ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର କାରଣ ଏବଂ ମୃତ ନାବାଳିକାଙ୍କ ଖୁଡ଼ୀ ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ତଥା ମୃତ ନାବାଳିକାଙ୍କ ଖୁଡ଼ୀଙ୍କୁ ରବିବାର ଗିରଫ କରି ପଦ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପଦ୍ମପୁର ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଏକ ମାମଲା (ନଂ.୭/୨୧) ରୁଜୁ ହୋଇଛି ।
ବରଗଡ଼ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି ପଦ୍ମିନୀ ସାହୁ କହିଥିଲେ, ମୃତ ନାବାଳିକାଙ୍କ ବାପା ରାଜିନ୍ଦ୍ର ପାଣ୍ଡେ ଓ ଶ୍ୟାମ ରଣା ଓରଫ ପାଣ୍ଡେ ଦୁଇ ଭାଇ । ଉଭୟେ ବିବାହିତ ଏବଂ ଉଭୟଙ୍କ ଘର ଗୋଟିଏ ଜାଗାରେ ରହିଛି। ରାଜିନ୍ଦ୍ରଙ୍କ କନ୍ୟା (ମୃତ ନାବାଳିକା) ଓ ୪ବର୍ଷର ପୁଅ ଅଛନ୍ତି। ସେହିପରି ଶ୍ୟାମଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଅଛନ୍ତି। ଶିଶୁପୁତ୍ର ଅପେକ୍ଷା ଉକ୍ତ ନାବାଳିକାଙ୍କୁ ଶ୍ୟାମଙ୍କ ସମେତ ପରିବାରର ଅନ୍ୟମାନେ ଅଧିକ ସ୍ନେହ କରୁଥିଲେ। ଏଥିରେ ନାବାଳିକାଙ୍କ ଖୁଡ଼ୀ (ଶ୍ୟାମଙ୍କ ସ୍ତ୍ରୀ)ଙ୍କ ଇର୍ସା ମନୋଭାବ ଜାଗ୍ରତ ହୋଇଥିଲା । ଏନେଇ ଶ୍ୟାମ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ଏପରି କି ମୃତ ନାବାଳିକା ତାଙ୍କ ଘରୁ କିଛି ପଇସା ମଧ୍ୟ ଚୋରି କରିଥିବା ଅଭିଯୁକ୍ତ ଖୁଡ଼ୀ ପୋଲିସ ଆଗରେ ବୟାନ ଦେଇଛନ୍ତି ଏବଂ ପୂର୍ବରୁ ଏଥିପାଇଁ ଗଣ୍ଡଗୋଳ ହୋଇଥିବା ଏସ୍‌ପି କହିଛନ୍ତି। ଫଳରେ ଖୁଡ଼ୀ ସେହିଦିନଠାରୁ ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଅପେକ୍ଷାରେ ଥିଲେ।
ଘଟଣା ଦିନ ଅର୍ଥାତ୍‌ ଗତ ୩ ତାରିଖ ଅପରାହ୍ନରେ ମା’ ବାପା ଘରେ ନ ଥିବାବେଳେ ନାବାଳିକା ଜଣକ ଏକ କୁର୍‌କୁରେ ପ୍ୟାକେଟ୍‌ ଧରି ତାଙ୍କ ଖୁଡ଼ୀଙ୍କ ଘରକୁ ଯାଇଥିଲେ। ସେତେବେଳେ ସେଠାରେ କେହି ନ ଥିବାର ସୁଯୋଗ ନେଇ ଖୁଡ଼ୀ ନାବାଳିକାଙ୍କୁ କ୍ଷେତ ପଟକୁ ଶୌଚଯିବା ଆଳରେ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ। ସେଠାରେ ଖୁଡ଼ୀ ସାଙ୍ଗରେ ନେଇଥିବା ବାଲ୍‌ଟିରେ ନାବାଳିକାଙ୍କ ମୁଣ୍ଡକୁ ପିଟିଥିଲେ। ପରେ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୁକ୍ତ ବୟାନ ଦେଇଥିବା ଏସ୍‌ପି ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ପଦ୍ମପୁର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ, ପାଇକମାଳ ଥାନାଧିକାରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ...

ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫...

ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଅଗ୍ନିକାଣ୍ଡ: ପାଖରେ ଥିବା ଫର୍ଣ୍ଣିଚର୍‌ ଦୋକାନକୁ ବ୍ୟାପିଲା ନିଆଁ, ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର,୧୨।୧୨: ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ।...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ, ଏଥିପାଇଁ ଦୋଷୀ କିଏ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଜିତି ନେତୃତ୍ୱ ନେଇଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri