୬ ଅଲିଭ୍‌ ରିଡ୍‌ଲେଙ୍କୁ ଟ୍ୟାଗିଂ

ବ୍ରହ୍ମପୁର ଅଫିସ/ଗଞ୍ଜାମ(ଡି.ଏନ୍‌.ଏ.),୧୩ା୧: ଜୁଲୋଜୀକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ଓ ବ୍ରହ୍ମପୁର ବନଖଣ୍ଡ ମିଳିତ ଆନୁକୂଲ୍ୟରେ ଅଲିଭ୍‌ରିଡ୍‌ଲେଙ୍କୁ ମଙ୍ଗଳବାର ଟ୍ୟାଗିଂ କରିଛି। ଟ୍ୟାଗ୍‌ଗୁଡିକ ସ୍ବତନ୍ତ୍ର ଭାବରେ ସଂଖ୍ୟାଭୁକ୍ତ ହୋଇଛି ଏବଂ ଏଥିରେ ସବିଶେଷ ତଥ୍ୟ ଅଛି। ଯେପରିକି ସଙ୍ଗଠନର ନାମ, ଇମେଲ୍‌ ଆଇଡି ଇତ୍ୟାଦି। ମଙ୍ଗଳବାର ବନବିଭାଗ ପକ୍ଷରୁ ମୋଟ ୬ଟି (୨ ଅଣ୍ଡିରା ଏବଂ ୪ ମାଈ) କଇଁଛଙ୍କୁ ଟ୍ୟାଗ ଲଗାଯାଇଥିଲା। ଟ୍ୟାଗ ଲଗାଯାଇଥିବା କଇଁଛଙ୍କ ଗତିବିଧି ଉପରେ ଅନୁସନ୍ଧାନ କରାଯିବ। ସେମାନଙ୍କ ମଣ୍ଡଳୀ, ବସା, ଯାତ୍ରାମାର୍ଗ ଏବଂ ସ୍ଥାନ ଖୋଜିବାରେ ସାହାଯ୍ୟ କରିବ। ଏହି ଟ୍ୟାଗ୍‌ ହୋଇଥିବା କଇଁଛଙ୍କୁ ଅନ୍ୟ ଦେଶର ବନ ବିଭାଗ ଠାବ କଲେ ସେଥିରେ ଥିବା ଇମେଲ୍‌ ଆଇଡିରେ ସୂଚନା ଦେବେ। ପ୍ରାୟ ୨୫ବର୍ଷ ବ୍ୟବଧାନ ପରେ ଓଡିଶାରେ ଟ୍ୟାଗିଂ ପ୍ରକ୍ରିୟା କରାଯାଇଛି। ପୂର୍ବରୁ ୧୯୯୪-୯୬ରେ ୮ହଜାର କଇଁଛଙ୍କୁ ଟ୍ୟାଗ୍‌ କରାଯାଇଥିଲା। ଏଥର ୩୦ ହଜାର କଇଁଛ ଟ୍ୟାଗ୍‌ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଏଥିରେ ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡକ୍ଟର ବାସୁଦେବ ତ୍ରିପାଠୀ ଏବଂ ଡକ୍ଟର ଅନିଲ ମହାପାତ୍ର ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri