ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା ମହେଶ ସାହୁ କଟାକ୍ଷ କରିଛନ୍ତି।

ମହେଶ ସାହୁ କହିଛନ୍ତି ଯେ, “ନବୀନ ବାବୁଙ୍କୁ ଅନ୍ୟମାନେ କେମିତି ଦେଖା କରୁଛନ୍ତି?” ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଯଦି ପାଣ୍ଡିଆନଙ୍କ ଯୋଗୁ ସେ ରାଜ୍ୟସଭାକୁ ଯାଇଥିଲେ, ତେବେ ଏବେ କାହିଁକି  କହୁନାହାନ୍ତି।

ସେ ଆହୁରି କହିଛନ୍ତି , “ନିଜର ଅସଫଳତା କିମ୍ବା ଖସିବାର ଦୋଷ ଅନ୍ୟଙ୍କ ଉପରେ ଦେବା ନିନ୍ଦନୀୟ।” ଏଭଳି ମନ୍ତବ୍ୟ କରି ସେ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ କରିଛନ୍ତି।

ଦେବାଶିଷଙ୍କ ଦଳବଦଳ ପରେ ବିଜେଡି ଓ ଭାଜପା ମଧ୍ୟରେ ରାଜନୈତିକ ତର୍କ-ବିତର୍କ ଆହୁରି ତୀବ୍ର ହେବାରେ ଲାଗିଛି

ସୋମବାର ବିଜେଡିରୁ ଇସ୍ତଫା ଦେବା ସହ ଏମ୍‌ପି ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଏହାର କିଛି ସମୟ ପରେ ସେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ପତ୍ର ଦେଇଥିଲେ। ଦେବାଶିଷଙ୍କ ଏଭଳି ପଦକ୍ଷେପ କଟକ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି।

ଇସ୍ତଫା ଦେବାର କାରଣ ଦର୍ଶାଇ କହିଥିଲେ, ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି । ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଉ ନଥିଲେ। ସେ ଭଲ ଭାବେ ଜାଣିଥିଲେ ନବୀନ ବାବୁଙ୍କ ସହ ମୋର ସଂପର୍କ କଣ। ବିଜେଡିକୁ ସଂଗଠିତ କରିବା ନୁହେଁ, କିପରି ଅଧିକରୁ ଅଧିକ ସସ୍ପେଣ୍ଡ କାର୍ଯ୍ୟ କରୁଥିଲେ। ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି। ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ଦେଇଦେଲେ। ଏହା ବିଜୁ ବାବୁଙ୍କ ଲିଗାସି ପ୍ରତି ଘୋର ଅପମାନ ଥିଲା। ବିଜୁ ବାବୁଙ୍କ ସଂପତ୍ତି ତାମିଲ ଲୋକଙ୍କୁ ଯିବ ମୁଁ ଗ୍ରହଣ କରିପାରୁନି ବୋଲି ଦେବାଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ଏହି ଛାତ୍ରୀଛାତ୍ରଙ୍କୁ ମିଳିବ କେଜିରୁ ପିଜି ମାଗଣା ଶିକ୍ଷା; ଜାରି ହେଲା ଯୋଗ୍ୟତା ସର୍ତ୍ତ

ଭୁବନେଶ୍ୱର,୧୪।୭: କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଉପରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି କରାଯାଇଛି। ସୂଚନାନୁସାରେ ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି।…

ରାଜଧାନୀରେ ମାତିଲେଣି ଲୁଟେରା, ଘରେ ପଶି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୪।୭: ରାଜଧାନୀ ଉପପଣ୍ଠରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। କେତେଜଣ ଦୁର୍ବୃତ୍ତ ଜାମୁକୋଳି ଗାଁର ଏକ…

SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ: କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ…

ଭୁବନେଶ୍ୱର,୧୪।୭:କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମଙ୍ଗଳବାର ଏକ ପ୍ରେସମିଟ ଜରିଆରେ ସେ ଏନେଇ ସୂଚନା…

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

ଭୁବନେଶ୍ୱର,୧୪।୭(ବନ୍ଦନା ସେଠୀ): ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ…

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ନବଯୌବନ ଦର୍ଶନ ଆଜି, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ,୧୪।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri