ଏଇ ଭାରତରେ

ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍‌ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍‌ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ ସକାଳେ ଦୌଡ଼ିବା ସମୟରେ ସଫେଇ ଅଭିଯାନରେ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ରିପୁଙ୍କ ବୟସ ୩୩ ।
ଇଞ୍ଜିନିୟରିଂରେ ଶିକ୍ଷା ଶେଷକରି ସେହି ବୃତ୍ତିରେ ରହିଛନ୍ତିି। ୨୦୧୬ରେ ସେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ସେଥିରୁ ମୁକୁଳିବା ଲାଗି ଦୌଡିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ରାସ୍ତା କଡ଼ରେ ବର୍ଜ୍ୟ ପଡିଥିବା ଲକ୍ଷ୍ୟ କରି ତାହାକୁ ଗୋଟାଇବା ବି ଆରମ୍ଭ କରିଥିଲେ। ଏହାପରେ ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ସହରରେ ଏହି ଧାରାରେ ବର୍ଜ୍ୟ ସଂଗ୍ରହ କରିବାକୁ ଚିନ୍ତା କରି ଏବେ ସୁଦ୍ଧା ୮୦ଟି ସହରରେ ୫୦୦ଟି ସଫେଇ ଅଭିଯାନ ଆୟୋଜନ କରିସାରିଲେଣି। ରିପୁଙ୍କ ଏଭଳି ଅଭିଯାନକୁ ସବୁଆଡୁ ପ୍ରଶଂସା କରାଯାଉଛି। ଜଗିଂ ସମୟରେ ବର୍ଜ୍ୟ ସଂଗ୍ରହକୁ ପ୍ଲଗିଂ କୁହାଯାଉଛି। ରିପୁ ଭାରତର ପ୍ଲଗିଂ ଆମ୍ବାସାଡର ବି ରହିଛନ୍ତି। ତାଙ୍କର ପ୍ରତ୍ୟେକ ସଫେଇ ଅଭିଯାନରେ ପାଖାପାଖି ୧୫୦ ଛାତ୍ରୀଛାତ୍ର ଯୋଗ ଦେଉଛନ୍ତି। ଏମାନେ ଦୌଡ଼ିବା ସମୟରେ ବି ରାସ୍ତାକଡ଼ ଦୋକାନୀମାନଙ୍କୁ ବି ସ୍ବଚ୍ଛତା ସମ୍ପର୍କରେ ସଚେତନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri