Odisha Elections 2024

ଭାରତ ବନ୍ଦ ପ୍ରଭାବରେ ଦାରିଙ୍ଗବାଡ଼ି ଠପ୍‌

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ): ଭାରତ ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ସିମନବାଡ଼ି ଆଦି ପ୍ରମୁଖ ବଜାରକୁ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଅଞ୍ଚଳରୁ ଫୁଲବାଣୀ ସମେତ ବାଲିଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁର, ରାଇକିଆ ଆଦି ଅଞ୍ଚଳକୁ ବସ୍‌ ଚଳାଚଳ ବନ୍ଦ ରହିବା ସହ ସମସ୍ତ ଗାଡ଼ିମୋଟର ବନ୍ଦ ରହିଛି। ସେହିପରି ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ,ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ୫୯ ନଂ ଜାତୀୟ ରାଜପଥର ସିମନବାଡ଼ିଠାରେ କଂଗ୍ରେସର ସିମନବାଡ଼ି ପଞ୍ଚାୟତର ଦଳର ସଭାପତି ଏଲନ ନାୟକଙ୍କ ନେତୃତ୍ୱରେ ଉପସଭାପତି ବିଭୀଷଣ ଦିଗାଳ, ସମ୍ପାଦକ ସୁଧାଂଶୁ ନାୟକ, ସହସମ୍ପାଦକ ବିରୁ ନାୟକ, ରାମଦେଉ ପ୍ରଧାନ, ଶ୍ୟାମସେନ ଦିଗାଳଙ୍କ ସମେତ ବହୁ କର୍ମୀ ରାସ୍ତାରେ ବ୍ୟାରିକେଟ ବାନ୍ଧି ବନ୍ଦ ପାଳନ କରିଥିଲେ। ସେହିପରି ଦାରିଙ୍ଗବାଡ଼ି ବ୍ଲକ ସଭାପତି ପ୍ରଦୀପ କୁମାର ନାୟମଙ୍କ ନେତୃତ୍ୱରେ ଉତ୍ତମଚାନ୍ଦ ପ୍ରଧାନ, ବିଦ୍ୟାଧର ମଲ୍ଲିକ, ଶ୍ୟାମଘନ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଦଳୀୟ ପତାକା ଧରି ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷଦିନରେ ଦୁଇ ଦଳର ପ୍ରଚାର ଜୋର୍‌ଦାର

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିରେ ପ୍ରଚାର ଶେଷଦିନରେ ଦୁଇଦଳର ଜୋର୍‌ଦାର ପ୍ରଚାର ଚାଲିଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଚାର...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା

ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri