ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଫଟୋ ଓ ଭିଡିଓରେ ପୂର୍ବତନ ଏମପି ମିଶ୍ର ଠିଆ ହୋଇ ତାଙ୍କର ଅଭିଯୋଗ ଶୁଣାଉଥିବା ବେଳେ ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ବସି ରହିଥିବା ଦେଖାଯାଇଛି। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନା ମୁତାବକ, ସୋମବାର ଆଗଲପୁର ବ୍ଲକ କାର୍ଯ୍ୟାଳୟଠାରେ ବଲାଙ୍ଗୀର ଜିଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ପୂର୍ବତନ ଲୋକସଭା ଏମ୍‌ପି ତଥା ବର୍ଷିୟାନ ନେତା ବାଳଗୋପାଳ ମିଶ୍ର ଚାଷୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଜିଲାପାଳଙ୍କୁ ଅବଗତ କରିବା ପାଇଁ ଯାଇଥିଲେ। କାରଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗଲପୁର ବ୍ଲକ ସାଲେଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି ା ଅପରପକ୍ଷେ ୨୦୨୫-୨୬ ଖରିଫ ଋତୁରେ ବଡଚାଷୀମାନଙ୍କୁ ୩ ରୁ ଅଧିକ ଟୋକନ ପ୍ରଦାନ କରାଯାଇ ନଥିବାରୁ ଅମଳ କରିଥିବା ଧାନ ଚାଷୀ ବିକ୍ରି କରିପାରିନାହାନ୍ତି। ସରକାରଙ୍କ ଭୁଲ ନୀତି ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ବଳକା ଧାନ ଚାଷୀଙ୍କ ଘରେ ନଷ୍ଟ ହେଉଛି ା ଜିଲା ମିଳିତ କୃଷକ ମଞ୍ଚ ପକ୍ଷରୁ ମେ ପ୍ରଥମ ସପ୍ତାହରେ ସାଲେଭଟାରେ ରାସ୍ତାରୋକୋ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ। ଏବେ ରବି ଧାନ ସଂଗ୍ରହ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାକୁ ବସିଲାଣି। ତେବେ ଜିଲାରେ ସୋମବାର ସୁଦ୍ଧା ରବିଧାନ କ୍ରୟ ପାଇଁ ମଣ୍ଡି ଖୋଲାଯାଇନାହିଁ। ଅନ୍ୟପକ୍ଷରେ ନିୟମିତ ଭାବେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ଏଣୁ ପଞ୍ଜୀକୃତ ଚାଷୀଙ୍କ ଅମଳ ଧାନକୁ ସୁରକ୍ଷିତ ରଖିବା ଚିନ୍ତା ଘାରଛି ା ସେହି ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ମଣ୍ଡି ଗୋଦାମ ଗୃହନେଲେ ଜିଲା ପ୍ରଶାସନ ମନା କରିଥିବା କହୁଛନ୍ତି ପାକ୍ସ କର୍ତ୍ତୃପକ୍ଷ। ଏହାକୁ ନେଇ ଚାଷୀ ଓ ପାକ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ସୋମବାର ଏହିସବୁ ସମସ୍ୟା ନେଇ ମିଶ୍ର ସ୍ଥାନୀୟ ଲୋକଙ୍କ ସହ ଡୁଡୁକା ବ୍ଲକସ୍ଥିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଯାଇଥିଲେ। ଏହି ସମୟରେ ପୂର୍ବତନ ଏମପି ମିଶ୍ର ନିଜେ ଦରଖାସ୍ତ ଦେବାକୁ ଜିଲାପାଳଙ୍କ ନିକଟକୁ ଯାଇଥିଲେ। ମିଶ୍ର ଛିଡା ହୋଇଥିବା ବେଳେ ଜିଲାପାଳ ଚୌକିରେ ବସି ଦାବିପତ୍ର ଗ୍ରହଣ କରିଥିଲେ। ଏପରି କି ସେଠାରେ ସେ ନିଜର ଅଭିଯୋଗ ଜଣାଇବା ବେଳେ ଜିଲାପାଳ କିମ୍ବା ଅନ୍ୟ ଜିଲାସ୍ତରୀୟ ଅଧିକାରୀ ସୌଜନ୍ୟତା ଏବଂ ପ୍ରୋଟୋକଲ ଦୃଷ୍ଟିରୁ ତାଙ୍କୁ ବସିବା ପାଇଁ କହି ନ ଥିବା ଚର୍ଚ୍ଚାର ବିଷୟ ହୋଇଛି।
ଏନେଇ ମିଶ୍ରଙ୍କୁ ପଚାରିବାରୁ ଏହି ପ୍ରସଙ୍ଗ ଉପରେ ସେ କିଛି କହିବେ ନାହିଁ। ଲୋକେ ବିଚାର କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସୌଜନ୍ୟତା ଭୁଲି ଯାଇଥିବାରୁ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ବଲାଙ୍ଗୀର ଜିଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ଫୋନ୍‌ କରି ତାଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ରିଙ୍ଗ୍‌ ହେବା ସତ୍ତ୍ୱେ ସେ ଫୋନ୍‌ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?