍ତ୍ରଶସ୍ତ୍ର କିମ୍ୱା ବାଡି, ଖଣ୍ଡା, ବନ୍ଧୁକ ଆଦି ସାଙ୍ଗରେ ରଖିବା କିମ୍ୱା ନେବା ଆଣିବା କରିବା ସମ୍ପୂର୍ଣ୍ଣ ମନା।
* କୌଣସି ବ୍ୟକ୍ତି ବା ନେତାଙ୍କ ଫଟୋ, ପୁତ୍ତଳିକା ପ୍ରଦର୍ଶନ କରିବା କିମ୍ୱା ଦାହ କରିବା ନିଷେଧ
* ଆପତ୍ତିଜନକ ସ୍ଲୋଗାନ ଦେବା କିମ୍ୱା ଉତ୍ତେଜନାମୂଳକ ଭାଷଣ ଦେବା ମନା
* ଶାନ୍ତିଭଙ୍ଗ କରୁଥିବା ଭଳି କୌଣସି ଅଶ୍ଳୀଳ ଗୀତ ଗାଇବା କିମ୍ୱା ବାଦ୍ୟଯନ୍ତ୍ର ବଜାଇବା ଉପରେ କଟକଣା
* ଅଶାଳୀନ କିମ୍ୱା ସାଧାରଣ ସଦାଚାର ବିରୋଧୀ ସାଇନ ବୋର୍ଡ, ପ୍ଲାକାର୍ଡ କିମ୍ୱା ଚିତ୍ର ପ୍ରଦର୍ଶନ କରିବା ମନା।
* ସାଧାରଣ ନୈତିକତା କିମ୍ୱା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଭାଷଣ ବା ସାମଗ୍ରୀ ପ୍ରସାରଣ ଉପରେ ରୋକ

ପୁଣେ ପୋଲିସ ଜନସାଧାରଣଙ୍କୁ ଏହି ୧୪ ଦିନ ମଧ୍ୟରେ ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ନିବେଦନ କରିଛି।

‘ଦି ଇକୋନୋମିକ୍ସ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, କଟକଣା ସହିତ ପୁଣେ ମ୍ୟୁନିସିପାଲ କର୍ପୋରେସନ (PMC) ନିଜର ବିଭିନ୍ନ ବିଭାଗ ପାଇଁ ଇନ୍ଧନ (ଫ୍ୟୁଲ) ବଞ୍ଚାଇବା ଅଭିଯାନ ଆରମ୍ଭ କରିଛି। ଇନ୍ଧନର ବଢୁଥିବା ଦର ଏବଂ ଗାଡ଼ି ଖର୍ଚ୍ଚ ଯୋଗୁଁ ପୌରପାଳିକାର ଆର୍ଥିକ ସ୍ଥିତି ଉପରେ ଚାପ ପଡୁଛି। ସରକାରୀ ଗାଡ଼ିର ଅତ୍ୟଧିକ ବ୍ୟବହାର ଯୋଗୁଁ ଏହି ଖର୍ଚ୍ଚ ବଢୁଥିବା ଦେଖି, କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଗାଡ଼ି ବ୍ୟବହାର କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଫିସିଆଲ କାର୍ଯ୍ୟରେ ଯାତ୍ରା ଏବଂ ଇନ୍ଧନ ଖର୍ଚ୍ଚ କମାଇବା ପାଇଁ PMC କଠୋର ନିର୍ଦ୍ଦେଶାବଳୀ ଜାରି କରିଛି:
* ସରକାରୀ ଗସ୍ତ ସମୟରେ ଯଥାସମ୍ଭବ କମ ଗାଡ଼ି ବ୍ୟବହାର କରନ୍ତୁ।
* ଅଫିସ ଆସିବା ଯିବା ପାଇଁ ବସ, ରେଳ ଏବଂ ଅନ୍ୟାନ୍ୟ ସାଧାରଣ ପରିବହନ (ପବ୍ଲିକ ଟ୍ରାନ୍ସପୋର୍ଟ) କୁ ପ୍ରାଥମିକତା ଦିଅନ୍ତୁ।
* ଏକାଠି ଗସ୍ତ ସମୟରେ ‘କାର୍ପୁଲିଂ’ (ଏକାଠି ଗାଡ଼ି ସେୟାର୍‌ କରିବା) ବିକଳ୍ପ ବାଛନ୍ତୁ।
* ସପ୍ତାହରେ ଅତି କମରେ ଥରେ ପୁଣେ ମେଟ୍ରୋ, ସ୍ଥାନୀୟ ଟ୍ରେନ କିମ୍ୱା ସରକାରୀ ବସରେ ଯାତ୍ରା କରନ୍ତୁ।
* ଯଥାସମ୍ଭବ ବୈଠକ, ସେମିନାର୍‌ ଏବଂ ଟ୍ରେନିଂ ସେସନ ଗୁଡ଼ିକୁ ଅନଲାଇନ ମାଧ୍ୟମରେ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri