Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌ରେ ୬ ଦଳ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-

* ପ୍ରତିଯୋଗିତାରେ ୩୦ ମ୍ୟାଚ
* ଡବଲ୍‌ ହେଡର ଲିଗ୍‌ଭିତ୍ତିରେ ଖେଳ ହେବ
* ଅଂଶଗ୍ରହଣକାରୀ ଦଳ: ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ, ଓଡ଼ିଶା ପୋଲିସ
* ୬ ଦଳର ଅଧିନାୟିକା: ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ
* ଭେନ୍ୟୁ: କଳିଙ୍ଗ ଷ୍ଟାଡିୟମ୍‌, କ୍ୟାପିଟାଲ ହାଇସ୍କୁଲ ପଡ଼ିଆ
* ଓଡ଼ିଶା ପୋଲିସ-ସ୍ପୋଟର୍‌ସ ହଷ୍ଟେଲ ଉଦ୍‌ଘାଟନୀ ମ୍ୟାଚ
* ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ଓମେନ୍ସ ଲିଗ୍‌’ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ହେବାକୁଥିବା ଲିଗ୍‌ରେ ମୋଟ ୩୦ଟି ମ୍ୟାଚ ଖେଳାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ, ଉପସଚିବ ଶୈଳେନ୍ଦ୍ର କୁମାର ଜେନା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଏବଂ ୬ ଦଳର ଅଧିନାୟିକାଙ୍କ ଉପସ୍ଥିତିରେ ଶନିବାର ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଡବଲ୍‌ ହେଡର ଲିଗ୍‌ ଭିତ୍ତିରେ ଖେଳ ହେବା ପରେ ସର୍ବାଧିକ ପଏଣ୍ଟ ଜିତିବା ଦଳ ଚାମ୍ପିୟନ ହେବ। ଓଡବ୍ଲ୍ୟୁଏଲ୍‌ର ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ମ୍ୟାଚଗୁଡ଼ିକ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ଗ୍ରାଉଣ୍ଡ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ ହଷ୍ଟେଲ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ।
ଓଡବ୍ଲ୍ୟୁଏଲ୍‌ରେ ଭାଗ ନେବାକୁ ଯାଉଥିବା ବିଭିନ୍ନ ଦଳର ଅଧିନାୟିକାମାନେ ହେଲେ ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ। ଲିଗ୍‌ ମ୍ୟାଚ ଦେଖିବା ଲାଗି କଳିଙ୍ଗ ଷ୍ଟାଡିୟମର ଇଷ୍ଟ ଷ୍ଟାଣ୍ଡରେ ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ୪ ନମ୍ବର ଗେଟ୍‌ ଦେଇ ସ୍କାଏଓ୍ବାକ୍‌ ୫ରେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶରୀରରେ ଅଧିକ ଉତ୍ତାପ ଥିଲେ କିମ୍ବା ମୁହଁରେ ମାକ୍ସ ନ ଥିଲେ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମ୍ୟାଚଗୁଡ଼ିକ ଅପରାହ୍ନ ୩ଟା ଏବଂ ସକାଳ ୭ଟାରେ ଅନୁଷ୍ଠିତ ହେବ। ପ୍ରକାଶଯୋଗ୍ୟ ପୂର୍ବରୁ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ୨୦୧୬-୧୭ ସର୍ବପ୍ରଥମ ସଂସ୍କରଣରେ ରନର୍ସଅପ୍‌ ହୋଇଥିବାବେଳେ ୨୦୧୭-୧୮ରେ ଚାମ୍ପିୟନ ହୋଇଥିଲା। ”ଓଡ଼ିଶା ସରକାର କ୍ରୀଡ଼ାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ତେବେ ରାଜ୍ୟ ଆସୋସିଏଶନଗୁଡ଼ିକ ସହିତ ମିଶି କାର୍ଯ୍ୟକଲେ ଏହା ଅଧିକ ଫଳପ୍ରଦ ହୋଇପାରିବ“ ବୋଲି ଏହି ଅବସରରେ ଆଶୀର୍ବାଦ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri