ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ କହି ଆସୁଥିଲେ। ଆମେରିକା ୨୬ ମେ’ରେ ଦକ୍ଷିଣ ଇରାନ୍‌ର କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଅଞ୍ଚଳ ସହ ବନ୍ଦର ଆବାସ ନୌଘାଟି ଉପରେ ଆକ୍ରମଣ କରିଛି। ଆମେରିକା ଓ ଇସ୍ରାଏଲ ତରଫରୁ ଇରାନ୍‌ ଉପରେ ଆରମ୍ଭ କରାଯାଇଥିବା ଯୁଦ୍ଧ ଏପ୍ରିଲ ୮ରୁ ଅସ୍ତ୍ରବିରତି ଯୋଗୁ ଆଲୋଚନା ସ୍ତରରେ ସ୍ଥିର ରହିଆସିଛି। ଦେଖିବାକୁ ଗଲେ ଏହା ଏକ ଦୁର୍ବଳ ଅସ୍ତ୍ରବିରତି ଆଖ୍ୟା ପାଇଛି। ଏଭଳି ସ୍ଥଳେ ଆମେରିକାର ସଦ୍ୟତମ ଆକ୍ରମଣ ଘୋର ଅନିଶ୍ଚିତତା ସୃଷ୍ଟି କରିଛି। ଏହି ସଂଘର୍ଷ ବିଶ୍ୱବଜାରକୁ ପ୍ରଭାବିତ କରିବା ସହ ତୈଳ ପରିବହନ ମାର୍ଗ ହର୍ମୁଜ୍‌ରେ ବାଧା ପହଞ୍ଚାଇଛି। ତେବେ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ୍‌ ‘ସେଣ୍ଟ୍‌କମ୍‌’ ଏକ ବିବୃତିରେ ଏହି ଆକ୍ରମଣକୁ ସ୍ପଷ୍ଟ କରି କହିଛି ଯେ, ଇରାନୀ ସେନା ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ନିଜ ସୈନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍‌ ଜଳପଥରେ ମାଇନ୍ସ ବା ବିସ୍ଫୋରକ ଖଞ୍ଜିବାକୁ ଚେଷ୍ଟା କରୁଥିବା ଇରାନ୍‌ର ନୌକାଗୁଡ଼ିକୁ ସେଥିପାଇଁ ଟାର୍ଗେଟ୍‌ କରାଯାଇଛି। ବାସ୍ତବରେ କେଉଁ ପ୍ରକାର ରଣନୀତିକ ଦୃଷ୍ଟିରୁ ଆମେରିକା ଏଭଳି ବିବୃତି ଦେଇଛି, ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଆଲୋଚନା ସୃଷ୍ଟି ହେବା ସ୍ବାଭାବିକ।
ବାସ୍ତବରେ ଦେଖିଲେ ଇରାନ୍‌ ଉପରେ ଚାପ ପ୍ରୟୋଗ କରିବା ଲାଗି ଆମେରିକା କିଛି ଦିନର ବିରତି ପରେ ଆକ୍ରମଣ ଘଟାଇବା ପଛରେ ଅନେକ କାରଣ ରହିଛି। ତନ୍ମଧ୍ୟରୁ ଆବ୍ରାହମ ଆକର୍ଡ ବା ଚୁକ୍ତିରେ ସ୍ବାକ୍ଷର କରିବା ଲାଗି ଆମେରିକା ମୁସ୍‌ଲିମ୍‌ ଦେଶଗୁଡ଼ିକୁ ବାଧ୍ୟ କରିବା ଅନ୍ୟତମ। ଉଲ୍ଲେଖ କରାଯାଇପାରେ ଯେ, ଇସ୍ରାଏଲ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ‘ଆବ୍ରାହମ୍‌ ଆକର୍ଡ’ କରାଯାଇଛି। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ୍‌ ଏଥିରେ ସ୍ବାକ୍ଷର କରିଛନ୍ତି। ସାଉଦି ଆରବ, କାତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍‌ ଆଦି ରାଷ୍ଟ୍ର ଆବ୍ରାହମ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ଟ୍ରମ୍ପ୍‌ ସେହିସବୁ ରାଷ୍ଟ୍ରକୁ ବାଧ୍ୟ କରୁଛନ୍ତି। କିନ୍ତୁ ଗାଜା ଯୁଦ୍ଧ, ଇରାନ୍‌ ଉତ୍ତେଜନା, ଅମୀମାଂସିତ ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ମଧ୍ୟପ୍ରାଚ୍ୟ ବିଭାଜିତ ହୋଇ ରହିଥିବାରୁ ଟ୍ରମ୍ପ୍‌ ଏଭଳି ନୂଆ ଗୋଟି ଚଳାଇବାକୁ ଉଦ୍ୟମ କରିଛନ୍ତି। ଯଦି ଉପରଲିଖିତ ଦେଶଗୁଡ଼ିକ ଇସ୍ରାଏଲ ସହ ସୁସମ୍ପର୍କ ରକ୍ଷା କରିବେ, ତା’ହେଲେ ଇରାନ୍‌କୁ ଆମେରିକା ଆଣ୍ଠେଇ ଦେବ ବୋଲି ଟ୍ରମ୍ପ୍‌ ଭାବିଥିଲେ। କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଆମେରିକା ଓ ଇରାନ୍‌ ମଧ୍ୟରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ମୂଳରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରି ଆସୁଥିବାରୁ ଇସ୍‌ଲାମାବାଦ ଏଥିରେ ରାଜି ହେଉନାହିଁ। ସେହିପରି ଅନ୍ୟାନ୍ୟ ଆରବୀୟ ଦେଶ ଏ ଦିଗରେ ଅସ୍ପଷ୍ଟ ରହିଛନ୍ତି। ତେଣୁ ଏଭଳି ଚୁକ୍ତି ହେବାର ସମ୍ଭାବନା କ୍ଷୀଣ ଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଓ ସେନାମୁଖ୍ୟ ଆସିଫ୍‌ ମୁନୀର ଆମେରିକା ଓ ଇରାନ୍‌ ଯୁଦ୍ଧ ସମାପନ ଲାଗି ଚାଇନା ଧାଇଁଛନ୍ତି ବୋଲି କଥା ଉଠିଲାଣି। ଏପଟେ ୨୬ ମେ’ ୨୦୨୬ରେ କ୍ୱାଡ୍‌ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ନୂଆଦିଲ୍ଲୀଠାରେ ଏକାଠି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚାଇନାର ବୃଦ୍ଧି ପାଉଥିବା ପ୍ରଭାବ ଓ ସାମୁଦ୍ରିକ ସୁଦୃଢ଼ୀକରଣକୁ ପ୍ରତିହତ କରିବା ସକାଶେ କ୍ୱାଡ୍‌ ଗଠନ କରାଯାଇଥିଲା। ଭାରତରେ ୨୦୨୪ରେ ଏହି ସମ୍ମିଳନୀ ଆୟୋଜନ ହେବାର ଥିଲା। କିନ୍ତୁ ଭାରତର ଘରୋଇ କାର୍ଯ୍ୟକ୍ରମ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକର ରାଜନୈତିକ କାରଣ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଦେଖିବାକୁ ଗଲେ ସାମ୍ପ୍ରତିକ ସ୍ଥିତିରେ କ୍ୱାଡ୍‌ର ପ୍ରାସଙ୍ଗିକତା ହ୍ରାସ ପାଇଛି। ଏଭଳି ସନ୍ଧିକ୍ଷଣରେ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ଏବେ ସହଜ ମନେହେଉନାହିଁ। ତେଣୁ ଆଗକୁ ଯୁଦ୍ଧ ଘନୀଭୂତ ହେଲେ ଭାରତ ସହିତ ବିଶ୍ୱର ଅନ୍ୟାନ୍ୟ ଦେଶ ଘୋର ପ୍ରଭାବିତ ହେବା ଥୟ। ଏପରି ସ୍ଥଳେ ଉଭୟ ଆମେରିକା ଓ ଇରାନ୍‌ ନିଜ ଜିଦ୍‌ରେ ଅଟଳ ରହିଲେ ଉତ୍ତେଜନା ବୃଦ୍ଧି ପାଇବା ସହ ସ୍ଥିତି ଭୟଙ୍କର ହେବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri