୨ ଥର ଡିଏଲ୍‌ ରଦ୍ଦ ହେଲେ ଚଲାଇପାରିବେନି ଗାଡ଼ି

ଭଞ୍ଜନଗର,୧୮।୧: କରୋନା ମହାମାରୀ ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଥିଲେ ବି ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିବାରେ ଲାଗିଛି। ୨୦୨୦ରେ ଉପଖଣ୍ଡରେ ୭୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୬୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୯ରେ ୭୨ଟି ଦୁର୍ଘଟଣା ଘଟିଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ୯୯ଟି ଦୁର୍ଘଟଣା ଘଟି ୭୨ଜଣ ମୃତ୍ୟୁବରଣ କରିଥିଲେ। ଚଳିତ ବର୍ଷ ଦୁର୍ଘଟଣା ହାର କିଭଳି କମିବ ସେନେଇ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦ୍ରୁତ ଗତି ଏବଂ ନିଶାସକ୍ତ ହୋଇ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦ୍ରୁତଗତିରେ ଗାଡ଼ି ଚାଳନା କରି ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ସହ ୩ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ । ହେଲମେଟ ନ ପିନ୍ଧିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ଲାଇସେନ୍ସ ରଦ୍ଦ। ଜଣେ ବ୍ୟକ୍ତିଙ୍କର ୨ଥର ଲାଇସେନ୍ସ ରଦ୍ଦ ହେଲେ ସେ ଗାଡି ଚଳାଇ ପାରିବେ ନାହିଁ ବୋଲି ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ କହିଛନ୍ତି । ସୋମବାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ କଲେଜ ପରିସରରେ ୩୨ତମ ସଡ଼କ ସୁରକ୍ଷା ମାସ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହୋଇଥିଲ। ଏହି ଅବସରରେ ସର୍ବସାଧାରଣ ପରିବହନରେ ମହିଳାମାନଙ୍କ ସୁରକ୍ଷା ଉପରେ ଏକ ଆଲୋଚନାଚକ୍ର ହୋଇଥିଲା । ଏଥିରେ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ । ରାଜ୍ୟ ପରିବହନ ବିଭାଗ ଦକ୍ଷିଣାଞ୍ଚଳ ଉପ କମିଶନର ଲାଲମୋହନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ମାସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂଆ ନିୟମ ସମ୍ପର୍କରେ କହିଥିଲେ। ଶୁଳପାଣି ଶତପଥି ଉପସ୍ଥିତ ଲୋକଙ୍କୁ ଶପଥପାଠ କରାଇଥିଲେ । ଯୁବ ରେଡ଼କ୍ରସ ଜିଲା ସଂଯୋଜକ ଅଧ୍ୟାପକ ବି.ଗୋବିନ୍ଦ ରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ରାଜେନ୍ଦ୍ର ଡ଼ାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri