Posted inଫୁରସତ

ଅନନ୍ୟ ଶୈଳନିବାସ ସକଲେଶପୁର

କର୍ନାଟକସ୍ଥିତ ଏକ ଛୋଟ ତଥା ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ସମୁଦ୍ରପତ୍ତନଠାରୁ ପ୍ରାୟ ୯୫୬ ମିଟର ଉଚ୍ଚତାରେ ଥିବା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ଆଗନ୍ତୁକ ଅନେକ ଛୋଟବଡ଼ ପାହାଡ, ଝରଣା, ମନ୍ଦିର ତଥା ସବୁଜ ବନାନୀର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ଦେଖିବାର ସୁଯୋଗ ପାଇପାରିବେ…

କର୍ନାଟକର ହାସନ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ରହିଛି ଅନେକ ମନଛୁଆଁ ଦର୍ଶନୀୟ ସ୍ଥାନ। ବିଶେଷକରି କଫି, ଅଳେଇଚ, ଗୋଲମରିଚ ତଥା ଏରିକା ପାମ୍‌ ଚାଷ ପାଇଁ ଏହି ସ୍ଥାନର ରହିଛି ଭିନ୍ନ ଏକ ପରିଚୟ। ତା’ଛଡ଼ା ଖରାଦିନେ ଏଠାକାର ଶୀତଳ ଜଳବାୟୁ ଦେହ ଓ ମନକୁ ବେଶ୍‌ ଶାନ୍ତି ପ୍ରଦାନ କରିଥାଏ। ତେଣୁ ଅନ୍ୟଦିନ ତୁଳନାରେ ଖରାଦିନ ଆସିଲେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।
ନାମକୁ ନେଇ ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ସ୍ଥାନଟି ମୈସୁର ଶାସକଙ୍କ ଅଧୀନରେ ରହିବାର ବହୁ ପୂର୍ବରୁ ହୋୟସଲା ଏବଂ ଚୋଳ ଶାସକଙ୍କ ଅକ୍ତିଆରରେ ରହିଥିଲା। ଏକ ପୌରାଣିକ କଥା ଅନୁଯାୟୀ, ହୋୟସଲା ଶାସକ ଥରେ ଏଠାକୁ ବୁଲି ଆସିବା ସମୟରେ ବାଟରେ ତାଙ୍କୁ ଏକ ଭଗ୍ନ ଶିବଲିଙ୍ଗ ମିଳିଥିଲା; ଯଦ୍ଦ୍ବାରା ସେ ସଙ୍ଗେସଙ୍ଗେ ଏହି ସ୍ଥାନଟିର ନାମ ସକଲେଶପୁର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିପରି ଯେହେତୁ ଏଠାରେ କୃଷି ଉତ୍ପାଦନ ବହୁତ ଭଲ ହୋଇଥାଏ, ତେଣୁ ଏହି ସ୍ଥାନଟିର ନାମ ସକଲେଶପୁର ରଖାଯାଇଥିବା ଅନ୍ୟ ଏକ ଲୋକକଥାରୁ ମଧ୍ୟ ଜାଣିବାକୁ ମିଳିଥାଏ।
କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି କେତୋଟି ଆକର୍ଷଣୀୟ ଦୁର୍ଗ, ଜଳପ୍ରପାତ, ମନ୍ଦିର, ଟ୍ରେକିଂ ପଏଣ୍ଟ ତଥା ଭ୍ୟୁ ପଏଣ୍ଟ ଇତ୍ୟାଦି।
ଦୁର୍ଗ: ତାରା ଆକୃତିର ମଞ୍ଜରାବାଦ୍‌ ଦୁର୍ଗ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। କୁହାଯାଏ, ଏହି ଦୁର୍ଗ ନିକଟରେ ପହଞ୍ଚତ୍ବାକୁ ହେଲେ ଆଗନ୍ତୁକଙ୍କୁ ପ୍ରାୟ ୨୫୦ଟି ପାହାଚ ଚଢି ଯିବାକୁ ହୋଇଥାଏ। ଆଉ ଏହି ଦୁର୍ଗ ପାଖରେ ପହଥିଲା ପରେ ଏଠାକାର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ କ୍ଷଣିକରେ ମନ ମୋହି ନେଇଥାଏ।
ମନ୍ଦିର: ଦର୍ଶକଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ପାଇଁ ଏଠାକାର ନିକଟବର୍ତ୍ତୀ ଅଞ୍ଚଳରେ ରହିଛି କେତେକ ମନ୍ଦିର। ଯେମିତି କି: ସକଲେଶ୍ୱର ମନ୍ଦିର, କୁକ୍କେ ସୁବ୍ରମଣ୍ୟ ମନ୍ଦିର, ବେଟ୍ଟା ବିରଭେଶ୍ୱର ମନ୍ଦିର, ହାଲେବିଦ୍‌ ଓ ବେଲୁର୍‌ ମନ୍ଦିର, ଆୟେପ୍ପା ସ୍ବାମୀ ମନ୍ଦିର, ଏଶଓ୍ବାରା ମନ୍ଦିର ଇତ୍ୟାଦି।
ଜଳପ୍ରପାତ: ମାଞ୍ଜେହାଲି, ହାଡ୍‌ଲୁ ହେଉଛି ସକଲେଶପୁରରେ ଦେଖିବାକୁ ମିଳୁଥିବା ଦୁଇ ପ୍ରମୁଖ ଜଳପ୍ରପାତ। ପର୍ଯ୍ୟଟକ ଚାହିଁଲେ ଖରାଦିନେ ଏଠାରେ ଗାଧୋଇବାର ମଜା ମଧ୍ୟ ନେଇପାରିବେ।
ଟ୍ରେକିଂ ପଏଣ୍ଟ: ଅଗ୍ନି ଗୁଡ୍ଡା ହିଲ୍‌, ପାଣ୍ଡଭାର୍‌ ଗୁଡ୍ଡା, ଜେନୁକାଲ୍‌ ଗୁଡ୍ଡା, ଓମାଟ୍ଟୁ ଗୁଡ୍ଡା, ଗ୍ରୀନ୍‌ ରୁଟ୍‌ ଟ୍ରେକ୍‌ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଟ୍ରେକିଂର ବେଶ୍‌ ଭଲ ସୁବିଧା ରହିଛି।
ଏସବୁ ବ୍ୟତୀତ ବିସ୍‌ଲେ ଭ୍ୟୁ ପଏଣ୍ଟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣୀୟ ସ୍ଥାନ। ସେହିପରି ପର୍ଯ୍ୟଟକ ଚାହିଁଲେ ଏଠାକାର ହେମାବତୀ ଡ୍ୟାମ୍‌ ଆଡେ ବୁଲିଯାଇ କିଛିଟା ନିଆରା ଅନୁଭୂତି ମଧ୍ୟ ସାଉଁଟି ପାରିବେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ସକଲେଶପୁର ଯିବା ପାଇଁ ସୁବିଧା ଥିଲେ ହେଁ, ବର୍ଷାଦିନକୁ ଛାଡି ବାକି ଅନ୍ୟ ସମୟରେ ଏଠାକୁ ଗଲେ, ବୁଲିବାର ଭରପୂର ଆନନ୍ଦ ଉଠାଇ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ସକଲେଶପୁର ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ଉକ୍ତ ଶୈଳନିବାସଠାରୁ ମାତ୍ର ୨ କି.ମି. ଦୂରରେ ଅବସ୍ଥିତ। ସେହିପରି ଏଠାକୁ ଯିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ର ମଧ୍ୟ ଭଲ ସୁବିଧା ରହିଛି। ତା’ଛଡ଼ା ମାଙ୍ଗାଲୋର୍‌ ଇଣ୍ଟରନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ସକଲେଶପୁରର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ପ୍ରାୟ ୧୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏହି ଶୈଳନିବାସରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri