Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧ ତାରିଖ– Daily Horoscope

ମେଷ
ଆଜି ବୁଧ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିବ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି ।
ବୃଷ
ବୃଷ
ଚତୁର୍ଥଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆତ୍ମପ୍ରଶଂସା ଶୁଣି ଭାବ ବିଭୋର ହେବେ । ସମ୍ପର୍କୀୟଙ୍କ ଈର୍ଷାର ବଶବର୍ତ୍ତୀ ହୋଇ ପରୋକ୍ଷ ସମାଲୋଚିତ ହେବେ। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଦେହରେ ବସା ବାନ୍ଧି ରହିଥିବା ପୁରୁଣା ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ରବିଙ୍କ ଯୋଗୁ ନିକଟତମ ବ୍ୟକ୍ତିଙ୍କ ସାହାଯ୍ୟ ସିନା ପାଇବେ ନାହିଁ, କିନ୍ତୁ କୌଣସି କାମ ଅଟକି ରହିବ ନାହିଁ । ଅଚାନକ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ । ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ ।
କର୍କଟ
କର୍କଟ
ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବା ସଙ୍ଗକୁ ମାନସିକ ସନ୍ତୁଳନ ହରାଇବେ । କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହୋଇପାରେ । ରାସ୍ତାରେ ଯିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଲେ ହେଁ ଦିନ ଗୋଟାଏ ପରେ ସବୁ ବଦଳି ଯିବ । ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିବ। ବ୍ୟବସାୟ, ମାଙ୍ଗଳିକ କାମ, ଆଲୋଚନା ସଭା, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ଶନିକ୍ଷେତ୍ରସ୍ଥ ଶୁକ୍ରଙ୍କ ପ୍ରଭାବରୁ କଫଜନିତ ପୀଡା ପାଇପାରନ୍ତି ।
କନ୍ୟା
ମାନସିକ ଅସ୍ଥିରତା ଅନୁଭବ କଲେ ମଧ୍ୟ କାମଗୁଡିକ ବ୍ୟତିକ୍ରମ ଭିତରେ ହିଁ ସମ୍ପନ୍ନ ହେବ । ମାଙ୍ଗଳିକ କାମ ସକାଶେ ଘରେ ବନ୍ଧୁ ମିଳନ, ଆମୋଦପ୍ରମୋଦର ସୁଅ ଛୁଟିବ । ଅଫିସ୍‌ରେ କୌଣସି ଖୋଜୁଥିବା ଅତ୍ୟାବଶ୍ୟକ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ତୁଳା
ତୁଳା
ଚନ୍ଦ୍ର ଓ ବୁଧ ବିଷମ ସପ୍ତକ ହେତୁ ବୃଥା ଭାବନାରୁ ଦୂରେଇ ରୁହନ୍ତୁ । ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଏଁ ସମାଧାନ ହୋଇଯିବ । ସୁବିଧା ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ। ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ, ସତ୍‌ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ ।
ବିଛା
ବିଛା
ରାଶିରେ କେତୁଙ୍କ କୁପ୍ରଭାବରୁ ମନ ଠିକ୍‌ ନ ଥିବା କାରଣରୁ କୌଣସି କଥାକୁ ଠିକ୍‌ ଭାବେ ଶୁଣିବେ ନାହିଁ କିମ୍ବା ବୁଝିପାରିବେ ନାହିଁ । ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ମଧ୍ୟ ବିଶୃଙ୍ଖଳିତ ରହିବ । ଆକସ୍ମିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ବାଣିଜ୍ୟ, ପରିବହନ, ପ୍ରକାଶନ, ପ୍ରଶାସନ, ନିର୍ମାଣାଦି କାର୍ଯ୍ୟ ଠିକଠାକ୍‌ ଚାଲିବ ।
ଧନୁ
ଧନୁ
ଦ୍ୱିତୀୟସ୍ଥ ଏକାଧିକଗ୍ରହ ହେତୁ ନିଜେ କଷ୍ଟ ସ୍ବୀକାର କରି ଅନ୍ୟମାନଙ୍କ ମୁହଁରେ ହସ ଉକୁଟାଇବାର ଚେଷ୍ଟା କରିବେ । ପ୍ରବଳ ବିରୁଦ୍ଧାମତ୍କ ପରିବେଶ ସତ୍ତ୍ୱେ ସମସ୍ୟା ସମାଧାନରେ ସମର୍ଥ ହେବେ । ରାଜନୀତି, ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ମକର
ମକର
ରାଜଯୋଗ ପ୍ରଭାବରୁ ଆଜି ଗତକାଲିର ସ୍ଥଗିତ କାମ ସକାଶେ ପ୍ରଭାତରୁ ହିଁ କାମରେ ଲାଗି ପଡିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ଭିଡରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ ।
କୁମ୍ଭ
କୁମ୍ଭ
ବକ୍ରୀ ବୁଧଙ୍କ ହେତୁ ଅସାବଧାନତା ଓ ଅନ୍ୟମନସ୍କତାରୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ । ପାରିବାରିକ ଦିଗଟି ଉଠାପକା ରୀତିରେ ଗଡି ଚାଲିବ।
ମୀନମୀନ
ଆଜି ଆକସ୍ମିକ ଭାବେ ଜଣେ ନୀଚ ଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲି ପାରିବେ ନାହିଁ। ଆମତ୍ୀୟ ତଥା ସମଶ୍ରେଣୀୟ ବ୍ୟକ୍ତିଙ୍କ ସମାଲୋଚନାର ପାତ୍ର ହେବାକୁ ପଡିପାରେ। ଦ୍ୱାଦଶସ୍ଥ ବୁଧଙ୍କ ହେତୁ ଖର୍ଚ୍ଚ ପରିମାଣ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri