ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ କହି ଆସୁଥିଲେ। ଆମେରିକା ୨୬ ମେ’ରେ ଦକ୍ଷିଣ ଇରାନ୍‌ର କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଅଞ୍ଚଳ ସହ ବନ୍ଦର ଆବାସ ନୌଘାଟି ଉପରେ ଆକ୍ରମଣ କରିଛି। ଆମେରିକା ଓ ଇସ୍ରାଏଲ ତରଫରୁ ଇରାନ୍‌ ଉପରେ ଆରମ୍ଭ କରାଯାଇଥିବା ଯୁଦ୍ଧ ଏପ୍ରିଲ ୮ରୁ ଅସ୍ତ୍ରବିରତି ଯୋଗୁ ଆଲୋଚନା ସ୍ତରରେ ସ୍ଥିର ରହିଆସିଛି। ଦେଖିବାକୁ ଗଲେ ଏହା ଏକ ଦୁର୍ବଳ ଅସ୍ତ୍ରବିରତି ଆଖ୍ୟା ପାଇଛି। ଏଭଳି ସ୍ଥଳେ ଆମେରିକାର ସଦ୍ୟତମ ଆକ୍ରମଣ ଘୋର ଅନିଶ୍ଚିତତା ସୃଷ୍ଟି କରିଛି। ଏହି ସଂଘର୍ଷ ବିଶ୍ୱବଜାରକୁ ପ୍ରଭାବିତ କରିବା ସହ ତୈଳ ପରିବହନ ମାର୍ଗ ହର୍ମୁଜ୍‌ରେ ବାଧା ପହଞ୍ଚାଇଛି। ତେବେ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ୍‌ ‘ସେଣ୍ଟ୍‌କମ୍‌’ ଏକ ବିବୃତିରେ ଏହି ଆକ୍ରମଣକୁ ସ୍ପଷ୍ଟ କରି କହିଛି ଯେ, ଇରାନୀ ସେନା ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ନିଜ ସୈନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍‌ ଜଳପଥରେ ମାଇନ୍ସ ବା ବିସ୍ଫୋରକ ଖଞ୍ଜିବାକୁ ଚେଷ୍ଟା କରୁଥିବା ଇରାନ୍‌ର ନୌକାଗୁଡ଼ିକୁ ସେଥିପାଇଁ ଟାର୍ଗେଟ୍‌ କରାଯାଇଛି। ବାସ୍ତବରେ କେଉଁ ପ୍ରକାର ରଣନୀତିକ ଦୃଷ୍ଟିରୁ ଆମେରିକା ଏଭଳି ବିବୃତି ଦେଇଛି, ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଆଲୋଚନା ସୃଷ୍ଟି ହେବା ସ୍ବାଭାବିକ।
ବାସ୍ତବରେ ଦେଖିଲେ ଇରାନ୍‌ ଉପରେ ଚାପ ପ୍ରୟୋଗ କରିବା ଲାଗି ଆମେରିକା କିଛି ଦିନର ବିରତି ପରେ ଆକ୍ରମଣ ଘଟାଇବା ପଛରେ ଅନେକ କାରଣ ରହିଛି। ତନ୍ମଧ୍ୟରୁ ଆବ୍ରାହମ ଆକର୍ଡ ବା ଚୁକ୍ତିରେ ସ୍ବାକ୍ଷର କରିବା ଲାଗି ଆମେରିକା ମୁସ୍‌ଲିମ୍‌ ଦେଶଗୁଡ଼ିକୁ ବାଧ୍ୟ କରିବା ଅନ୍ୟତମ। ଉଲ୍ଲେଖ କରାଯାଇପାରେ ଯେ, ଇସ୍ରାଏଲ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ‘ଆବ୍ରାହମ୍‌ ଆକର୍ଡ’ କରାଯାଇଛି। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ୍‌ ଏଥିରେ ସ୍ବାକ୍ଷର କରିଛନ୍ତି। ସାଉଦି ଆରବ, କାତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍‌ ଆଦି ରାଷ୍ଟ୍ର ଆବ୍ରାହମ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ଟ୍ରମ୍ପ୍‌ ସେହିସବୁ ରାଷ୍ଟ୍ରକୁ ବାଧ୍ୟ କରୁଛନ୍ତି। କିନ୍ତୁ ଗାଜା ଯୁଦ୍ଧ, ଇରାନ୍‌ ଉତ୍ତେଜନା, ଅମୀମାଂସିତ ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ମଧ୍ୟପ୍ରାଚ୍ୟ ବିଭାଜିତ ହୋଇ ରହିଥିବାରୁ ଟ୍ରମ୍ପ୍‌ ଏଭଳି ନୂଆ ଗୋଟି ଚଳାଇବାକୁ ଉଦ୍ୟମ କରିଛନ୍ତି। ଯଦି ଉପରଲିଖିତ ଦେଶଗୁଡ଼ିକ ଇସ୍ରାଏଲ ସହ ସୁସମ୍ପର୍କ ରକ୍ଷା କରିବେ, ତା’ହେଲେ ଇରାନ୍‌କୁ ଆମେରିକା ଆଣ୍ଠେଇ ଦେବ ବୋଲି ଟ୍ରମ୍ପ୍‌ ଭାବିଥିଲେ। କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଆମେରିକା ଓ ଇରାନ୍‌ ମଧ୍ୟରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ମୂଳରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରି ଆସୁଥିବାରୁ ଇସ୍‌ଲାମାବାଦ ଏଥିରେ ରାଜି ହେଉନାହିଁ। ସେହିପରି ଅନ୍ୟାନ୍ୟ ଆରବୀୟ ଦେଶ ଏ ଦିଗରେ ଅସ୍ପଷ୍ଟ ରହିଛନ୍ତି। ତେଣୁ ଏଭଳି ଚୁକ୍ତି ହେବାର ସମ୍ଭାବନା କ୍ଷୀଣ ଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଓ ସେନାମୁଖ୍ୟ ଆସିଫ୍‌ ମୁନୀର ଆମେରିକା ଓ ଇରାନ୍‌ ଯୁଦ୍ଧ ସମାପନ ଲାଗି ଚାଇନା ଧାଇଁଛନ୍ତି ବୋଲି କଥା ଉଠିଲାଣି। ଏପଟେ ୨୬ ମେ’ ୨୦୨୬ରେ କ୍ୱାଡ୍‌ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ନୂଆଦିଲ୍ଲୀଠାରେ ଏକାଠି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚାଇନାର ବୃଦ୍ଧି ପାଉଥିବା ପ୍ରଭାବ ଓ ସାମୁଦ୍ରିକ ସୁଦୃଢ଼ୀକରଣକୁ ପ୍ରତିହତ କରିବା ସକାଶେ କ୍ୱାଡ୍‌ ଗଠନ କରାଯାଇଥିଲା। ଭାରତରେ ୨୦୨୪ରେ ଏହି ସମ୍ମିଳନୀ ଆୟୋଜନ ହେବାର ଥିଲା। କିନ୍ତୁ ଭାରତର ଘରୋଇ କାର୍ଯ୍ୟକ୍ରମ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକର ରାଜନୈତିକ କାରଣ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଦେଖିବାକୁ ଗଲେ ସାମ୍ପ୍ରତିକ ସ୍ଥିତିରେ କ୍ୱାଡ୍‌ର ପ୍ରାସଙ୍ଗିକତା ହ୍ରାସ ପାଇଛି। ଏଭଳି ସନ୍ଧିକ୍ଷଣରେ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ଏବେ ସହଜ ମନେହେଉନାହିଁ। ତେଣୁ ଆଗକୁ ଯୁଦ୍ଧ ଘନୀଭୂତ ହେଲେ ଭାରତ ସହିତ ବିଶ୍ୱର ଅନ୍ୟାନ୍ୟ ଦେଶ ଘୋର ପ୍ରଭାବିତ ହେବା ଥୟ। ଏପରି ସ୍ଥଳେ ଉଭୟ ଆମେରିକା ଓ ଇରାନ୍‌ ନିଜ ଜିଦ୍‌ରେ ଅଟଳ ରହିଲେ ଉତ୍ତେଜନା ବୃଦ୍ଧି ପାଇବା ସହ ସ୍ଥିତି ଭୟଙ୍କର ହେବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?