ଦ୍ୱିତୀୟ ଲହର ବେକାବୁ: ହସ୍ପିଟାଲରେ ବେଡ୍‌-ଭେଣ୍ଟିଲେଟର ଅଭାବ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ଏହା ପୂର୍ବାପେକ୍ଷା ୩ଗୁଣା ଅଧିକ ବେଗରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହେଉଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଦେଶର ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ, ଚଣ୍ଡିଗଡ଼ ଆଦି ବଡ଼ ସହରରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏସବୁ ସହରରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ମୁମ୍ବାଇରେ ୫୧୭୧ କୋଭିଡ୍‌ ବେଡ୍‌ ଖାଲି ରହିଛି। ଅପରପକ୍ଷରେ ୧୭ ହଜାରରୁ ଅଧିକ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। ଏବେ ମୁମ୍ବାଇରେ ଆକ୍ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ପାଖାପାଖି ଥିବାବେଳେ ଏଠାରେ ୫୮ ଭେଣ୍ଟିଲେଟର ବେଡ୍‌ ଖାଲି ରହିଛି। ସେହିପରି ଦିଲ୍ଲୀରେ ୪୫୮୫ ବେଡ୍‌ ଖାଲି ରହିଥିବାବେଳେ ୪୨୩୮ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। ୩୧୪ ଭେଣ୍ଟିଲେଟର ଖାଲି ରହିଛି। ଅପରପକ୍ଷରେ ୬୪୩ ଭେଣ୍ଟିଲେଟରରେ ଆକ୍ରାନ୍ତଙ୍କୁ ରଖାଯାଇଛି। ଗୁଜରାଟର ଅହମଦାବାଦରେ ୨୭୦୦ କୋଭିଡ୍‌ ବେଡ୍‌ ବୃଦ୍ଧି କରାଯାଇଛି। ଚଣ୍ଡିଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ଅବସ୍ତା ଅସମ୍ଭାଳ ହେବାରେ ଲାଗିଛି। ଏଠାରେ ଥିବା ଧନ୍ବନ୍ତରୀ କେୟାର ସେଣ୍ଟରରେ ଥିବା ୫୦ ବେଡ୍‌ ମଧ୍ୟରୁ କେବଳ ଗୋଟିଏ ଖାଲି ରହିଛି। ସେହିପରି ପିଜିଆଇରେ ଥିବା ୩୦୦ ବେଡ୍‌ ମଧ୍ୟରୁ ୧୬୮ରେ ଆକ୍ରାନ୍ତ ରହିଛନ୍ତିି। ବେଡ୍‌ ଏବଂ ଭେଣ୍ଟିଲେଟର ଅଭାବ ଯୋଗୁ ଅଗାମୀ ଦିନରେ ସମସ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri