ରୋଗୀଙ୍କୁ ମିଳୁନି ସଫା ବେଡ୍‌ଶିଟ୍‌

ବ୍ରହ୍ମପୁର ଅଫିସ,୧୫।୧: ଏମ୍‌କେସିଜି ମେଡିକାଲ ରୋଗୀଙ୍କୁ ସଫା ବେଡ୍‌ଶିଟ୍‌ ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀମାନେ ମାସ ମାସ ଧରି ଖାଲି ବେଡ୍‌ରେ ଶୋଉଛନ୍ତି। ଏମ୍‌କେସିଜିକୁ ପ୍ରାୟ ୧୦ ଜିଲାର ରୋଗୀ ବିଭିନ୍ନ ସମୟରେ ରେଫର ହୋଇ ଆସିଥା’ନ୍ତି। ବର୍ତ୍ତମାନ ଦୈନିକ ଏଠାକୁ ୪ରୁ ୫ ହଜାର ରୋଗୀ ଆସିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ୨୨ ବିଭାଗ ସହ ୩୮ ୱାର୍ଡ ରହିଛି। ଏହା ସହ ୧୫୦୦ରୁ ଊର୍ଦ୍ଧ୍ୱ ବେଡ୍‌ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୧୪୦ କାର୍ଯ୍ୟକ୍ଷମ ରହିଛି। ବ୍ୟବହାର ହେଉଥିବା ବେଡ୍‌ଶିଟ୍‌ ସଫା କରିବା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁରର ଏକ ଏନ୍‌ଜିଓ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା ପ୍ରତିଦିନ ୧୨୦୦ରୁ ୧୩୦୦ ବେଡ୍‌ଶିଟ୍‌, ୨୫୦୦ରୁ ୩୦୦୦ ଓଟି ଆପ୍ରୋନ, ବ୍ଲାଙ୍କେଟ ଓ ଟାୱାଲ ସଫା କରି ଯୋଗାଇଥାଏ। ଏହାକୁ ସଫା କରିବା ନିମନ୍ତେ ସଂସ୍ଥା ପକ୍ଷରୁ ୨୫ରୁ ୩୦ ଲକ୍ଷ ଟଙ୍କା ବ୍ୟୟ କରି ଦୁଇଟି ୱାଶିଂ ମେଶିନ, ଗୋଟିଏ ଡ୍ରାଏ ମେଶିନ, ଗୋଟିଏ ଆଇରନ ମେଶିନ ସହ ୧୫ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହା ସହ ପ୍ରତ୍ୟହ ସଫା କରିବା ପାଇଁ ୮ରୁ ୧୦ ହଜାର ଲିଟର ପାଣି ଆବଶ୍ୟକ ପଡ଼ିଥାଏ। ଏହାସହିତ କାର୍ଯ୍ୟରତ ନର୍ସଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ ଦିନ ସଂସ୍ଥା କର୍ମଚାରୀମାନେ ରୋଗୀଙ୍କ ବେଡ୍‌ରୁ ଅପରିଷ୍କାର ବେଡ୍‌ଶିଟ୍‌ ବାହାର କରି ପରିଷ୍କାର ବେଡ୍‌ଶିଟ୍‌ ପକାଇଥା’ନ୍ତି। ଏ ବାବଦକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂସ୍ଥାକୁ ଗୋଟିଏ ବେଡ୍‌ଶିଟ୍‌ ପିଛା ୪.୯୦ ପଇସା, ଓଟି ଆପ୍ରୋନ୍‌ ପିଛା ୩ ଟଙ୍କା, ବ୍ଲାଙ୍କେଟ୍‌ ପିଛା ୧ ଟଙ୍କା ଏବଂ ଓଟି ଟାୱେଲ୍‌ ପିଛା ୧ ଟଙ୍କା ଦିଆଯାଉଛି। ଏ ସମସ୍ତ ସଫା କରିବା ବାବଦକୁ ମାସକୁ ୨.୫୦ ଲକ୍ଷରୁ ୨ .୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଡିଜେଏସ୍‌ଏସ୍‌ ସଂସ୍ଥାର ମୁଖ୍ୟ ପ୍ରକାଶ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପଟେ ରୋଗୀଙ୍କ ପାଖରେ ବେଡ୍‌ଶିଟ୍‌ ପହଞ୍ଚାଇବା ନିୟମ ଥିଲେ ମଧ୍ୟ ତାହା ପହଞ୍ଚତ୍ ପାରୁନାହିଁ। ଫଳରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ନର୍ସଙ୍କ ପାଖକୁ ଆସି ବେଡ୍‌ଶିଟ୍‌ ନେଉଛନ୍ତି। ଏହା ସହ ନର୍ସମାନେ ଅନେକ ସମୟରେ ରୋଗୀମାନଙ୍କୁ ବେଡ୍‌ଶିଟ୍‌ ନାହିଁ ଓ ସଫା ହେବା ପାଇଁ ଦିଆଯାଇଛି କହି ଫେରାଇ ଦେଉଛନ୍ତି। କେତେକ ନର୍ସ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏ ସମସ୍ୟା ନେଇ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ ବେଳେ ସେ କୁହନ୍ତି, ପ୍ରତ୍ୟେକ ରୋଗୀଙ୍କ ପାଖକୁ ଯାଇ ସଫା ବେଡ୍‌ଶିଟ୍‌ ପହଞ୍ଚାଇବା ନିୟମ ରହିଛି। ଏହା ସହ ଆମ୍ଭେ ରୋଗୀଙ୍କୁ ପରିଷ୍କାର ବେଡ୍‌ଶିଟ୍‌ ଯୋଗାଉଛୁ। ଡାକ୍ତରଖାନାରେ ବେଡ୍‌ଶିଟ୍‌ ପର୍ଯ୍ୟାପ୍ତ ପରିମାଣର ରହିଛି। ନର୍ସମାନେ ରୋଗୀମାନଙ୍କୁ ଏ ସମ୍ପର୍କରେ ଖରାପ ବ୍ୟବହାର କରୁଥିବା ନେଇ ମୋ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଯଦି ଅଭିଯୋଗ ହୁଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri