ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୪: ବିଶ୍ୱ ଐତିହ୍ୟ ତାଲିକାରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ଜାତୀୟ ଉଦ୍ୟାନ ଭିତରକନିକାକୁ ଯୋଡ଼ିବା ପାଇଁ ୟୁନେସ୍କୋ ପକ୍ଷରୁ ୨୦୧୬ରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏକ ଟିମ୍‌ ଏଥିପାଇଁ ଅନୁଧ୍ୟାନ କରିଥିଲେ । ତେବେ ଏହି ପ୍ରାକୃତିକ ପରିବେଶରେ ଥିବା ଗ୍ରାମ, ଚିଙ୍ଗୁଡି ଘେରି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷା ଉପରେ ଟିମ୍‌ ସଦସ୍ୟମାନେ ପ୍ରଶ୍ନ ଉଠାଇବାରୁ ୨୦୧୭ରେ ଅନୁଷ୍ଠିତ ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍‌ ନେଚର) ବୈଠକରେ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡିଛି । କେବଳ ଭିତରକନିକାର ଜୈବ ବିବିଧତା ଏହି ଜିଲାରେ ନଷ୍ଟ ହେଉନାହିଁ, ଇଂରେଜମାନଙ୍କ ଦ୍ୱାରା ସହରର ପୁରୁଣା ବସଷ୍ଟାଣ୍ଡରେ ପ୍ରତିଷ୍ଠିତ ପ୍ରଥମ ବାଳିକା ବିଦ୍ୟାଳୟର ପୁରୁଣା ଘରକୁ ସଂରକ୍ଷଣ ବଦଳରେ ୨୦୧୭ରେ ମାଟିରେ ମିଶାଇ ଦିଆଗଲା । ଏପରି ବହୁ ଐତିହ୍ୟ ଓ ଗରିମାମୟ ସ୍ମାରକୀ ଅଣଦେଖା ଅବସ୍ଥାରେ ପଡିଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପୁରୁଣା ମନ୍ଦିରର ଗରୁଡ଼ ମୂର୍ତ୍ତି ଏବେ ବବକରପୁରରେ ଥିବା ଆଲୋଚନା ହେଉଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥ ହାବେଳିସାହି ଜଗନ୍ନାଥ ମନ୍ଦିରରେ ଥିବା ଚକାସନର ଲିପି ଗବେଷଣା ପାଇଁ ଆହ୍ବାନ କରିଛି ।

ଏ ସମ୍ପର୍କରେ ଐତିହାସିକ ଡ. ହରିଶଚନ୍ଦ୍ର ପୃଷ୍ଟି, ଗବେଷକ ଡ. ସର୍ବେଶ୍ୱର ସେଣ, ଶିକ୍ଷାବିତ୍‌ ଭୁବନମୋହନ ଜେନା ପ୍ରମୁଖ କହିଛନ୍ତି, ନୌବାଣିଜ୍ୟ ସମ୍ପର୍କିତ ବହୁ ଐତିହ୍ୟ ସ୍ମାରକୀ ଜିଲାର ବିଭବ ସାଜିଛି । ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ଭିତରକନିକାସ୍ଥିତ ନାୟକବାବୁ ମନ୍ଦିର, ପଞ୍ଚୁବରାହୀ ମନ୍ଦିର, ଲଙ୍କେଶ୍ୱର ମନ୍ଦିର ଏହାର ଉଦାହରଣ ମାତ୍ର । ହୁକିଟୋଲା, ବତୀଘର, ଫଲ୍‌ସ ପଏଣ୍ଟ, କେନ୍ଦ୍ରାପଡ଼ା କେନାଲ, ବରୁଣେଇ ପେଣ୍ଠ ଆଦିର ଇତିହାସ ଥିବା ବେଳେ ଏହାର ବିକାଶ ହୋଇପାରୁନାହିଁ । ସେହିପରି ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର, ସିକୋ ଅଷ୍ଟଶମ୍ଭୁ, ଚଉଦକୁଲାଟ ଓ ଡେରାବିଶର ଦଧିବାମନଜୀଉ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି । କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ହାବେଳିସାହିର ଜଗନ୍ନାଥ ମନ୍ଦିରର ଚକାସନ ଗବେଷଣାକୁ ଅପେକ୍ଷା କରିଛି । ସେଠାରେ ଥିବା ଚକାସନରେ ପ୍ରାକ୍‌ ଓଡ଼ିଆ ଭାଷାରେ କିଛି ଲେଖାଯାଇଛି; ଯାହାର ପଠନ କରାଗଲେ ସହରର ପୁରୁଣା ଜଗନ୍ନାଥ ମନ୍ଦିରର ଚକାସନ କିମ୍ବା ପୁରୀ ଶ୍ରୀକ୍ଷେତ୍ରର ସୁଭଦ୍ରାଙ୍କ ଚକାସନ ସମ୍ପର୍କରେ ତଥ୍ୟ ମିଳିପାରନ୍ତା । ସେହିପରି ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ଼ ଏବେ ମହାକାଳପଡ଼ା ବ୍ଲକ ବବକରପୁର କାଳିଦାସ ମନ୍ଦିରରେ ଥିବା ବେଳେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଗୋପୀନାଥ ଖଣ୍ଡିତ ଅବସ୍ଥାରେ ବଡବାରଙ୍ଗ ଗ୍ରାମରେ ପୂଜା ପାଉଛନ୍ତି । ଏହା ବ୍ୟତୀତ ୧୮୭୮ ମସିହା ବ୍ରିଟିଶ ଶାସକଙ୍କ ଦ୍ୱାରା ଗଜପତି ଦିବ୍ୟସିଂହ ଦେବଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସହରର ବିନୋଦବିହାରୀ ମନ୍ଦିର ପରିସରରେ ରହିଥିବା ପ୍ରମାଣ ଅଛି ।

ନାଥ ଧର୍ମର ପ୍ରଚାରକଙ୍କ କେନ୍ଦରା ବାଦ୍ୟ ଜିଲାରୁ ଲୋପ ପାଉଛି । ଏହି ଧର୍ମ ପ୍ରଚାରକଙ୍କ ପ୍ରତିମୂର୍ତ୍ତି ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳିଛି । ମତ୍ସେନ୍ଦ୍ରନାଥ, ଶୈଳେନ୍ଦ୍ରନାଥ, ଇଚ୍ଛାନାଥଙ୍କ ସମାଧିସ୍ଥଳ ସହିତ ବୌଦ୍ଧ ଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିର ଚକ୍ର ମଞ୍ଜୁଶ୍ରୀ, ଅବଲୋକତିଶ୍ୱର ଓ ତାରା ଆଦି ମୂର୍ତ୍ତିର ସଂରକ୍ଷଣ ହେଉନାହିଁ । ରାଜ୍ୟର ସର୍ବପ୍ରଥମ ଡାଇମଣ୍ଡ ଜୁବ୍‌ଲି ପାଠାଗାର କନିକା ଲାଇବ୍ରେରିରେ ଜିଲାର ଐତିହ୍ୟ ସମ୍ପର୍କରେ ବହୁ ତଥ୍ୟ ଅଛି । ରାଜନଗରର ଏକ ସଂସ୍କୃତ କଲେଜରେ ବହୁ ପ୍ରାଚୀନ ତାଳପତ୍ର ଓ ଭୁଜପତ୍ର ପୋଥି ଅଛି, ହେଲେ ତା’ର ସଂରକ୍ଷଣ ହେଉନାହିଁ । ୧୮୮୭ର ସୂର୍ଯ୍ୟଘଡି, ଡେରାବିଶ ବ୍ଲକ ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅରର ସୁରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ । ଇତିହାସ ଆଇନାରେ ଆମେ ସୁସଂସ୍କୃତ ହୋଇପାରିବା ବୋଲି ଗବେଷକମାନେ କହିଛନ୍ତି । ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ନିରୋଜ କୁମାର ସାହୁ କହିଛନ୍ତି, ବିଭିନ୍ନ ପର୍ଯ୍ୟଟନସ୍ଥଳି ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri