Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‌ ୩୦ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହ ଯୁକ୍ତ ନୀଚସ୍ଥ ଚନ୍ଦ୍ର କର୍ମକ୍ଷେତ୍ର ସକାଶେ ପ୍ରତିକୂଳତା ଆନୟନ କରିପାରନ୍ତି। ପରିବହନରେ ସମସ୍ୟା ମାନସିକ ଅଶାନ୍ତିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡ଼ିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ। ମୃଗଶିରା ନକ୍ଷତ୍ର ପାଇଁ ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାକୁ ବଢ଼ାଇ ଦେବ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ
ମିଥୁନ
ଆଜି ଆପଣ ଧର୍ମକାର୍ଯ୍ୟ ସକାଶେ ବନ୍ଧୁଙ୍କ ପ୍ରେରଣାରେ ମନକୁ ଉତ୍ସାହିତ କରିପାରନ୍ତି। ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି। ଆରଦ୍ରା ନକ୍ଷତ୍ରର ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ସକାଶେ ନୂତନ ଦିଗ ପ୍ରତି ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
କୌଣସି ଗୋଟିଏ ସ୍ଥାନରେ ଆଜି ସ୍ଥିର ଭାବେ ରହି ପାରିବେ ନାହିଁ। ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ଅଶ୍ଳେଷା ନକ୍ଷତ୍ରର ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଈର୍ଷାନ୍ବିତ ହୋଇ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ। କିନ୍ତୁ ମଘା ଉତ୍ତରାଫାଲଗୁନୀ ନକ୍ଷତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଏକା ସଙ୍ଗେ ଗୁଡ଼ିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖାଦେଇପାରେ।
କନ୍ୟା
ପାରିବାରିକ କ୍ଷେତ୍ରରେ ନିଜ ଲୋକଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିପାରନ୍ତି। ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ। ଚିତ୍ରା ନକ୍ଷତ୍ରର ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ସମସ୍ୟା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ସାଜିପାରେ। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାତ୍ର ବିଶାଖା ନକ୍ଷତ୍ରର ଏହାର ବିପରୀତ ଫଳ ପାଇବେ।
ବିଛା
ବିଛା
ଆଜି ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ ହେବ ଓ ପ୍ରଶଂସିତ ହେବେ। କିନ୍ତୁ ଏହା ସଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ ଏବଂ ଟେନ୍ସନ ମଧ୍ୟ ଲାଗି ରହିବ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ କିନ୍ତୁ ଅସଫଳ ହେବେ ନାହିଁ। ଉତ୍ତରାଷାଢା ନକ୍ଷତ୍ରର ବନ୍ଧୁଙ୍କ ବ୍ୟବହାର ମନରେ ଆଘାତ ଦେଇପାରେ। ଯାତ୍ରା, ପରିବହନ, ଆମଦାନୀ କାରବାର, କ୍ଷେତ୍ରରେ ବେଶ ଖୁସି ରହିବେ। ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଆଜି ଦିନରେ ଯାହା କରିବା ସକାଶେ ମନସ୍ଥ କରିଛନ୍ତି ଅବଶ୍ୟ ବହୁତ ଭଲ ହେବ। ବନ୍ଧୁମାନଙ୍କ ସହାୟତାରେ ନିଶ୍ଚିତ ସମସ୍ୟାମୂଳକ ଅସୁବିଧାରୁ ମୁକୁଳି ଯାଇପାରନ୍ତି। ସାୟାହ୍ନେ ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ।
କୁମ୍ଭ
କୁମ୍ଭ
ଆଜି ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଅପରାହ୍ନରେ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ପୂର୍ବଭାଦ୍ରବ ନକ୍ଷତ୍ରର ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାଣିଜ୍ୟ ଓ ପରିବହନ, ନିର୍ମାଣ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି।
ମୀନମୀନ
ବିତର୍କ ବୃଦ୍ଧି କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଟି ସହ ବିବାଦର ଆଶଙ୍କା ରହିଛି। ରେବତୀ ନକ୍ଷତ୍ରର ପାରିବାରିକ ସ୍ତରରେ ନିଜ ଆମତ୍ୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ଯାତ୍ରା, ବ୍ୟବସାୟ, ମକଦ୍ଦମା, ସଂଗଠନ, ଲେଖାପଢାରେ ସମସ୍ୟା ଲାଗି ରହିବ। ପ୍ଳଟିଙ୍ଗ କାରବାର, ଜମିଜମା, ଦୂରଯାତ୍ରା, ଆନୁଷ୍ଠାନିକ କାମ ସମ୍ପର୍କିତ କଥାରେ ଅଗ୍ରଗତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri