Posted inଜାତୀୟ

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements – REE) ବା ଦୁର୍ଲଭ ଖଣିଜ ପଦାର୍ଥ ମିଳିଛି। ଏହି ଆବିଷ୍କାର ପ୍ରତିରକ୍ଷା ଏବଂ ହାଇ-ଟେକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ଆତ୍ମର୍ନିଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସ୍ମାର୍ଟଫୋନ, ଲ୍ୟାପଟପ, ମ୍ୟାଗ୍ନେଟ, ଇଲେକ୍ଟ୍ରିକ ଭେହିକିଲ (EVs) ଏବଂ କ୍ଲିନ ଏନର୍ଜି (ପବନ ଚାଳିତ ଟର୍ୱାଇନ ଓ ସୋଲାର ପ୍ୟାନେଲ) ଭଳି ଅତ୍ୟାଧୁନିକ ଉପକରଣ ତିଆରି ପାଇଁ ବ୍ୟବହୃତ ହେଉଥିବା ଏହି ଦୁର୍ଲଭ ଖଣିଜ ଉପରେ ଏବେ ଭାରତର ଅଧିକାର ସାବ୍ୟସ୍ତ ହେବ। ଏହି ଦୁର୍ଲଭ ଖଣିଜର ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ନିଜର ଘରୋଇ ଉତ୍ସ ସନ୍ଧାନ କରୁଥିଲା। ଏହି ସମୟରେ ରାଜସ୍ଥାନର ମରୁଭୂମି ଅଞ୍ଚଳରେ ଏକ ବଡ଼ ସଫଳତା ମିଳିଛି। ଏଠାରେ ପତିତ ଜମି ତଳେ ମିଳିଥିବା ଏହି ଭଣ୍ଡାରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି।

TheEarth.com ର ରିପୋର୍ଟ ଅନୁଯାୟୀ, ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସିୱାନା ରିଙ୍ଗ କମ୍ପ୍ଲେକ୍ସ (Siwana Ring Complex) ରେ ଏହି ଦୁର୍ଲଭ ଉପାଦାନଗୁଡ଼ିକ ମିଳିଛି। ରକେଟ ଠାରୁ ଆରମ୍ଭ କରି ଆଟୋମିକ ପାୱାର ପ୍ଲାଣ୍ଟ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ଏହି ମୂଲ୍ୟବାନ କଞ୍ଚାମାଲ ଏବେ ଭାରତକୁ ନିଜ ମାଟିରୁ ହିଁ ମିଳିପାରିବ।

ରିପୋର୍ଟ ମୁତାବକ, ଏହି କମ୍ପ୍ଲେକ୍ସର ତିନୋଟି ପ୍ରମୁଖ ବ୍ଲକରେ ରେୟାର୍‌ ଆର୍ଥ ଏଲିମେଣ୍ଟସ, ହେଭି ରେୟାର୍‌ ଆର୍ଥ ଏଲିମେଣ୍ଟସ ଏବଂ କ୍ରିଟିକାଲ ରେୟାର୍‌ ମେଟାଲ୍ସ ମିଳିଛି। ଏହାର ବୈଷୟିକ ମୂଲ୍ୟାଙ୍କନ ପାଇଁ ତିନୋଟି ବଡ଼ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି।

ସିୱାନା ରିଙ୍ଗ କମ୍ପ୍ଲେକ୍ସ ମୂଳତଃ ଏକ ପ୍ରାଚୀନ ଆଗ୍ନେୟଗିରିର ଗହର (Volcanic Caldera)। ଏହା ପ୍ରାୟ ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। IIT ସହଭାଗିତାରେ ଏଠାରେ କାର୍ଯ୍ୟ ଚାଲିଛି। ବୈଜ୍ଞାନିକ ସର୍ଭେରୁ ଜଣାପଡିଛି ଯେ, ଏହି ଅଞ୍ଚଳରେ ମୁଖ୍ୟତଃ ନିଓବିୟମ (Niobium), ଜିରକୋନିୟମ (Zirconium) ଏବଂ ହାଫନିୟମ (Hafnium) ଭଳି ଅତ୍ୟନ୍ତ ଦୁର୍ଲଭ ଉପାଦାନ ରହିଛି।

ଏହି ଦୁର୍ଲଭ ଖଣିଜଗୁଡ଼ିକର ବ୍ୟବହାର ଏରୋସ୍ପେସ ଇଞ୍ଜିନ ପାଇଁ ସୁପର-ଏଲଏ ମ୍ୟାଟେରିଆଲ ପ୍ରସ୍ତୁତି ଏବଂ ମେଡିକାଲ ଉପକରଣର ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟରେ କରାଯାଏ। ଏହା ବ୍ୟତୀତ ନ୍ୟୁକ୍ଲିୟର ରିଆକ୍ଟର, ମିସାଇଲ ଟେକ୍ନୋଲୋଜି, ଇଲେକ୍ଟ୍ରିକ କାର୍‌, ରୋବୋଟିକ୍ସ, ମାଇକ୍ରୋ-ଇଲେକ୍ଟ୍ରୋନିକ୍ସ, କେମିକାଲ ପ୍ରୋସେସିଂ, ହାଇ-ଏଣ୍ଡ ବ୍ୟାଟେରୀ ଏବଂ ପ୍ରତିରକ୍ଷା ପ୍ରଣାଳୀରେ (Defense Systems) ଏହାର ବହୁଳ ବ୍ୟବହାର କରାଯାଏ।

ରେୟାର୍‌ ଆର୍ଥ ଏଲିମେଣ୍ଟସ ମାମଲାରେ ଭାରତ ସମଗ୍ର ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି। ଭାରତ ପାଖରେ ପ୍ରାୟ ୬୯ ଲକ୍ଷ ମେଟ୍ରିକ ଟନ REE ମହଜୁଦ ଅଛି। ତଥାପି ବିଶ୍ୱର ମୋଟ ଉତ୍ପାଦନରେ ଭାରତର ଅଂଶଧନ ୧% ରୁ ମଧ୍ୟ କମ। ଏଥିପାଇଁ ଚୀନ ଉପରେ ର୍ନିଭରଶୀଳତା କମାଇବାକୁ ଭାରତ ସରକାର ବେସରକାରୀ କମ୍ପାନୀଗୁଡ଼ିକ ସହିତ ମିଶି ଏହାର ଉତ୍ପାଦନ ବଢ଼ାଇବାକୁ ଚାହୁଁଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ କେରଳ ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ମଧ୍ୟ REE ମିଳିଥାଏ।

ସାରା ବିଶ୍ୱରେ ଏହି ଭଣ୍ଡାର ଥିଲେ ମଧ୍ୟ ଏହାକୁ ମାଟିରୁ ବାହାର କରିବା ଏବଂ ରିଫାଇନ (ଶୋଧନ) କରିବା ଅତ୍ୟନ୍ତ କଷ୍ଟକର। ଚୀନ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି, ଯାହା ପାଖରେ ୪୪୦ ଲକ୍ଷ ମେଟ୍ରିକ ଟନ REE ର ଷ୍ଟକ ଅଛି (ଯାହା ସାରା ବିଶ୍ୱର ୪୯%)। ଚୀନ ବାର୍ଷିକ ୨.୭ ଲକ୍ଷ ମେଟ୍ରିକ ଟନ REE ଉତ୍ପାଦନ କରେ। ଚୀନ ପରେ ଭିଏତନାମ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଆମେରିକା ପାଖରେ ମାତ୍ର ୧୯ ଲକ୍ଷ ଟନ ଭଣ୍ଡାର ରହିଛି ଏବଂ ଆମେରିକାର କାଲିଫର୍ଣ୍ଣିଆର ମାଉଣ୍ଟେନ ପାସ ମାଇନ ଏହାର ସବୁଠାରୁ ବଡ଼ ଉତ୍ସ ଅଟେ। ଭାରତର ଏହି ନୂତନ ଆବିଷ୍କାର ଚୀନର ଏକଚାଟିଆ ବ୍ୟବସାୟକୁ ବଡ଼ ଝଟକା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri