Posted inଖେଳ

ଉପଅଧିନାୟକ ରାହାନେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ କୋହଲି, କହିଲେ…

ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର କାମଚଳା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଅଜିଙ୍କ୍ୟ ରାହାନେ ବେଶ୍‌ ପ୍ରଶଂସିତ ହୋଇଥିଲେ। ନିଜର ଶାନ୍ତ ସ୍ବଭାବ ସାଙ୍ଗକୁ ଖେଳାଳି ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ଦଳ ୨-୧ରେ ସିରିଜ ଜିତିଥିଲା। ଏବେ ବିରାଟ କୋହଲି ପୁଣିଥରେ ଦଳକୁ ଫେରୁଥିବାରୁ ସେ ଉପଅଧିନାୟକ ପଦ ତୁଲାଇବେ। ପଛରେ ରହି ସାହାଯ୍ୟ କରି ସେ ଖୁସି ଅନୁଭବ କରିବେ ବୋଲି ପ୍ରକାଶ କରିଥିଲେ। ଏବେ କୋହଲି ରାହାନେଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ରାହାନେଙ୍କ ସହ ସମ୍ପର୍କକୁ ନେଇ କୋହଲି କହିଛନ୍ତି, ଜିକ୍ସ(ରାହାନେ) ଏବଂ ମୋର ମଧ୍ୟରେ ନୁହେଁ ବରଂ ପୁରା ଟିମ୍‌ର ସମ୍ପର୍କ ବିଶ୍ୱାସ ଉପରେ ନିର୍ଭର କରୁଛି। ଆମେ ସବୁ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛୁ। ତାହା ହେଲା ଭାରତକୁ ବିଜେତା ଭାବେ ଦେଖିବା। ରାହାନେ ଅଷ୍ଟ୍ରେଲିଆରେ ନିଜର କର୍ତ୍ତବ୍ୟ ବେଶ ଭଲ ଭାବେ ସମ୍ପନ୍ନ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଜିତିବା ମୂହୁର୍ତ୍ତକୁ ଦେଖିବା ସୁନ୍ଦର ଅନୁଭୂତିଟିଏ ଥିଲା ବୋଲି କୋହଲି କହିଛନ୍ତି।

ରାହାନେଙ୍କ ସହ ମଇଦାନ ବାହାରେ ଥିବା ତାଳମେଳ ପଡ଼ିଆ ଭିତରେ ମଧ୍ୟ ସମାନ ଥାଏ। ଆମେ ପରସ୍ପର ସହ ଖେଳିବାକୁ ପସନ୍ଦ କରୁ। ଆମେ ପରସ୍ପରର ସମ୍ମାନ କରିଥାଉ। ସବୁଠାରୁ ମଇଦାନ ବାହାର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଥାଏ। ଆମେ ବହୁତ କଥା ହୋଇଥାଉ। ପରସ୍ପର ସହ ବୁଝାବଣା କରିଥାଉ। ସେ ଏଭଳି ଜଣେ ଖେଳାଳି, ଯିଏ କୌଣସି ପରିସ୍ଥିତିରେ ଉପଦେଶ ଦେବାର କ୍ଷମତା ରଖିଛନ୍ତି। ଆମେ ମଇଦାନରେ ମ୍ୟାଚ୍‌ ସମ୍ପର୍କରେ ଅନେକ କିଛି ବିଷୟରେ ଅନେକ ଚର୍ଚ୍ଚା କରିଥାଉ। ଏହି ସମ୍ପର୍କ ବିଶ୍ୱାସର ବୋଲି ମଧ୍ୟ କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri