ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲା ରଣପୁର ସହରର ଦଳିତ ସାହିରେ ଜାଗାମିଶନ ଅପହଞ୍ଚ। ସ୍ବାଧୀନତାର ୭୩ ବର୍ଷ ପରେ ବି ରଣପୁର ଏନଏସିରେ ଥିବା ଝୁମ୍ପୁଡି ଭାଡି ଓ ପାଲଟଣା ଘରର ଚିତ୍ର ବଦଳି ପାରୁନାହିଁ। ସବୁ ବାସହୀନଙ୍କୁ ଜାଗା ମିଶନରେ ସାମିଲ କରାଯାଉ ନ ଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ୫୦ ପରିବାରରୁ ୧୫ ପରିବାର ପାଇଛନ୍ତି ପଟ୍ଟା । ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଉ ନ ଥିବାରୁ ପଟ୍ଟା ପାଇବାର ସୁବିଧା ସେମାନେ ନେଇ ପାରୁ ନ ଥିବା ଅଭିଯୋଗ ହୋଇଛି।
ଏପରି ପରିସ୍ଥିତିରେ ବାସହୀନଙ୍କ ଦୁଃଖ ବଢ଼ି ଚାଲିଛି। ସରକାରୀ ଯୋଜନା ପରେ ବି ଭାଗ୍ୟ ପରିବର୍ତ୍ତନ ହେଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ଶାନ୍ତି ଦେଇ କୁହନ୍ତି, ଆମେ ଗରିବ ଲୋକ । ବାଉଁଶରେ ତିଆରି ଉପକରଣ ଓ ଝାଡୁ ବିକି ଆମେ ପରିବାର ଚଳାଉ । ମୋ ସ୍ବାମୀ ବୁଢ଼ା ହୋଇ ଯିବାରୁ ଆଉ ରୋଜଗାର କରିପାରୁ ନାହାନ୍ତି । ଘରେ ଛୋଟ ପିଲାଟିଏ। ମୁଁ କାମ କରି ପରିବାର ଚଳାଇବା କାଠିକର ପାଠ ହୋଇଛି । ଥିଲାବାଲା ରାଶନ କାର୍ଡ ପାଉଛନ୍ତି, ଆମ ପାଇଁ ସେ ସୁବିଧା ନାହିଁ। ଭତ୍ତା ବି ମିଳୁନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବୟସ ହୋଇନାହିଁ କହି ସାର୍‌ ମାନେ ଫେରାଇ ଦେଉଛନ୍ତି । ହାତଗୁଞ୍ଜା ଦେଇ ପାରୁ ନ ଥିବାରୁ ଆମକୁ କିଛି ସୁବିଧା ମିଳୁନାହିଁ। ମୁଁ ତ ଖାଇବାକୁ ପାଉନି ହାତଗୁଞ୍ଜା ଦେବି କିପରି ? ବହୁ କଷ୍ଟରେ ପରିବାର ଚଳାଉଛି ବୋଲି ସେ କହିଛନ୍ତି।
ରାଘବ ରାଉଳ କୁହନ୍ତି, ଆମ ଘର ରଣପୁର ଦଳିତ ସାହିରେ । ଜେଜେବାପା ଅମଳରୁ ସେଠାରେ ରହି ଆସୁଛି । ପଟ୍ଟା ପାଇ ନାହୁଁ । ପଟ୍ଟା ନ ଥିବାରୁ ମୋ ଝିଅ ଦଶମ ଶ୍ରେଣୀ ପାଠ ପଢ଼ିଲା ଷ୍ଟାଇପେଣ୍ଡ ପାଇ ପାରିଲାନାହିଁ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରିଟିଏ ନାହିଁ । ପାଲ ଟଣା ଘରେ ରହୁଛି। ୧୦ କେଜି ଚାଉଳ ପାଉଛି । ରାଶନ କାର୍ଡରେ ମୋ ୨ ଝିଅଙ୍କ ନାଁ ସାମିଲ ହୋଇପାରୁନି । ଚନ୍ଦ୍ରମା ରାଉଳ କୁହନ୍ତି, ପଟ୍ଟା ପାଉତି ନ ଥିବାରୁ ମୋ ପରି ଗାଁର ବହୁ ପରିବାର ଅଭିଶପ୍ତ ଜୀବନ ଯାପନ କରୁଛନ୍ତି । ମୋ ସ୍ବାମୀଙ୍କ ପରଲୋକକୁ ଦେଢ଼ ବର୍ଷ ହେଲାଣି, ତଥାପି ବିଧବା ଭତ୍ତା ପାଇ ପାରୁନି । ବାରମ୍ବାର ଅଭିଯୋଗ କରି ଥକି ପଡିଲିଣି । ଘର ଟିଏ ମଧ୍ୟ କରି ପାରୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆମ ପାଇଁ ସ୍ବପ୍ନ । ଦୁଃଖ କଷ୍ଟରେ ଜୀବନ କାଟୁଛି ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ରଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ତାପସ ବିଶୋଇ କୁହନ୍ତି, ରାଶନ କାର୍ଡ ପାଇ ନ ଥିବା ହିତାଧିକାରୀଙ୍କୁ କାର୍ଡ ଯୋଗାଇବାକୁ ପ୍ରୟାସ ଜାରି ରହିଛି । ଭୂମିହୀନ ଲୋକଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦିଆଯାଉଛି । ୬୪୫ ବର୍ଗଫୁଟ ଦଖଲରେ ଥିବା ପରିବାର ପଟ୍ଟା ପାଉଛନ୍ତି । ସରକାରୀ ନୀତିନିୟମ ପୂରଣ କରିଥିବା ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ଯେଉର୍ଁମାନେ ସେଥିରୁ ବଞ୍ଚତ୍ତ ହେଇଛନ୍ତି ସେମାନଙ୍କୁ ପଟ୍ଟା ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଭତ୍ତା ପାଇଁ ଲାଞ୍ଚ ଦେବାକୁ ପଡୁଥିବା ଅଭିଯୋଗ ସଂକ୍ରାନ୍ତରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେପରି ଅଭିଯୋଗ ମୋ ପାଖରେ ପହଞ୍ଚି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri