Posted inଜାତୀୟ

୫ ସୁଦ୍ଧା ଦିଲ୍ଲୀ ଜିମ୍‌ଖାନା ପରିସର ଦଖଲକୁ ନିଆଯିବ ନାହିଁ

ନୂଆଦିଲ୍ଲୀ,୨୭ା୫: ଔପନିବେଶୀୟ ଯୁଗରୁ ରହିଆସିଥିବା ଦିଲ୍ଲୀ ଜିମ୍‌ଖାନା ପରିସରକୁ କେନ୍ଦ୍ର ସରକାର ଜୁନ୍‌ ୫ ସୁଦ୍ଧା ବଳପୂର୍ବକ ଦଖଲକୁ ନେବେ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ହାଇକୋର୍ଟ ଏହାକୁ ଗ୍ରହଣ କରି ବର୍ତ୍ତମାନ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶନାମା ଦେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଫଳରେ ଜିମ୍‌ଖାନା ସଦସ୍ୟମାନେ ଆଶ୍ୱସ୍ତ ହୋଇଛନ୍ତି। ଲୁଟ୍ୟେନ୍‌ସ ଦିଲ୍ଲୀର କେନ୍ଦ୍ରସ୍ଥଳରେ ଥିବା କ୍ଲବ୍‌ର ୨୭.୩ ଏକର ଜମିର ସ୍ଥାୟୀ ଲିଜ୍‌କୁ ରଦ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ଉପରେ ବର୍ତ୍ତମାନ ସ୍ଥିତିରେ ହସ୍ତକ୍ଷେପ କରିବାକୁ ଜଷ୍ଟିସ୍‌ ଅବନୀଶ ଝିଙ୍ଗାନ୍‌ ମନା କରିଦେଇଛନ୍ତି। ଉପଯୁକ୍ତ ନୋଟିସ ଦିଆଯିବା ପରେ ଆଇନ ଅନୁଯାୟୀ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ ଜଣାଇଥିଲେ। ଜୁନ୍‌ ୫ ସୁଦ୍ଧା କ୍ଲବ୍‌ ସ୍ବେଚ୍ଛାକୃତ ଭାବେ ଉକ୍ତ ଜମି ଖାଲି କରିବାକୁ ଆମେ ଏକ ବିକଳ୍ପ ଦେଇଥିଲୁ। ପୋଲିସ ଜବରଦସ୍ତ ପଶିଯାଇ କବ୍‌ଜା କରିନେବା ଭଳି କିଛି ହେବ ନାହିଁ। ଆଇନର ବ୍ୟବସ୍ଥିତ ପ୍ରକ୍ରିୟା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସଲିସିଟର ଜେନେରାଲ କହିଛନ୍ତି। ଏହି ମାମଲାରେ କ୍ଷତିପୂରଣ ସ୍ବରୂପ ଟଙ୍କା ଦିଆଯାଇପାରେ କିମ୍ବା ସରକାର ବିକଳ୍ପ ଜମି ଦେଇପାରନ୍ତି।
ଜିମ୍‌ଖାନା କ୍ଲବ୍‌ ପରିସରକୁ ଜୁନ୍‌ ୫ ସୁଦ୍ଧା ହସ୍ତାନ୍ତର କରିବାକୁ ଗତ ୨୨ ତାରିଖରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଲ୍ୟାଣ୍ଡ ଆଣ୍ଡ ଡେଭେଲପ୍‌ମେଣ୍ଟ ଅଫିସ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ଓ ସୁରକ୍ଷିତ କରିବା ପାଇଁ ଉକ୍ତ ୨୭.୩ ଏକର ଜମି ଆବଶ୍ୟକ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେତେ ଖାସ୍‌ ଏହି ଟ୍ରେନ୍‌

ୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶରେ ନିର୍ମିିତ ପ୍ରଥମ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ…

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

ସୋନମ ୱାଙ୍ଗଚୁକଙ୍କ ବିସ୍ଫୋରକ ବୟାନ, ‘ପଦଯାତ୍ରା ସଫଳ ନ ହେଲେ, ମୁଁ ଭୂତ ହୋଇ…’

ନୂଆଦିଲ୍ଲୀ,୧୭।୭: NEET ପେପର ଲିକ୍‌ ଏବଂ ପରୀକ୍ଷା ପ୍ରଣାଳୀରେ ହୋଇଥିବା କଥିତ ଅନିୟମିତତା ପ୍ରତିବାଦରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଶୁକ୍ରବାର ୨୦ତମ ଦିନରେ ପ୍ରବେଶ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri